ଏହି 5ଟି କଥା ସର୍ବଦା ଗୁପ୍ତ ରଖନ୍ତୁ, ନଚେତ ହେବ ଅନର୍ଥ- Ajira Anuchinta

ପ୍ରତେକ ବ୍ୟକ୍ତି ନିଜର ଗୁପ୍ତ କଥା କହିବାକୁ ପସନ୍ଦ କରି ନ ଥାନ୍ତି । କିନ୍ତୁ କିଛି କ୍ଷେତ୍ର ରେ ଏହା ବିପଦଜନକ ହୋଇଥାଏ । ବେଳେବେଳେ ଯଦି କୌଣସି ବ୍ୟକ୍ତି ଆପଣଙ୍କୁ ନିଜର ଗୁପ୍ତ ରହସ୍ୟ କହିଥାନ୍ତି ତେବେ ଆପଣ ମଧ୍ୟ ନିଜର ଗୁପ୍ତ କଥା ତାଙ୍କ ସହ ସେୟାର କରିଥାନ୍ତି । ଜୀବନରେ ଏମିତି କିଛି ଲୋକ ରହିଥାନ୍ତି ଯେଉଁ ମାନେ ଏମିତି କଥା ଖିବେ ଯେ ଆପଣ ନିଜର ସିକ୍ରେଟ କଥା ତାଙ୍କ ସହ ସେୟାର କରିବାକୁ ବାଧ୍ୟ ହୋଇଥାନ୍ତି । ଯାହା ଫଳରେ ଆପଣ ଭବିଷ୍ୟତରେ ସମସ୍ୟାର ସମୁଖିନ୍ନ ହୋଇଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଗୁପ୍ତ କଥା ବିଷୟରେ କହିବାକୁ ଯାଉଛୁ ଯାହା କେବେ ବି କାହା ସହ ସେୟାର କରିବା ଉଚିତ ନୁହେଁ ।

୧- ଯଦି ଆପଣ କୌଣସି ଅସହାୟ ବ୍ୟକ୍ତିଙ୍କୁ କିଛି ଦାନ ଧର୍ମ କରୁଛନ୍ତି ତେବେ ତାହା ବିଷୟରେ ଅନ୍ୟ ଆଗରେ କହିବା ଉଚିତ ନୁହେଁ । ଯଦି ଆପଣ ନିଷ୍ଠାପର ଭାବେ ଦାନ କରିଥିବେ ତେବେ ଅନ୍ୟ ମାନେ ଆପେ ଆପେ ଜାଣିଯିବେ । ତେଣୁ ଏହି କଥା କୁ ଆପଣ ନିଜ ମନ ଭିତରେ ରଖନ୍ତୁ ।

୨- ଆପଣ ନିଜ ମନରେ କୌଣସି କଥା କୁ ନେଇ କିଛି ବିଚାର ବିମର୍ଶ କରିଥିବେ । ଏହା ସହ ଅନ୍ୟ ଜଣେ ବ୍ଯକ୍ତିର ପର୍ଶନାଲିଟି କୁ ନେଇ ମଧ୍ୟ ଆପଣଙ୍କ ମନରେ ଅଲଗା ଚିନ୍ତାଧାରା ରହିଥିବ । ଏହି ସବୁ କଥା ଆପଣ ଅନ୍ୟ ଆଗରେ କହିବା ଉଚିତ ନୁହେଁ । ଏହା ଦ୍ଵାରା ଅନ୍ୟ ମାନେ ଆପଣଙ୍କ ଉପରେ ଖରାପ ଭାବି ପାରନ୍ତି । ତେଣୁ ଏହି କଥାକୁ ନିଜ ଭିତରେ ଶିକରେଟ କରି ରଖନ୍ତୁ ।

୩- ପ୍ରତେକ ମଣିଷର ଜୀବନରେ କିଛି ନା କିଛି ଲକ୍ଷ୍ୟ ରହିଥାଏ । ଏହାକୁ ପୁରା କରିବା ପାଇଁ ବ୍ୟକ୍ତି ଅନେକ ଚେଷ୍ଟା ଓ ପରିଶ୍ରମ କରିଥାଏ । ଯଦି ଆପଣଙ୍କ ଜୀବନରେ କୌଣସି ବଡ ଲକ୍ଷ୍ୟ ରହିଛି ତେବେ ଆପଣ ଅନ୍ୟ ଆଗରେ କୁହନ୍ତୁ ନାହି । ଏପରି କରିବା ଦ୍ଵାରା ଅନ୍ୟ ମାନେ ଆପଣଙ୍କ ଲକ୍ଷ୍ୟ ପ୍ରତି ଈର୍ଷାଭାବ କରିଥାନ୍ତି । ଆପଣ ନିଜ ଜୀବନରେ ସଫଳତା ପାଆନ୍ତୁ ବା ନ ପାଆନ୍ତୁ କିନ୍ତୁ ନିଜର ଲକ୍ଷ୍ୟ ବିଷୟରେ ଅନ୍ୟ ସହ ସେୟାର କରିବା ଉଚିତ ନୁହେଁ ।

୪- ପ୍ରତେକ ବ୍ଯକ୍ତିର ଲାଇଫ ଷ୍ଟାଇଲ ଭିନ୍ନ ହୋଇଥାଏ । ପ୍ରତେକ ବ୍ୟକ୍ତି ନିଜର ଧର୍ମକୁ ପାଳନ କରିଥାନ୍ତି । ଆପଣ ଯେଉଁ ବ୍ୟକ୍ତିଙ୍କ ସହ ମିଳାମିଶା କରୁଛନ୍ତି ସେ ଆପଣଙ୍କ ଧର୍ମର ହୋଇଥିବେ ତାହାର କିଛି ଅର୍ଥ ନାହି । ତେଣୁ ନିଜ ଧର୍ମ ବିଷୟରେ ଅନ୍ୟ ସହ ସେୟାର କରିବା ଉଚିତ ନୁହେଁ ।

୫- ପ୍ରତେକ ପରିବାରରେ କୌଣସି ନା କୌଣସି ସମସ୍ଯା ରହିଥାଏ । ଆପଣ ପରିବାର କଥା ଅନ୍ୟ ଆଗରେ କୁହନ୍ତୁ ନାହି । ନିଜ ଭିତରେ କଥାବାର୍ତ୍ତା ହୋଇ ସମସ୍ୟାର ସମାଧାନ କରନ୍ତୁ । କେବେ ବି ନିଜର ପାରିବାରିକ ମାମଲା ଅନ୍ୟ ଆଗରେ ପ୍ରକାଶ କରିବା ଅନୁଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ବିବରଣୀଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *