ଧନୁ ରାଶି ବ୍ୟକ୍ତିଙ୍କ କଟୁ ସତ୍ୟ, ଥରେ ନିଶ୍ଚୟ ଦେଖନ୍ତୁ – Jyotisha Shastra

ଧନୁ ରାଶିର ସ୍ଵାମୀ ବୃହସ୍ପତି ଦେବ ହୋଇଥାନ୍ତି । ବୃହସ୍ପତି ଦେବ ସୌର ମଣ୍ଡଳର ବଡ ଗ୍ରହ ହୋଇଥାନ୍ତି । ଶେଥି ପାଇଁ ଦେବତାଙ୍କ ଗୁରୁ ଦେବ ଗୁରୁ ମଧ୍ୟ କୁହାଯାଇଥାଏ । ବୃହସ୍ପତି ଦେବ ଧର୍ମ ଆଧ୍ୟାତ୍ମିକ ଓ ଜ୍ଞାନର କାରକ ହୋଇଥାନ୍ତି । ଏହି କାରଣ ହେତୁ ଧନୁ ରାଶିର ବ୍ୟକ୍ତି ରାଶି ମାନଙ୍କ ମଧ୍ୟରେ ଅଧିକ ଧାର୍ମିକ ଜ୍ଞାନୀ ସଚୋଟ ଓ ବିଶ୍ବାସ ଯୋଗ୍ୟ ହୋଇଥାନ୍ତି । ଧନୁ ରାଶିର ବ୍ୟକ୍ତି ସରଳ ସ୍ଵଭାବର ହୋଇଥାନ୍ତି । ଏହି ରାଶିର ପ୍ରତୀକ ଏକ ଧନୁ ଅଟେ । ପଛରେ ଗୋଟିଏ ଘୋଡାର ଶରୀର ଯୋଡା ହୋଇଥାଏ ।


ସେହି ପରି ଧନୁ ରାଶିର ବ୍ୟକ୍ତିଙ୍କର ଅଶ୍ଵ ପରି ତୀବ୍ରତା ରହିଥାଏ । ଏମାନଙ୍କ ଲକ୍ଷ ଧନୁ ପରି ସ୍ପଷ୍ଟ ହୋଇଥାଏ । ଧନୁ ରାଶିରେ ଜନ୍ମ ହୋଇଥିବା ଲୋକ ନିଜ ଜୀବନରେ ବଡ ବଡ ଲକ୍ଷ ରଖିଥାନ୍ତି । ଗୋଟିଏ ଥର ନିଜ ଲକ୍ଷକୁ ନିର୍ଧାରଣ କରିବା ପରେ କାହାର ମଧ୍ୟ ଶୁଣନ୍ତି ନହିଁ । ଧନୁରେ ଛଡା ଯାଉଥିବା ତିର ଭଳି ସିଧା ନିଜ ଲକ୍ଷ ଆଡକୁ ଅଗ୍ରଗତି କରିଥାନ୍ତି । ନିଜ ଲକ୍ଷ କରିବା ପାଇଁ କିଛିବି କରି ପାରନ୍ତି । ଏମାନେ ଲକ୍ଷଠାରୁ ପଛକୁ ହଟିବା ଅପେକ୍ଷା ପ୍ରତେକ ପରୀକ୍ଷାର ସମୁଖିନ୍ନ କରିଥାନ୍ତି । ଧନୁ ରାଶିରେ ଜନ୍ମ ହୋଇଥିବା ଜାତକ ନିଜର ସ୍ଵପ୍ନକୁ ସତ କରିବାର କ୍ଷମତା ରଖିଥାନ୍ତି ।


ନିଜ ଲକ୍ଷ ପ୍ରତି ସବୁବେଳେ ସଚେତ ରହିଥାନ୍ତି । ଧନୁ ରାଶିର ବ୍ୟକ୍ତିତ୍ବ ଆଧ୍ୟାତ୍ମି ଧର୍ମ ତଥା ଶିକ୍ଷା କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥାନ୍ତି । ଜ୍ଞାନ ଅର୍ଜନ କରିବା ପାଇଁ କୌଣସିବି ସମସ୍ଯା ର ସମୁଖିନ୍ନ କରିଥାନ୍ତି । ଏହି ରାଶିର ଜାତକ ଧାର୍ମିକ ହେବା ସହିତ ବୁଦ୍ଧିମାନ ମଧ୍ୟ ହୋଇଥାନ୍ତି । ଏମାନେ ନ୍ୟାୟ ପ୍ରିୟ ଓ ବିଶ୍ଵାସୀ ହୋଇଥାନ୍ତି । ଏମାନେ ଦର୍ଶନ ଶାସ୍ତ୍ରରେ ଜ୍ଞାତ ହୋଇଥାନ୍ତି । ଅନ୍ୟକୁ ଠିକ ପରାମର୍ଶ ଦେବା ଓ ମାର୍ଗ ଦର୍ଶନ କରିବା ଏମାନଙ୍କୁ ଭଲ ଲାଗିଥାଏ । ଏମାନେ ସର୍ବଦା ଆଶାବାଦୀ ମଧ୍ୟ ରହିଥାନ୍ତି ।


ଧନୁ ରାଶିର ଥିବା ବ୍ୟକ୍ତି ଜୀବନର ଅର୍ଥ ଜାଣିବାକୁ ଇଛା ରଖିଥାନ୍ତି । ସବୁବେଳେ ସତ୍ଯର ଅନ୍ଵେଷଣରେ ଲାଗି ରହିଥାନ୍ତି । ଏମାନେ ନିଜର ଅନୁଭବ ଓ ଜ୍ଞାନକୁ ଅନ୍ୟ ଆଗରେ ପ୍ରକାଶ କରିଥାନ୍ତି । ଧନୁ ରାଶିର ବ୍ୟାକୟୀ ନିଜ ସାଥିଙ୍କ ପ୍ରତି ବହୁତ ବିଶ୍ଵସନୀୟ ହୋଇଥାନ୍ତି । ଏମାନେ ଏପରି ଜୀବନ ସାଥିର ଇଛା ରଖିଥାନ୍ତି ଯିଏ ଏମାନଙ୍କ କଥା ଓ ଭାବନାକୁ ବୁଝି ପଡ଼ୁଥିବ । ଏପରି ବ୍ୟକ୍ତି ସୌମ୍ଯ ସାନ୍ତ ଓ ଉଦାର କରୁଣା ଓ ଦୟାରେ ଭରି ହୋଇ ରହିଥାନ୍ତି । ଏମାନେ ଚାହିଁ ଥାନ୍ତିକି ଏମାନଙ୍କ ଜୀବନ ସାଥି ବୌଧିକ ସଂବେଦନ ସିଳ ଓ ଅର୍ଥ ପୂର୍ଣ ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *