ଧନକୁ ଚୁମ୍ବକ ପରି ଟାଣୁଥିବା ଗଛ, ଗୃହର କେଉଁଠି ଲଗାଇଲେ ଧନବୃଦ୍ଧି ହୁଏ… Vaastu Tips

ବନ୍ଧୁଗଣ ପ୍ରତେକ ବ୍ୟକ୍ତି ଇଚ୍ଛା କରିଥାଏ ନିଜର ସୁନ୍ଦର ବଗିଚା ପାଇଁ । ଅନେକ ପ୍ରକାରର ଗଛରେ ସଜାଇବା ପାଇଁ ପସନ୍ଦ କରିଥାନ୍ତି । କିନ୍ତୁ ବାସ୍ତୁ ଅନୁଯାୟୀ ଅନେକ ଗଛ ଘର ପାଇଁ ଅଶୁଭ ହୋଇଥାଏ । ଏମିତିକି ଅନେକ ପ୍ରକାରର ବିପଦ ମଧ୍ୟ ଆଣିଥାଏ । ଏମିତିବି କିଛି ଗଛ ଯାହା ଅତ୍ୟନ୍ତ ଶୁଭ ହେବା ସହ ଧନ ବୃଦ୍ଧି କରାଇଥାଏ । ଏହି ସବୁ ଗଛ ସବୁ ପ୍ରକାରର ବିପଦ ଆପଦରୁ ରକ୍ଷା କରିଥାଏ । ଆଜି ଆମେ ଆପଣଙ୍କୁ ଧନକୁ ଚୁମ୍ବକ ପରି ଟାଣୁଥିବା ଗଛ ଗୁଡିକ କଣ ସେହି ବିଷୟରେ କହିବାକୁ ଯାଉଛୁ ।

୧- ତୁଳସୀ ଗଛ : ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ମା ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି ମାନଯାଏ । କୁହାଯାଏ ଯେଉଁ ଘରେ ତୁଳସୀ ଗଛ ପୂଜା କରାଯାଏ ସେହି ଘରେ ଭଗବାନ ବିଶୁଣୁଙ୍କ କୃପା ଦୃଷ୍ଟି ରହିଥାଏ ।

୨- ବେଲଗଛ : ମହାଦେବଙ୍କର ବେଲଗଛ ଅତ୍ୟନ୍ତ ପ୍ରିୟ ହୋଇଥାଏ । ଏହି ଗଛ ଘରେ ଲଗାଇଲେ ସବୁ ବିପଦ ହୋଇଥାଏ । ପ୍ରତେକ ଦିନ ବେଲଗଛରେ ପାଣି ଦେଲେ ପିତୃପୁରୁଷ ତୃପ୍ତି ହୋଇଥାନ୍ତି । ମାନ୍ୟତା ଅଛି କି ବେଲଗଛ ସହ ଶ୍ଵେତ ଅରଖ ଗଛକୁ ଏକାଠି ପୂଜ କରିଲେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।

୩- ସମୀ ଗଛ : ସମୀ ଗଛ ଘରର ମୁଖ୍ୟ ଦ୍ବାରର ବାମ ପାର୍ଶ୍ଵରେ ଲଗାଇବା ଶୁଭ ହୋଇଥାଏ । ଏହି ଗଛ ମୂଳରେ ସୋରିଷ ବା ରାଶି ତେଲର ଦୀପ ସକାଳ ଓ ସନ୍ଧ୍ୟାରେ ଲାଗିବା ଦ୍ଵାରା ଶନି ଦୋଷରୁ ରକ୍ଷା ମିଳିଥାଏ ।  ବିଜୟା ଦଶମୀ ଦିନ ଏହି ଗଛର ପୂଜା କରିଲେ ଧନର ଅଭାବ ରୁହେ ନାହି ।

୪- ଅଶ୍ଵଗନ୍ଧା ଗଛ : ଏହି ଗଛ ଅତ୍ୟନ୍ତ ଶୁଭ ହେବା ସହ ଘରେ ଏହାକୁ ଲଗେଇବା ଦ୍ଵାରା ସବୁ ପ୍ରକାରର ବାସ୍ତୁ ଦୋଷ ଦୂର ହୁଏ । ଏହି ଗଛ ଜୀବନରେ ଶୁଭତାକୁ ବୃଦ୍ଧି କରିବା ସହ ସୁଖମୟ କରାଇଥାଏ ।

୫- ଅଁଳା ଗଛ : ଘରେ ଏହି ଗଛ ଉତ୍ତର ବା ପୂର୍ବ ଦିଗରେ ଲାଗିଥିଲେ ଲାଭଦାୟକ ହୋଇଥାଏ । ଏହା ଆପଣଙ୍କର କଷ୍ଟକୁ ନିବାରଣ କରିଥାଏ । ଏହି ଗଛକୁ ପ୍ରତେକ ଦିନ ପୂଜା କରିଲେ ପାପ ମୋଚନ ହୋଇଥାଏ ।

୬- ଅଶୋକ ଗଛ : ଶୋକ ଗଛ ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ଗଛ ଶୋକ ନାସ କରି ସୁଖ ଶାନ୍ତି ଦେଇଥାଏ । ମାନ୍ୟତା ଅଛି ଏହି ଗଛ ଘରେ ଲଗାଇଲେ ଧନ, ସମ୍ପତି, ସୁଖ ସମୃଦ୍ଧି ବାସ ହୋଇଥାଏ ।

୭- ଶ୍ଵେତ ଅରଖ ଗଛ : ବାସ୍ତୁ ଅନୁଯାୟୀ ଯେଉଁ ଘର ପାଖରେ ଶ୍ଵେତ ଅରଖ ଗଛର ଫୁଲ ଓ ଫଳ ଭରିଥାଏ ସେହି ଘରେ ସର୍ବା ଉନ୍ନତି ହେବ ସହ ଗୁପ୍ତ ଧନ ହୋଇଥାଏ । ସେହି ଘରର କର୍ତ୍ତାଙ୍କୁ ଆକସ୍ମିକ ଧନ ଲାଭ ହୋଇଥାଏ ।

୮- ମନ୍ଦାର ଗଛ : ଏହି ଗଛକୁ ଘରେ କୌଣସି ଜାଗାରେ ଲଗାଇ ପାରିବେ । ମନ୍ଦାର ଫୁଲକୁ ପାଣିରେ ପକାଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଲେ ଶୁଭ ହୁଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *