Diwali ଦିନ ଘରକୁ ଏହି କୀଟ ଓ ପଶୁ ଆସିଲେ ମିଳିଥାଏ ଶୁଭ ଓ ଅଶୁଭ ସଙ୍କେତ- Vaastu Tips

ନମସ୍କାର ବନ୍ଧୁଗଣ, ମଣିଷ ସହିତ ଦୁନିଆରେ ସମସ୍ତ କୀଟ ପତଙ୍ଗ ପଶୁ ପକ୍ଷୀଙ୍କର ମଧ୍ୟ କିଛି ଗୁରୁତ୍ଵ ବା ମହତ୍ଵ ରହିଛି । ଗୋଟିଏ କ୍ଷୁଦ୍ର ପାଖରେ ମଧ୍ୟ ଯେଉଁ ଗୁଣଟି ରହିଥାଏ ତାହା ଆମ ଭଳି ସର୍ବଶ୍ରେଷ୍ଠ ପ୍ରାଣୀ ମଣିଷ ପାଖରେ ମଧ୍ୟ ନଥାଏ । ତେବେ ଆଉ ଡେରି ନକରି ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ ଆଲୋକର ପର୍ବ ଦୀପାବଳୀ ଦିନ ଘରକୁ କେଉଁ କୀଟ ଓ ପଶୁଙ୍କ ଆଗମନ ଫଳରେ ମିଳିଥାଏ ଶୁଭ ସଙ୍କେତ ଏବଂ କାହାର ଆଗମନରେ ମିଳିଥାଏ ଅଶୁଭ ସଙ୍କେତ ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

ଚୁଚୁନ୍ଦ୍ରା: ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ବାସ୍ତୁ ଅନୁଯାୟୀ ଯେଉଁ ଘରେ ଚୁଚୁନ୍ଦ୍ରା ରହିଥାଏ ସେଠାରେ ମା ଲକ୍ଷ୍ମୀଙ୍କ ବାସ ହୋଇଥାଏ । ଯଦି ଚୁଚୁନ୍ଦ୍ରା କୌଣସି ବ୍ୟକ୍ତିଙ୍କ ଚାରିପଟେ ବୁଲିଯାଏ ତେବେ ଜାଣିରଖନ୍ତୁ କି ସେହି ବ୍ୟକ୍ତିଙ୍କୁ ବହୁତ ବଡ ଫାଇଦା ହେବାକୁ ଯାଉଛି । ଯଦି ଦୀପାବଳୀ ଦିନ ଚୁଚୁନ୍ଦ୍ରା ଘର ଚାରିପଟେ ବୁଲିଯାଏ ତେବେ ଶି ଘରର ସମସ୍ତ ବିପଦ ଦୂର ହୋଇଯାଏ ।

ମୂଷା: ଏହା ଗଣେଶଙ୍କର ବାହନ ଅଟେ । କିନ୍ତୁ ଏହାକୁ ଅଶୁଭ ବୋଲି ମନାଯାଏ । ଅତ୍ୟଧିକ ମୂଷା ଘରେ ରହିବା ଦ୍ଵାରା ସେହି ଘରର ସମସ୍ତ ଲୋକଙ୍କ ବୁଦ୍ଧି ନଷ୍ଟ ହେବା ସହ ଘରେ ନକରାତ୍ମକ ଦ୍ରୁଷ୍ଟି ରହିଥାଏ । ମହୁମାଛି: ଏହା କୁହାଯାଏ କି ମହୁମାଛି ଖରାପ ଭାଗ୍ୟକୁ ଡାକି ଆଣିଥାଏ ନିଜ ସହ ଘରକୁ । ଘରେ ମହୁମାଛିର ଛତା ହେବାକୁ ଅଶୁଭ ବୋଲି କୁହାଯାଏ । ମନାଯାଏ ତାଙ୍କ ଚଟାରେ ଅନେକ ଛେଦ ଥାଏ ତେଣୁ ଆପଣଙ୍କ ଜୀବନ ମଧ୍ୟ ସେହିଭଳି ହୋଇଯାଏ । ତେଣୁ ଘରୁ ଏହାକୁ ହଟାଇଦେବା ହିନ ଶୁଭ ହୋଇଥାଏ ।

ବୁଢିଆଣୀ: ବାସ୍ତୁ ଅନୁଯାୟୀ ଘରେ ବୁଢିଆଣୀ ଜାଲକୁ ଶୁଭ ମନାଯାଏ ନାହିଁ । ଏହା ଦୁର୍ଭାଗ୍ୟ ଜନିତ ଘଟଣାର ସଙ୍କେତ ଦେଇଥାଏ । ତେଣୁ ଘରୁ ସବୁବେଳେ ବୁଢିଆଣୀ ଜାଲକୁ ସଫା କରିଦିଅନ୍ତୁ । ପ୍ରଜାପତି: ଘରକୁ ପ୍ରଜାପତି ଆସିବା ସୌଭାଗ୍ୟ ଜନିତ କଥା ହୋଇଥାଏ । ଏହା ଅତିଅନ୍ତ ଶୁଭ ସଙ୍କେତ ହୋଇଥାଏ ।

ପ୍ରଜାପତି ଘରକୁ ଆସିବାର ଅର୍ଥ ଆପଣଙ୍କୁ ବହୁତ ଶୀଘ୍ର କୌଣସି ଶୁଭ ଖବର ମିଳିବାକୁ ଯାଉଛି । ଭଆଁର: ଘରକୁ କଳା ରଙ୍ଗର ଭଆଁର ଆସିବା ଏକ ଶୁଭ ସଙ୍କେତ ହୋଇଥାଏ । ଏହାର ଅର୍ଥ ବହୁତ ଶୀଘ୍ର ଆପଣଙ୍କୁ ବିବାହ ସହ ଜଡିତ କୌଣସି ଶୁଭ ଖବର ମିଳିବାକୁ ଯାଉଛି । ବିଛା: ଘରକୁ ହଳଦିଆ ରଙ୍ଗର ବିଛା ଆସିବାର ଅର୍ଥ ହେଉଛି ଘରେ ମା ଲକ୍ଷ୍ମୀଙ୍କ ଆଗମନ ହେବାକୁ ଯାଉଛି ।

କଳା ପିମ୍ପୁଡି: ଘରକୁ କଳା ପିମ୍ପୁଡି ଆସିବାର ଅର୍ଥ ହେଉଛି ଆପଣଙ୍କ ଘରକୁ ଭବିଷ୍ୟତରେ ସୁଖ ସମୃଦ୍ଧି ଆସିବାକୁ ଯାଉଛି । ଏବଂ ଜୀବନରେ ଆର୍ଥିକ ସ୍ଥିତି ଭଲ ହେବାକୁ ଯାଉଛି ବୋଲି ଜାଣି ନେବେ । ଯଦି ଆପଣମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *