ଧନ ତେରସ ଦିନ ଘରକୁ ଆଣନ୍ତୁ ଏହି ଶସ୍ତା ଜିନିଷ, ମା ଲକ୍ଷ୍ମୀଙ୍କ କୃପାରୁ ଘରେ ହେବ ଧନର ବର୍ଷା 

ନମସ୍କାର ବନ୍ଧୁଗଣ, ଦୀପାବଳୀ ପୁରବାରୁ ଧନ ତେରସର ପାଳନ କରାଯାଏ । ଧନ ତେରସର ଅର୍ଥ ଘରକୁ ଧନ ଅଗମନର ପର୍ବ । ଦିନକୁ ଦିନ ନିଜ ବ୍ୟବସାୟରେ ଉନ୍ନତି ଓ ପରିବାରରେ ସ୍ନେହ ପ୍ରେମ ଆଣିବାର ପର୍ବ । ତେଣୁ ଏହିଦିନ ଧନ ତେରସ ଦିନ ମାତା ଲକ୍ଷ୍ମୀଙ୍କୁ ଖୁସି କରିବା ପାଇଁ ଏବଂ ନିଜ ଜୀବନରେ ଧନର ବର୍ଷା କରିବା ପାଇଁ କେଉଁ ସବୁ ଜିନିଷ ଆଣିବା ଉଚିତ ତାହା ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

ଏହି ବର୍ଷ ଧନ ତେରସ ଅକ୍ଟୋବର ୨୩ ତାରିଖ ରବିବାର ଦିନ ହେବାକୁ ଯାଉଛି । ଧନ ତେରସ ଦିନ ସୁନା କିଣିବାର ମାନ୍ୟତା ରହିଛି । କିନ୍ତୁ ଏହା ତ ସମସ୍ତେ କିଣି ପାରନ୍ତି ନାହିଁ । ତେବେ ଏହା ଛଡା ଜାଣନ୍ତୁ କେଉଁ ଜିନିଷ କିଣିବା ହୋଇଥାଏ ଶୁଭ । ପ୍ରଥମ: ଧନ ତେରସ ଦିନ କଇଁଛର ଚାନ୍ଦି ମୁଦି କରି ଅନାମିକା ଆଙ୍ଗୁଠିରେ ପିନ୍ଧନ୍ତି ତେବେ ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିଥାଏ । ତମ୍ବାର କଇଁଛ ମଧ୍ୟ ଆପଣ ଆଣି ପିନ୍ଧିପାରିବେ ।

ଦିତୀୟ: ଏହି ଧନ ତେରସ ଦିନ ମା ଲକ୍ଷ୍ମୀ କିମ୍ବା ଗଣେଶଙ୍କର ଫଟୋ ବା ମୂର୍ତ୍ତି ଆଣନ୍ତୁ । ଏହା ଦ୍ଵାରା ଆପଣଙ୍କ ଜୀବନରେ ଖୁସି ଓ ଧନ ବଢିବ । ତୃତୀୟ: ମୟୁର ପଙ୍ଖକୁ ଆପଣ ଧନ ତେରସ ଦିନ ନିଜ ଘରକୁ ନିଶ୍ଚୟ ଆଣନ୍ତୁ । ଏବଂ ଘର ମୁଖ୍ୟ ଦ୍ଵାରରେ ଲଗାନ୍ତୁ । କିମ୍ବା ଶ୍ରୀକୃଷ୍ଣଙ୍କ ଫଟୋ ପାଖେ ରଖିଦିଅନ୍ତୁ । ଚତୁର୍ଥ: ଏହି ଦିନ ଘରକୁ ଶଙ୍ଖ ଆଣନ୍ତୁ । ଏହା ବହୁତ ଶୁଭ ହୋଇଥାଏ ଘର ପାଇଁ ।

ପଞ୍ଚମ: ଧନ ତେରସ ଦିନ ମା ଲକ୍ଷ୍ମୀଙ୍କ ଚରଣ ପାଦୁକା ଆଣି ମା ଲକ୍ଷୀଙ୍କ ପାଖରେ ରଖନ୍ତୁ । ଘରେ କେବେ ହେଲେ ଧନର ଅଭାବ ଆଉ ରହିବ ନାହିଁ । ଷଷ୍ଠ: ଘରକୁ ଗୋଟା ଧନିଆ ଆଣନ୍ତୁ ଧନ ତେରସ ଦିନ । ଏହା ଫଳରେ ଘରେ କେବେ ମଧ୍ୟ ସମସ୍ୟା ଦେଖା ଦେବା ନାହି । ସପ୍ତମ: ଦୌଡୁଥିବା ତିନୋଟି ଘୋଡାର ଫଟୋ ଆଣି ନିଜ ଘରେ ଲଗାଇ ଦିଅନ୍ତୁ ।

ଏହା ଅତ୍ୟନ୍ତ ଶୁଭ ଫଳ ଦେଇଥାଏ । ଅଷ୍ଟମ: ଧନ ତେରସ ଦିନ ଝାଡୁ ଆଣି ଯଦି ଆପଣ ଦୀପାବଳୀ ଦିନ ଏହାର ପୂଜା କରନ୍ତି ତେବେ ମା ଲକ୍ଷ୍ମୀଙ୍କ କୃପା ସର୍ବଦା ଆପଣଙ୍କ ଉପରେ ରହିଥାଏ । ମା ଲକ୍ଷ୍ମୀଙ୍କୁ ଆକର୍ଷିତ କରିବାକୁ ଚାହୁଁଥିଲେ ଝାଡୁ ନିଶ୍ଚୟ ଆଣନ୍ତୁ । ନବମ: ଧନ ତେରସ ଦିନ କଉଡି ଆଣି ଦୀପାବଳୀ ଦିନ ମା ଲକ୍ଷ୍ମୀଙ୍କୁ ଅର୍ପଣ କରି ପଜା କରନ୍ତୁ ।

ଦଶମ: ଧନ ତେରସ ଦିନ ହଳଦୀ ଖଣ୍ଡ ଘରକୁ ଆଣନ୍ତୁ । ଧନ ତେରସ ଦିନ ଏହି ଜିନିଷ ମଧ୍ୟରୁ କୌଣସି ଜିନିଷ ଆଣନ୍ତୁ ଦେଖିବେ ଆପଣଙ୍କ ଘରେ ଧନର ଅଭାବ ଆଉ ରହିବ ନାହିଁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *