ଏହି 2ଟି କଥା ସ୍ତ୍ରୀଙ୍କୁ କେବେବି କୁହନ୍ତୁ ନାହିଁ- Jaya Kishori Ji

ବନ୍ଧୁଗଣ ଦିନକର କଥା ଭଗବାନ ଶିବ ଦେବୀ ପାର୍ବତୀଙ୍କୁ ପଚାରନ୍ତି ଯେ, ଦେବୀ ଆପଣ କେଉଁ ବିଷୟ ପାଇଁ ରୁଷ୍ଟ ଅଛନ୍ତି ? ମାତା ପାର୍ବତୀ କହିଲେ ପ୍ରଥମେ ଆପଣ କୁହନ୍ତୁ ଆପଣ ମତେ ପ୍ରେମ କରନ୍ତି କିଅବା କରନ୍ତି ନାହିଁ । ଭଗବାନ ମହାଦେବ ଉତ୍ତର ସ୍ଵୋରୂପ ଦେଲେ, ଏହା କଣ ପଚାରିବା ଭଳି କଥା ଅଟେ କି ? ମୁଁ ଆପଣଙ୍କୁ ବହୁତ ପ୍ରେମ କରେ ଦେବୀ ।

ସଙ୍ଗେ ସଙ୍ଗେ ମାତା କହିଲେ ତେବେ ଏହି ଅମର କଥା କଣ ଅଟେ ? ଭୋଳାବାବ ଚିନ୍ତା କଲେ ଏହା କିଏ କହିଦେଲେ ଦେବୀଙ୍କୁ । ଭଗବାନ ନିଜର ନେତ୍ର ବନ୍ଧ କରିଦେଖନ୍ତି, ତାଙ୍କ ସମ୍ମୁଖରେ ସବୁ ଦ୍ରୁଶ୍ଯ ଆସିଯାଏ । ଭଗବାନ କୁହନ୍ତି ଏ ଭ୍ରମଣ ଦେବତା ଆସନ୍ତି ଏବଂ ନିଜର କିଛି ନା କିଛି କାର୍ଯ୍ୟ କରି ଯାଆନ୍ତି । ଭଗବାନ ମାତାଙ୍କୁ କୁହନ୍ତି- ଠିକଅଛି ଯଦି ଆପଣଙ୍କୁ ଜଣେଇନାହିଁ ତେବେ ଏବେ ଜଣେଇ ଦେଉଛି । ମାତା କୁହନ୍ତି- ଏବେ ତ ଆପଣଙ୍କୁ କହିବାକୁ ହେବ । କିନ୍ତୁ ଏବେ ପର୍ଯ୍ୟନ୍ତ କାହିଁକି ଶୁଣେଇ ନାହାଁନ୍ତି ।

ଏ ପର୍ଯ୍ୟନ୍ତତ ବହୁତ କଥା ଶୁଣେଇ ସାରିଲେଣି । ଭୋଳାବାବା କହିଲେ- ଦେଖନ୍ତୁ ମୁ ଆପଣଙ୍କୁ ଶୁଣେଇ ସାରନ୍ତିନୀ, କିନ୍ତୁ ମହିଳା ମାନଙ୍କ ଠାରେ ଗୋଟିଏ ଖରାବ ଗୁଣ ରହିଅଛି । ମାତା ପଚାରିଲେ କେଉଁ ଖରାବ ଗୁଣ ? ଭଗବାନ କହିଲେ- ଆପଣ ମାନେ କୌଣସି କଥା ଲୁଚେଇ ରଖି ପାରନ୍ତି ନାହିଁ । ଯେଉଁଠି ୪/୫ ମହିଳା ଏକାଠି ରୁହନ୍ତି ସେଠି ସବୁ କଥା ପରସ୍ପରକୁ ଶୁଣେଇ ଦେଇଥାନ୍ତି । ମାତ୍ର ଏହି କଥା କାହାକୁ କୁହାଯାଇ ନଥାଏ । ଏହା ବହୁତ ଗୋପନୀୟ କଥା ଅଟେ । କାରଣ ଆପଣ ଏହାର ନାମରୁ ବୁଝିପାରୁଥିବେ ଆପଣ ଶୁଣିବା ପରେ କଣ ହେବ ।

ଏହାର ନାମ- “ଅମର କଥା” ଅର୍ଥାତ ଶୁଣିବା ବ୍ୟକ୍ତି ଅମର ହୋଇଯିବ । ଏହା କଣ ସମସ୍ତଙ୍କୁ ଶୁଣାଇ ଯାଇ ପାରିବ କି ? ତତକ୍ଷଣାତ ମାତା କହିଲେ ମୁଁ କାହାକୁ କହିବି ନାହିଁ । ଆପଣ ମତେ ଏହି କଥା ଶୁଣାନ୍ତୁ । ଭଗବାନ କୈଳାସ ପର୍ବତର ଉଚ୍ଚରେ ଯାଇ କଳ୍ପବଟ୍ଟ ବୃକ୍ଷ ତଳେ ବସନ୍ତି । ଭୋଳାବାବା ବସିଲେ ମାତା ତଳେ ବସିଲେ କଥା ଶୁଣିବା ପାଇଁ । କଥା ଆରମ୍ଭ କରିବା ପୂର୍ବରୁ ଭୋଳାବାବା ପ୍ରଥମ ତାଳି ବଜାଇଲେ । ପ୍ରଥମ ତାଳି ମାରିବା ମାତ୍ରେ ଯେତେ ଜୀବଜନ୍ତୁ ଥିଲେ କୈଳାସ ପର୍ବତରେ ସବୁ ନିଜର ସ୍ଥାନ ଛାଡି ଚାଲିଗଲେ ।

ତାଳିର ବହୁତ ମହତ୍ଵ ରହିଛି । ତାଳି ମାରିବା ମାତ୍ରେ ସବୁ ଜୀବ ଜନ୍ତୁ କୈଳାସ ଛାଡି ଚାଲିଗଲେ । ଅର୍ଥାତ ଏହି ଜୀବ ଜନ୍ତୁ ଭଗବାନଙ୍କ ସହିତ ସଂସ୍ପର୍ଶରେ ଆସିବାକୁ ବାଧା ସୃଷ୍ଟି କରିଥାନ୍ତି । ତେଣୁ ଭଗବାନ ତାଳି ବଜାଇ ମାତାଙ୍କର ସବୁ ପ୍ରଶ୍ନର ଉତ୍ତର ଦେଇଦେଲେ । କିଛି ବ୍ୟକ୍ତି ତାଳି ବଜାଇବାକୁ ସଙ୍କୋଚ କରିଥାନ୍ତି । କୌଣସି ସତସଙ୍ଗକୁ ଯଦି ଆପଣ ଯାଇଛନ୍ତି ତେବେ ସେଠାରେ ଅନେକ ବ୍ୟକ୍ତି ଅହଂକାର ସ୍ଵୋରୂପ ତାଳି ବଯାଉନଥିବା ଆପଣ ମାନେ ଦେଖିବାକୁ ପାଇବେ କିନ୍ତୁ ବନ୍ଧୁଗଣ ତାଳି ବଯାଇବା ମାନେ ଭଗବାନଙ୍କର ଆରାଧନା କରିବା ଏହା ଫଳରେ ସକାରତ୍ମକ ଊର୍ଜା ଜାଗୃତ ହେଇଥାଏ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *