ନଡିଆ ତେଲରେ ମିଶାଇ ଲଗାନ୍ତୁ କେବଳ ଏହି ଗୋଟିଏ ଜିନିଷ, ପତଳା ଚୁଟିକୁ ଲମ୍ବା କଳା ଓ ଘନ ବନାନ୍ତୁ- Swami Ramdev

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ, ଯାହାର ପ୍ରାୟୋଗ ଦ୍ଵାରା ଆପଣଙ୍କ କେଶ ପ୍ରାକୃତିକ ଉପାୟ ରେ ଘନ ଏବଂ ଲମ୍ବା ହୋଇଯିବ । ବର୍ତ୍ତମାନ ସମୟରେ ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ବ୍ୟସ୍ତ ରହୁଛନ୍ତି ଏବଂ ଏହି ବ୍ୟସ୍ତତା ମଧ୍ୟରେ ସେମାନେ ନିଜର ଯତ୍ନ ମଧ୍ୟ ନେଉ ନାହାନ୍ତି

ଏବଂ ସମସ୍ତ ଙ୍କ ପାଖରେ ଟାଇମ ର ଅଭାବ ରହିଥାଏ ଯାହାଫଳରେ ସେମାନେ ନିଜ କେଶର ଯତ୍ନ ମଧ୍ୟ ନେଇ ପାରନ୍ତି ନାହିଁ । ଯାହାଫଳରେ କେଶ ରେ ବିଭିନ୍ନ ପ୍ରକାର ସମସ୍ୟା ଦେଖା ଯାଇଥାଏ । ଯଥା, କେଶ ଝଡ଼ିବା, କେଶ ଧଳା ହୋଇଯିବା, କେଶରେ ରୂପୀ ହୋଇଯିବା ଏଭଳି ବିଭିନ୍ନ ପ୍ରକାର ସମସ୍ୟା ଦେଖା ଦେଇଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ଵାରା ଆପଣଙ୍କ କେଶ ଜନିତ ସମସ୍ତ ସମସ୍ୟା ର ସମାଧାନ ହୋଇଯିବ ଏବଂ ଏହା ସହିତ କେଶ ଘନ, ମଜବୁତ ଏବଂ ଲମ୍ବା ହୋଇଯିବ ।

ବନ୍ଧୁଗଣ ଏହି ଉପଚାର ରେ ଆଵଶ୍ୟକ ସାମଗ୍ରୀ ଆପଣଂକୁ ଅତି ସହଜରେ ମିଳିଯିବ ଏବଂ ଏହାକୁ ପ୍ରସ୍ତୁତ କରିବା ନିମନ୍ତେ ଆପଣଂକୁ ଅଧିକ ସମୟ ମଧ୍ୟ ଲାଗିବ ନାହିଁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ସମ୍ବନ୍ଧରେ ।

୧. ବନ୍ଧୁଗଣ ଏହି ଘରୋଇ ଉପଚାର ନିମନ୍ତେ, ପ୍ରଥମ ସାମଗ୍ରୀ ଆବଶ୍ୟକ ହେଉଛି, ‘ନଡ଼ିଆ ତେଲ’ । ନଡ଼ିଆ ତେଲ ସମସ୍ତଙ୍କ ଘରେ ଅତି ସହଜରେ ମିଳିଯିବ । କାରଣ ପ୍ରାୟତଃ ଘରେ ନଡ଼ିଆ ତେଲ ବ୍ୟବହୃତ ହୋଇଥାଏ । ଏହାକୁ କେଶରେ ଲଗାଇବା ଦ୍ଵାରା ଏଥିରେ ଥିବା ବିଭିନ୍ନ ପ୍ରକାର ପୋଷକ ତତ୍ତ୍ୱ ଆମ କେଶକୁ ମିଳିଥାଏ ଏବଂ କେଶ ଘନ ଓ ମୋଟା ହୋଇଥାଏ । ତେବେ ଆପଣ ଏକ ପାତ୍ରରେ ଆପଣଙ୍କ କେଶର ଲେଙ୍ଗଥ ଅନୁସାରେ ନଡ଼ିଆ ତେଲ ନିଅନ୍ତୁ ।

୨. ଏହାପରେ ଆମକୁ ଯେଉଁ ଦ୍ଵିତୀୟ ସାମଗ୍ରୀ ର ଆବଶ୍ୟକତା ରହିଛି ତାହା ହେଉଛି, ‘ସୋରିଷ ତେଲ’ । ସୋରିଷ ତେଲ କେବଳ ଖାଦ୍ୟର ସ୍ୱାଦ ବଢ଼ାଇବା ନିମନ୍ତେ ବ୍ୟବହାର କରାଯାଇ ନଥାଏ । ଏହାକୁ କେଶରେ ପ୍ରୟୋଗ କରିବା ଦ୍ୱାରା କେଶ ଲମ୍ବା ଓ ଘନ ହୋଇଥାଏ ଏବଂ ଏହାସହିତ କେଶ ମୂଳରୁ ମଜବୁତ ହୋଇଥାଏ । ତେବେ ଆପଣ ଯେତେ ମାତ୍ରା ରେ ନଡ଼ିଆ ତେଲ ନେଇଛନ୍ତି ସେତିକି ମାତ୍ରାରେ ସୋରିଷ ତେଲ ମଧ୍ୟ ନିଅନ୍ତୁ । ଏହାପରେ ଭଲ ଭାବରେ ଏହି ଦୁଇଟି ତେଲକୁ ମିଶାଇ ଏହାର ମିଶ୍ରଣ ପ୍ରସ୍ତୁତ କରନ୍ତୁ । ବର୍ତ୍ତମାନ ଏହି ଉପଚାର ଟି ପ୍ରସ୍ତୁତ ହୋଇଗଲା ।

୩. ଏହି ମିଶ୍ରଣ କୁ ଆପଣ ରାତିରେ ଶୋଇବା ପୂର୍ବରୁ ନିଜ କେଶ ମୂଳରେ ଭଲ ଭାବରେ ଲଗାଇ ଦିଅନ୍ତୁ । ଏହାକୁ ଆପଣ ରାତି ସାରା ଲଗାଇ ମଧ୍ୟ ରଖି ପାରିବେ । ଏହି ତେଲକୁ ଭଲ ଭାବରେ ନିଜ କେଶ ମୂଳରେ ଲଗାଇ ରାତିରେ ଶୁଅନ୍ତୁ ଏବଂ ସକାଳୁ ଉଠିବା ପରେ ନିଜ କେଶକୁ ଭଲ ଭାବରେ ଧୋଇ ଦିଅନ୍ତୁ । ବନ୍ଧୁଗଣ ଏହି ଘରୋଇ ଉପଚାର କୁ ନିଶ୍ଚିତ ଭାବରେ ପ୍ରୟୋଗ କରନ୍ତୁ । ଏହାର ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ କେଶ ଜନିତ ସମସ୍ତ ସମସ୍ୟା ତୁରନ୍ତ ଦୁର ହୋଇଯିବ ଏବଂ ପ୍ରାକୃତିକ ଉପାୟରେ ଆପଣଙ୍କ କେଶ ଘନ ଓ ଲମ୍ବା ହୋଇଯିବ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *