ଏହି ଭୟଙ୍କର କଳିଯୁଗରେ ଧ୍ୟାନ ରଖନ୍ତୁ ଏହି କଥାର ନହେଲେ ଦୁନିଆ ଖାଇଯିବ ଆପଣଙ୍କୁ – Chanakya Niti

କୌଣସି ବ୍ୟକ୍ତିକୁ ଅଧିକ ଇମାନଦାର ହେବା ଉଚିତ ନୁହେଁ । ସିଧା ବୃକ୍ଷ ଓ ବ୍ୟକ୍ତି ପ୍ରଥମ ସାମ୍ନାକୁ ଆସିଥାଏ । ସବୁ ମିତ୍ରତା ପଛରେ ସ୍ଵାର୍ଥ ନିଶ୍ଚିତ ରୂପରେ ରହିଥାଏ । ଏହା କଡବା ସତ୍ୟ ଅଟେ । କୌଣସି କାମ ଆରମ୍ଭ କରିବା ପୂର୍ବରୁ ତିନିଟା ପ୍ରଶ୍ନ ନିଜକୁ ନିଜେ ପଚାରନ୍ତୁ, ମୁଁ ଏମିତି କାହିଁକି କରିବାକୁ ଯାଉଛି ? ଏହାର ପରିଣାମ କଣ ହେବ ? କଣ ମୁଁ ସଫଳ ରହିବି ? ଭୟକୁ ପାଖକୁ ଆସିବାକୁ ଦିଅନ୍ତୁ ନହିଁ ଯଦି ଏହା ପାଖକୁ ଆସୁଛି ତେବେ ଏହା ଉପରେ ଆକ୍ରମଣ କରନ୍ତୁ । ଏହାର ମାନେ ଭୟରୁ ପଳାନ୍ତୁ ନହିଁ ତାର ସାମ୍ନା କରନ୍ତୁ ।


ଦୁନିଆର ସବୁଠୁ ବଡ ଶକ୍ତି ପୁରୁଷର ତାକତ ତାର ବିବେକ ଓ ମହିଳାର ସୁନ୍ଦରତା ଅଟେ । କାମ କରନ୍ତୁ ପରିଣାମ ଉପରେ ଡରନ୍ତୁ ନହିଁ । ସୁଗନ୍ଧର ପ୍ରସାର ପବନ ଦ୍ଵାରା ଚାରିଆଡେ ମହାକାଇ ଥାଏ ଆଉ ଭଲ ଗୁଣ ମଧ୍ୟ ସବୁ ଦିଗରେ ମହକି ଥାଏ । ଇଶ୍ଵର ଚିତ୍ରରେ ନୁହେଁ ଚରିତ୍ରରେ ବସିଥାନ୍ତି ନିଜ ଆତ୍ମାକୁ ମନ୍ଦିର ବନାଅ, ଆତ୍ମାରେ ପରମାତ୍ମା ରହିଥାନ୍ତି । ଭୋଜନ ପାଇଁ ଭଲ ପଦାର୍ଥର ଉପଲବ୍ଧ ହେବା, ତାକୁ କରିବାର ଶକ୍ତି ହେବା, ସୁନ୍ଦର ସ୍ତ୍ରୀ ସହିତ ସଂସର୍ଗ ପାଇଁ କାମ ମଶକ୍ତି ରହିବା , ପ୍ରଚୁର ଧନ ସହିତ ଧନ ଦେବାର ଇଛା ରହିବା ।

ଏହି ସବୁ ସୁଖ ମନୁଷ୍ୟକୁ ବହୁତ କଷ୍ଟରେ ପ୍ରାପ୍ତ ହୋଇଥାଏ । ଚାଣକ୍ୟ କହିଛନ୍ତି ଯେଉଁ ବ୍ୟକ୍ତିର ପୁତ୍ର ତାର ନିୟତ୍ରଣରେ ରହିଥାନ୍ତି, ଯାହାର ପତ୍ନୀ ଆଜ୍ଞା ଅନୁସାରେ ଆଚରଣ କରିଥାଏ ଆଉ ଯେଉଁ ବ୍ୟକ୍ତି ନିଜ କମାଇ ଧନରେ ପୁରା ସନ୍ତୁଷ୍ଟ ରହିଥାଏ । ଏମିତି ମନୁଷ୍ୟ ପାଇଁ ଏହି ସଂସାର ସ୍ଵର୍ଗ ସମାନ ହୋଇଥାଏ । ଚାଣକ୍ୟ କହିଛନ୍ତି ସେହି ଗୃହସ୍ତି ସୁଖୀ ହୋଇଥାନ୍ତି ଯାହାର ସନ୍ତାନ ତାଙ୍କର ଆଜ୍ଞାର ପାଳନ କରିଥାନ୍ତି । ତାର ସବୁ କର୍ତବ୍ୟ ପାଳନ କରିଥାଏ ।

ପିତାର କର୍ତବ୍ୟ ଅଟେକି ସେହି ପୁତ୍ରର ପାଳନ ପୋଷଣ ଭଲ ଭାବରେ କରିବା । ସେହି ଭଳି ଏମିତି ବ୍ୟକ୍ତିକୁ ମିତ୍ର କରିବା ଉଚିତ ନୁହେଁ ଯାହା ଉପରେ ବିଶ୍ଵାସ କରିବା କଥା ନୁହେଁ ଓ ସେମିତି ପତ୍ନୀ ସ୍ଵାର୍ଥୀ ଅଟେ ଯାହାଠୁ କୌଣସି ପ୍ରକାରର ସୁଖ ପ୍ରାପ୍ତ ହୁଏ ନହିଁ । ଯେଉଁ ମିତ୍ର ଆପଣଙ୍କ ସାମ୍ନାରେ ଚିକ୍କଣ କରିଥାଏ ଓ ପିଠି ପଛରେ ଆପଣଙ୍କ କାର୍ଯ୍ୟକୁ ବିଗାଡି ଦେଇଥାଏ, ତାକୁ ତ୍ୟାଗ କରିବା ହିଁ ଭଲ ଅଟେ ।

ଚାଣକ୍ୟ କହିଛନ୍ତି ସେହି ବ୍ୟକ୍ତି ସେହି ବାସନ ସମାନ ହୋଇଥାନ୍ତି ଓ ଉପରେ ଭାଗରେ ଦୁଧ ଲାଗିଥାଏ କିନ୍ତୁ ଭିତରେ ବିଷ ଭରା ହୋଇଥାଏ । ଯେଉଁ ଭଳି ପତ୍ନୀ ବିୟୋଗର ଦୁଖ, ନିଜ ଭାଇ ବନ୍ଧୁଙ୍କ ଦ୍ଵାରା ପ୍ରାପ୍ତ ଅପମାନର ଦୁଃଖ ଅସହନୀୟ ହୋଇଥାଏ, ସେହି ଭଳି କରଜରେ ଥିବା ବ୍ୟକ୍ତି ସବୁବେଳେ ଦୁଖୀ ରହିଥାଏ । ଦୁଷ୍ଟ ରାଜାର ସେବା ରହିଥିବା ଚାକର ମଧ୍ୟ ଦୁଃଖ ପାଇଥାଏ । ନିର୍ଦ୍ଧନତାର ମଧ୍ୟ ଅଭିଶାପ ମଧ୍ୟ ମନୁଷ୍ୟ କେବେ ଭୁଲିପାରି ନଥାଏ । ଏହା ଦ୍ଵାରା ମନୁଷ୍ୟର ଆତ୍ମା ଭିତରେ ଭିତରେ ଜଳି ଥାଏ ।

Leave a Reply

Your email address will not be published. Required fields are marked *