ମୃତ ବ୍ୟକ୍ତିଙ୍କୁ ସ୍ୱପ୍ନରେ ଦେଖିବାର ଅର୍ଥ କଣ ହୋଇଥାଏ ? ଶୁଭ ନା ଅଶୁଭ ….

ବନ୍ଧୁଗଣ ମୃ-ତ୍ୟୁ ଜୀବନର ଏମିତି ଏକ ସତ ଯାହାକୁ ଜୀବନରେ ସମସ୍ତଙ୍କୁ ଦିନେ ନା ଦିନେ ସାମ୍ନା କରିବାକୁ ପଡିଥାଏ । ଯିଏ ଏହି ଜଗତରେ ଜନ୍ମ ହୋଇଛି ତାହାର ମୃ-ତ୍ୟୁ ସୁଂନିଶ୍ଚିତ । ମୃ-ତ୍ୟୁ ଏପରି ଏକ ଜିନିଷ ଯିଏ କି ନିଜର ଲୋକମାନଙ୍କୁ ଗୋଟିଏ ମୁହୂର୍ତ୍ତରେ ହିଁ ଦୂରେଇ ଦେଇଥାଏ । ନିଜର ଲୋକମାନଙ୍କ ଠାରୁ ଦୂରେଇ ଯିବାର ଯନ୍ତ୍ରଣା ଆମକୁ ବହୁତ ଦୁଃଖ ଦେଇଥାଏ ।

ଏହାର ପ୍ରଭାବ ଆମ ଜୀବନର ଗୋଟିଏ ଅଂସ ହୋଇ ରହି ଯାଇଥାଏ । ଯଦି ଆମର କୌଣସି ବ୍ୟକ୍ତି ଙ୍କ ସହିତ କିଛି ନିବିଡ ସମ୍ପର୍କ ରହିଥାଏ ତେବେ ତାଙ୍କର ମୃ-ତ୍ୟୁ ପରେ ମଧ୍ୟ ଆମେ ତାଙ୍କୁ ସ୍ୱପ୍ନରେ ଦେଖିଥାଉ । ବେଳେବେଳେ ଏହି ଭଳି ସ୍ଵପ୍ନ ଆମକୁ ବାରମ୍ବାର ଆସିଥାଏ । ଆଜି ଆମେ ଆପଣଙ୍କୁ କହିବୁ କି କୌଣସି ମୃତ ବ୍ୟକ୍ତି ଙ୍କୁ ସ୍ଵପ୍ନରେ ଦେଖିବାର ଅର୍ଥ କଣ ହୋଇଥାଏ ? ଏହା ଶୁଭ ହୋଇଥାଏ ନା ଅଶୁଭ ।

୧. ଯଦି କୌଣସି ବ୍ୟକ୍ତି ଆପଣ ମାନଙ୍କର ବହୁତ ପାଖ ଲୋକ ଅଟନ୍ତି ଓ ତାଙ୍କର ମୃ-ତ୍ୟୁ ହୋଇ ଯାଇଛି ତେବେ ସେ କିଛି ଦିନ ପର୍ଯ୍ୟନ୍ତ ଆପଣଙ୍କ ସ୍ଵପ୍ନରେ ଆସିଥାନ୍ତି । ସେହି ବ୍ୟକ୍ତି ସ୍ଵପ୍ନରେ ଆସିବାର ଅର୍ଥ ସେମାନେ ଆମକୁ ଆଶ୍ଵାସନା ଦେଇଥାନ୍ତି କି ଏହି ଦୁଃଖ କୁ ଭୁଲି ଆଗକୁ ବଢି ଚାଲିବା ପାଇଁ ଓ ନିଜ ଜୀବନରେ ସୁଖ ପ୍ରାପ୍ତ କରିବା ପାଇଁ ।

୨. ସ୍ଵପ୍ନରେ କୌଣସି ମୃତ ପରିଜନଙ୍କୁ ଦେଖିବାର ଅର୍ଥ ଆପଣଙ୍କୁ ସେ ଆସୁଥିବା ସଙ୍କଟ ରୁ ବାହାରିବାର ବାଟ ଦେଖାଇବା ହୋଇଥାଏ । ଯାହା ଫଳରେ ଆପଣ ନିଜ ଜୀବନରେ ଆସୁଥିବା ସମସ୍ୟାରୁ ମୁକ୍ତି ପାଇ ପାରିବେ ।

୩. ସ୍ଵପ୍ନରେ ଯେତେବେଳେ ଆପଣଙ୍କର ମୃତ ପରିଜନ ଆସିଥାନ୍ତି ତେବେ ସେମାନେ ଆପଣ ମାନଙ୍କ ବିଷୟରେ କିଛି ଜଣେଇବାକୁ ଆସିଥାନ୍ତି । ଆପଣ ଦେଖିଥିବେ ଏମିତି କିଛି ସ୍ଵପ୍ନ ଦେଖିବା ପରେ ଆପଣଙ୍କ ଜୀବନରେ ବଡ ପରିବର୍ତ୍ତନ ଆସିଥାଏ ।

୪. ଯେଉଁ ବ୍ୟକ୍ତି ଜୀବିତ ରହିଥିବା ସମୟରେ ଆପଣଙ୍କର ସବୁ ସୁଖ ଓ ଦୁଃଖରେ ଆପଣଙ୍କ ସାଥ ଦେଇଥାଏ ଓ ମୃ-ତ୍ୟୁ ପରେ ସେହି ବ୍ୟକ୍ତି ଆପଣଙ୍କ ସ୍ଵପ୍ନରେ ନିଶ୍ଚିତ ଆସିଥାନ୍ତି । ଓ ଆପଣଙ୍କୁ ସବୁ ପ୍ରକାରର ସମସ୍ୟାରୁ ବାହାର କରିବା ପାଇଁ ଚେଷ୍ଟା କରିଥାନ୍ତି ।

୫. ବେଳେ ବେଳେ କୌଣସି ମୃତ ପରିଜନ ସ୍ଵପ୍ନରେ ଆସିବା ପରେ ମଣିଷ ଜୀବନ ପୁରା ପୁରୀ ବଦଳି ଯାଇଥାଏ ଓ ତାଙ୍କ ଜୀବନରେ ବହୁତ ସକରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିଥାଏ ।

୬. ଯେତେବେଳେ କୌଣସି ମୃତ ବ୍ୟକ୍ତି ଆପଣଙ୍କ ସ୍ଵପ୍ନରେ ଆସିଥାନ୍ତି ତେବେ ସେ ଆପଣଙ୍କୁ ବାସ୍ତବିକତାର ଅନୁଭବ କରାଇଥାନ୍ତି । କାରଣ ସେହି ସମୟରେ ଆପଣ ମାନଙ୍କର ଭାବନା ଉତ୍ତେଜିତ ହୋଇଯାଏ । ଯାହା ଦ୍ଵାରା ଆପଣ ଜାଣି ପାରନ୍ତି ନାହିଁ କି ତାହା ସ୍ଵପ୍ନ ଅଟେ କି ସତ । ତେବେ ବନ୍ଧୁଗଣ ମୃତ ବ୍ୟକ୍ତି ସ୍ଵପ୍ନରେ ଆସିବାର ଅର୍ଥ ବହୁତ ଶୁଭ ହୋଇଥାଏ ଓ ଯଦି ଆପଣ ଏହିଭଳି ସ୍ଵପ୍ନ ଦେଖୁଛନ୍ତି ତେବେ ବିଚଳିତ ହେବାର ଆବଶ୍ୟକତା ନାହିଁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *