ଏହି ନାମର ଲୋକଙ୍କୁ କେବେ ମିଳେ ନାହିଁ ସଚ୍ଚା ପ୍ରେମ- Jyotisha Sahstra

ନମସ୍କାର ବନ୍ଧୁଗଣ, ଆଜିକାଲି ଆମ ପାଇଁ ପ୍ରେମ ହିଁ ସବୁକିଛି । କିନ୍ତୁ ପ୍ରକୃତ ଭଲ ପାଇବା ମଧ୍ୟ ମିଳିବା ବହୁତ କଷ୍ଟ ହୋଇସାରିଲାଣି । ନାମ ଏବଂ ରାଶିରୁ ଗୋଟିଏ ବ୍ୟକ୍ତି ର ସ୍ଵଭାବ ବିଷୟରେ ଜଣାପଡିଯାଇଥାଏ । ତେବେ ଆସନ୍ତୁ ଆଜି ଜାଣିବା ବ୍ୟକ୍ତିଙ୍କ ନାମରୁ କି କେଉଁ ବ୍ୟକ୍ତି ଆପଣଙ୍କୁ ପ୍ରକୃତରେ ଭଲ ପାଇବେ । ନାମ ରାଶିରୁ ହିଁ ବ୍ୟକ୍ତିଙ୍କ ଜୀବନ ଉପରେ ପ୍ରଭାବ ପଡିଥାଏ ।

ଜାଣନ୍ତୁ P ନାମର ବ୍ୟକ୍ତିଙ୍କ ବିଷୟରେ, ଏହି ନାମର ବ୍ୟକ୍ତି ମାନଙ୍କ ରାଶି ପ୍ରାୟତଃ କନ୍ୟା ରାଶି ହୋଇଥାଏ । ଏମାନଙ୍କୁ ବହୁତ କଥାକୁ ନେଇ ଅସୁରକ୍ଷିତ ଅନୁଭବ ହୋଇଥାଏ । ଏବଂ ଭଲ ପାଇବାରେ ଏମାନେ ବହୁତ ଦୁର୍ଭାଗ୍ୟଶାଳୀ ଅଟନ୍ତି । ଏମାନେ ବହୁତ ଜଲ୍ଦି କାହାକୁ ନିଜର କରନ୍ତି ନାହିଁ । ସବୁବେଳେ ଏହି ଚିନ୍ତାରେ ରୁହନ୍ତି କି ଯଦି ତାଙ୍କ ସାଥି ତାଙ୍କ ଠାରୁ ଅଲଗା ହୋଇଯିବେ ତ ଏହି ଡର ପାଇଁ ସବୁବେଳେ ବହୁତ ସମୟ ଲଗାଇଥାନ୍ତି ନିଜର କରିବା ପାଇଁ ।

ପ୍ରକୃତ ଭଲ ପାଇବା ମିଳିବା ଏହି ନାମ ପାଇଁ ବହୁତ କଷ୍ଟ ହୋଇଥାଏ । ତେଣୁ ଏମାନଙ୍କୁ ଭଲ ପାଇବାରେ ଦୁର୍ଭାଗ୍ୟଶାଳୀ ବୋଲି କୁହାଯାଏ । ଦୁର୍ଭାଗ୍ୟଶାଳୀ ର ଅର୍ଥ ଏଇଆ ନୁହେ କି ଜୀବନ ସାରା ପାଇଁ ଏମାନେ ଏକା ହିଁ ରହିବେ, ସମସ୍ତଙ୍କ ଭଳି ଏମାନେ ମଧ୍ୟ ସଚା ଭଲ ପାଇବାକୁ ଖୋଜିଥାନ୍ତି ଏବଂ ନିଜ ଜୀବନରେ ସାମିଲ କରିଥାନ୍ତି । ତାଙ୍କୁ ଭଲ ପାଇବା ମଧ୍ୟ ତାଙ୍କୁ ଦିଅନ୍ତି ନିଜ ଜୀବନରୁ ଦୂରେଇ ନ ଯିବା ପାଇଁ ସବୁବେଳେ ଲାଗିପଡିଥାନ୍ତି ତାଙ୍କ ଯତ୍ନ ନବାରେ ତାଙ୍କ ଅସୁବିଧା ସୁବିଧା ବୁଝିବାରେ ।

ଯେତେ ଝଗଡା ଲାଗିଲେ ମଧ୍ୟ ଏମାନେ ନିଜ ସାଥୀକୁ କୁ କେବେ ବି ନିଜଠୁ ଅଲଗା କରିବା କଥା ଭାବନ୍ତି ବି ନାହିଁ । ଏବଂ ଏମାନଙ୍କୁ ତାଙ୍କ ଭାଗ୍ୟ ମଧ୍ୟ ସାଥ ଦେଇଥାଏ ତେଣୁ ଏମାନେ ନିଜ ଜୀବନରେ ବହୁତ ନାମ ଓ ପଇସା କମାନ୍ତି । କେବଳ ଦେଶରେ ହିଁ ନୁହେ ସାରା ଦୁନିଆରେ ନିଜ ନାମକୁ ଉଚ ସ୍ତରକୁ ନେଇଯାନ୍ତି । ନିଜ ମେହେନତ ଓ କଷ୍ଟ ଫଳରେ ନିଜର ସମସ୍ତ ଇଚ୍ଛାକୁ ଏମାନେ ପୁରା କରିପାରିବେ ।

ଯେଉଁ ସ୍ତରରେ ପହଞ୍ଚିବା ପାଇଁ ଲୋକ କେବେଳ ସ୍ଵପ୍ନ ଦେଖନ୍ତି ସେଠାରେ ପହଞ୍ଚିବା ପାଇଁ ଏମାନଙ୍କୁ ବେଶି ସମୟ  ଲାଗିନଥାଏ । ଏହି P ନାମର ବ୍ୟକ୍ତି ବହୁତ ଜିଦି ଅଟନ୍ତି, ବାହାରରୁ ଶାନ୍ତ ଥାନ୍ତି କିନ୍ତୁ ମନ ଭିତରେ ବହୁତ ଅଶାନ୍ତ ଥାନ୍ତି ବହୁତ କିଛି କଥାକୁ ନେଇ ବ୍ୟସ୍ତ ହୋଇପଡନ୍ତି । ରାଗରେ ଏମାନେ ବନ୍ଧୁତ୍ଵକୁ ବି ଭାଙ୍ଗିବାକୁ ପଛାନ୍ତିନି । ନିଜକୁ ମଜବୁତ ଏବଂ ଦୃଢ ବ୍ୟକ୍ତି ଭାବେ ଦେଖେଇବା ପାଇଁ ସବୁବେଳେ ଚେଷ୍ଟା କରନ୍ତି ।

ଏମାନଙ୍କ ମୁହଁରୁ ଆପଣ କେବେ ବି ତାଙ୍କ କଥା ଜାଣିପାରିବେ ନାହିଁ । କାହିଁକି ନା ତାଙ୍କ ମନ ଭିତରେ ସବୁବେଳେ ବହୁତ କିଛି ଚାଲିଥାଏ । ନିଜ ଅସୁରକ୍ଷିତ କାରଣ ପାଇଁ ନିଜ ମନର ଭାବନା କୁ କାହା ସହ ବି ସେୟାର କରନ୍ତି ନାହିଁ । ନିଜ ପରିବାରର ବହୁତ ପ୍ରିୟ ହୋଇଥାନ୍ତି ଏମାନେ । ପରିବାରକୁ ହିଁ ନିଜ ଜୀବନରେ ସବୁକିଛି ମାନିଥାନ୍ତି । ଯଦି ଆପଣ ମାନଙ୍କୁ ଆମ ଏ ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ସେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *