ଏମିତି କେଉଁ ପରିବା ନାମ ଯେଉଁଥିରେ ତାଲା ଏବଂ ଚାବି ଦୁଇଟି ଆସିଥାଏ- Questions & Answers

ବନ୍ଧୁଗଣ, ମନୁଷ୍ୟ ଜୀବନରେ କେତେକ କୌତୁହଳ ପ୍ରଶ୍ନ-ଉତ୍ତର ରହିଛି ଯାହା ଆମ୍ଭେ ଅନ୍ୟକୁ ପଚାରି ବହୁତ ଆନନ୍ଦ ହୋଇଥାଉ । ଯଦି ଅନ୍ୟ ଜଣକ ସେହି ଉତ୍ତର ଟିକୁ ଜାଣିଥାନ୍ତି, ତେବେ ଆପଣ ମନରେ ଚିନ୍ତା କରନ୍ତି ଯେ, ଏହାକୁ ପ୍ରଶ୍ନ ଟିର ଉତ୍ତର ଜଣାଅଛି ।

ଏଭଳି ଆପଣ ମାନେ ଅନେକ ପ୍ରଶ୍ନ ପଚାରିଥାନ୍ତି । ଯାହାକୁ କେବେ କେବେ ଅନ୍ୟ ଜଣଙ୍କ କହିପାରି ନଥାଏ । ବନ୍ଧୁଗଣ ଆସନ୍ତୁ ସେହି ମଜାଦାର ପ୍ରଶ୍ନ-ଉତ୍ତର ସମ୍ବନ୍ଧରେ ଜାଣିବା ।

୧- ଆଖିରେ ଯେବେ ବସିଯାଉ ୨୦ ଥର ଆସିଥାଏ କହିଲ ମୁଁ କିଏ ?

ଉତ୍ତର- ନିଦ ।

୨- ତାହା କଣ ଯାହା ତଳ ଉପର ହୋଇଥାଏ ?

ଉତ୍ତର- ତାପମାତ୍ରା ।

୩- ମୁଁ ଆଲୋକ ଦ୍ଵାରା ମରିଯାଏ ଏବଂ ଆଲୋକ ଦ୍ଵାରା ବଞ୍ଚିଯାଏ ?

ଉତ୍ତର- ଛାଇ ।

୪- ତାହା କଣ ଯାହା ବାମ ହାତରେ ଧରି ହୁଏ, ମାତ୍ର ଡାହାଣ ହାତରେ ଧରିହୁଏ ନାହିଁ ?

ଉତ୍ତର- ଡାହାଣ ହାତ ।

୫- ଏମିତି କେଉଁ ପରିବା ନାମ ତାଲା ଏବଂ ଚାବି ଦୁଇଟି ଆସିଥାଏ ?

ଉତ୍ତର- ଲକି; ଲକ୍+କି= ଲକି ।

୬- ଗୋଟିଏ ରୁମାଲର ୪ ଟି କୋଣ, ଗୋଟିଏ କୋଣ କାଟିଦେଲେ, ଆଉ ରହିବ କେତୋଟି କୋଣ ?

ଉତ୍ତର- ୫ ଟି ।

୭- କଞ୍ଚାବେଳେ ଡାକନ୍ତି ଗୋଟିଏ ନାଁ, ଶୁଖିଲା ପରେ ଡାକନ୍ତି ଆଉ ଗୋଟିଏ ନାଁ, ତାହା କଣ ?

ଉତ୍ତର- ପଇଡ ଏବଂ ନଡିଆ ।

୮- ଛୋଟ ପିଲାମାଙ୍କର ଏମିତି ଏକ ଖେଳନା, ଯାହାକୁ ଦୁନିଆର ସବୁଠାରୁ ବଡ ଲୋକ ମଧ୍ୟ କିଣି ପାରିବ ନାହିଁ ।

ଉତ୍ତର- ଜହ୍ନ ମାମୁଁ ।

୯- କେଉଁଠିକୁ ୧୦୦ ଲୋକ ଗଲେ ଫେରନ୍ତି ୯୯ ?

ଉତ୍ତର- ମଶାଣି ।

୧୦- କେଉଁଠିକୁ ୧୦୦ ଲୋକ ଗଲେ ଫେରନ୍ତି ୧୦୧ ?

ଉତ୍ତର- ବାହାଘର ।

୧୧- ତାହା କେଉଁ ଗାଡି ଯାହାକୁ ଆଗରୁ ଭଗବାନ ଗଢିଥିଲେ ଓ ପଛରୁ ମଣିଷ ଗଢିଲା ?

ଉତ୍ତର- ବଳଦ ଗାଡି ।

୧୨- ଆପଣଙ୍କ ଦେହର କେଉଁ ଅଂଶ ପାଣିରେ ପଡିଲେ ମଧ୍ୟ ଓଦା ହୁଏନାହିଁ ?

ଉତ୍ତର- ଦେହର ଛାଇ ।

୧୩- ଏମିତି କଣ ଅଟେ ଯାହାର ମୁଣ୍ଡରେ ପଥର ଥାଏ, ଏବଂ ତାହାର ପେଟ ଭିତରେ ଆଙ୍ଗୁଳି ପୂରାଇଲେ ଆପଣ ବହୁତ ଖୁସି ହୁଅନ୍ତି ?

ଉତ୍ତର- ମୁଦି ।

୧୪-  ଯିଏ କିଣିବ, ସେ ବ୍ୟବହାର କରି ପାରିବ ନାହିଁ, ଯିଏ ବ୍ୟବହାର କରିବ ସେ କିଣି ପାରିବ ନାହିଁ ତାହା କଣ ?

ଉତ୍ତର- କୋକେଇ ।

୧୫- ଘର ଗୋଟିଏ ୧୨ ବଖରା ୩ ସିପାହୀ ଦିଅନ୍ତି ପହରା ତାହା କଣ ?

ଉତ୍ତର- ଘଣ୍ଟା ।

ବନ୍ଧୁଗଣ ଏହାଥିଲା କିଛି ମଜାଦାର ପ୍ରଶ୍ନ ଉତ୍ତର । ଆପଣ ଏହାକୁ ଅନ୍ୟ କୁ ପଚାରି ନିଜ ବୁଦ୍ଧିମାନର ପରିଚୟ ଦେଇପାରିବେ । କେତେକ ବ୍ୟକ୍ତି ଅଛନ୍ତି ଯାହାଙ୍କୁ ଏହିସବୁ ମଜାଦାର ପ୍ରଶ୍ନ ଉତ୍ତର ବହୁତ ଆନନ୍ଦ ଦେଇଥାଏ । ବନ୍ଧୁଗଣ ଏହାକୁ ସାଧାରଣ ଜ୍ଞାନ କହିଲେ ଅତ୍ଯୁକ୍ତି ହେବ ନାହିଁ । ଆପଣ ମାନଙ୍କୁ ଏହି ବିବରଣୀ ଟି ଭଲ ଲାଗିଥିଲେ, ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *