ଘରେ ମସା, ମୂଷା ଓ ଝିଟିପିଟି ଅଧିକ ହେଲେ କଣ ସୂଚନା ମିଳେ- Ajira Anuchinta

ବନ୍ଧୁଗଣ ଆମେ ନୀତିଦିନ କିଛି ନା କିଛି ଭୁଲ କରିଥାଉ, ଯାହାକି ଆମ ଜୀବନ ଶୈଳୀ ଉପରେ ସିଧାସଳଖ ତାହାର ପ୍ରଭାବ ଦେଖିବାକୁ ମିଳିଥାଏ । ଯଦି ବେଳ ଥାଉ ଥାଉ ଆମେ ସେହି ଅଭ୍ଯାସ କିମ୍ବା ଦୋଷକୁ ବଦଳାଇ ଦେଇଥାଉ ତେବେ ତାହା ଆମ ପାଇଁ ବହୁତ ଲାଭଦାଯକ ହୋଇଥାଏ । ମାତ୍ର ଯଦି ଆମେ ସେହି ବିଷୟ ବସ୍ତୁ ଉପରେ ଧ୍ୟାନ ନଦେଇ ଥାଉ ତେବେ ଆମ ବ୍ୟକ୍ତିଗତ ତଥା ସାମାଜିକ

ଜୀବନ ଶୈଳୀ ଉପରେ ତାହାର ପ୍ରଭାବ ଦେଖିବାକୁ ମିଳିଥାଏ । ଆସନ୍ତୁ ସେହି ସବୁ ବାସ୍ତୁ ସମ୍ବନ୍ଧୀୟ ଘଟଣାବଳି ଉପରେ ଦ୍ରୁଷ୍ଟି ପକାଇବା । ୧- ଯଦି ଆପଣଙ୍କ ଘରେ ମଶା କିମ୍ବା ଝିଟିପିଟି ଅଧିକ ହେଉଛନ୍ତି ତେବେ ଆପଣ ଗୋଟିଏ ପିଆଜକୁ କାଟି ଆପଣଙ୍କ ଘରେ ଜଳୁଥିବା ଲାଇଟ ପାଖରେ ଟାଙ୍ଗୀ ଦିଅନ୍ତୁ । ଏହା କରିବା ଦ୍ଵାରା ନାନା ପ୍ରକାରର କୀଟ ମଧ୍ୟ ଘରୁ ବାହାରି ଯାନ୍ତି । ୨- ପ୍ରତିଦିନ ପାଚିଲା କଦଳୀ ଖାଇବା ଦ୍ଵାରା ଶରୀର ସୁସ୍ଥ ରହିବା ସହିତ ଆପଣଙ୍କର ବୁଦ୍ଧି ମଧ୍ୟ ପ୍ରଖର ହୋଇଥାଏ । ୩- କେବେ ମଧ୍ୟ ଔଷଧ ଖାଇବା ପରେ ଅଙ୍ଗୁରୁ କୋଳି ଖାଆନ୍ତୁ ନାହିଁ । ଏହା ଶରୀର ପାଇଁ ବହୁତ କ୍ଷତିକାରକ ସାବ୍ୟସ୍ଥ ହୋଇଥାଏ ।

୪- ପିଲାମାନେ ଶୋଇବା ପରେ ଯଦି ବିଛଣାରେ ପରିସ୍ରା କରିଦେଉଛନ୍ତି ତେବେ କିଛି ଦିନ ଶୋଇବା ପୂର୍ବରୁ ତାଙ୍କୁ ଏକ ଚାମଚ ମହୁ ଖୁଆନ୍ତୁ । ଦେଖିବେ ଏହାର ସୁଫଳ ବଶତ ସେମାନେ ଆଉ ବିଛଣାରେ ପରିସ୍ରା କରିବେ ନାହିଁ । ୫- ଯଦି କୌଣସି ଜାଗାରେ ଆପଣଙ୍କର ଖଣ୍ଡିଆ ହୋଇଯାଏ କିମ୍ବା ମାଡ ହୋଇଯାଏ ତେବେ ସେହି ଜାଗାରେ ଆପଣ ଚିନୀ ଲଗାଇ ଦିଅନ୍ତୁ । ଦେଖିବେ କ୍ରମଶ ଦରଜ କମିଯିବ ।

୬- ଯେଉଁ ଜାଗାରେ ବସି ଆପଣ କାମ କରୁଛନ୍ତି ତାହାର ପଛପଟରେ ଯଦି ଆପଣ ପର୍ବତର ଫଟ ଲଗାଉଛନ୍ତି ତେବେ ଆପଣଙ୍କର ସବୁ କାର୍ଯ୍ୟ ସଫଳ ହେବ । ୭- କେବେ ମଧ୍ୟ ଦକ୍ଷିଣ ଦିଗକୁ ଗୋଡକରି ଶୁଅନ୍ତୁ ନାହିଁ । ଏହା କରୁଥିଲେ ଆପଣଙ୍କୁ ନିଦ୍ରା ହୀନତା ଏବଂ ମାନସିକ ରୋଗ ଦେଖାଯାଏ । ଏହା ଆପଣଙ୍କ ପାଇଁ ଅମଙ୍ଗଳ ମଧ୍ୟ ହୋଇଥାଏ । ୮- ରୋଷେଇ ଘରେ ଯଦି ଆପଣଙ୍କର ବାସ୍ତୁ ଦୋଷ ରହିଥାଏ, ତେବେ ରାନ୍ଧି ସାରିବା ପରେ କିଛି ଖାଦ୍ଯ ଗୋମାତାଙ୍କୁ ସମର୍ପଣ କରନ୍ତୁ ଅଥବା ଅଗ୍ନି ଦେବତାଙ୍କୁ ସମର୍ପଣ କରନ୍ତୁ ବହୁତ ମଙ୍ଗଳ ହେବ ।

୯- ଗୃହର ମୁଖ୍ୟ ଦ୍ଵାରରେ ଯଦି ବାସ୍ତୁ ଦୋଷ ରହିଥାଏ, ତେବେ ଗଣେଶଙ୍କର ଚିତ୍ର ଫଟୋ ସ୍ଥାପନା କରନ୍ତୁ । ଏହା ଦ୍ଵାରା ବହୁତ ଶୁଭ ଫଳ ପ୍ରାପ୍ତ ହେବ । ୧୦- ଯେଉଁ ଲୋକର ଆଙ୍ଗୁଳିର ପ୍ରଥମପଦ ଗୁଡିକ ଦୀର୍ଘ ଓ ଆଙ୍ଗୁଳି ମୁନିଆ ହୋଇଥାଏ ସେ ଧର୍ମ ପରାୟଣ ବ୍ୟକ୍ତି ଅଟନ୍ତି । ୧୧- ଯେଉଁ ବ୍ଯକ୍ତିର ସମସ୍ତ ଆଙ୍ଗୁଳିରେ ଶଙ୍ଖ ଚିହ୍ନ କିମ୍ବା ଚକ୍ର ଚିହ୍ନ ଥାଏ ଏବଂ ପାପୁଲିରେ ପତାକା ଚିହ୍ନ ରହିଥାଏ, ସେହି ବ୍ୟକ୍ତି ମାନେ ମହାପୁରୁଷ ହୋଇଥାନ୍ତି ।

୧୨- ସୋମବାର ଏବଂ ସଙ୍କରାନ୍ତିରେ ଶିବଙ୍କ ଉପରେ ଯଦି ଜଳ ଲାଗି କରନ୍ତି ତେବେ ଆପଣଙ୍କର ସମସ୍ତ ଦୁଖ ହରଣ ହୋଇଥାଏ । ୧୩- ଅଶ୍ୱୋସ୍ଥ ବୃକ୍ଷ ରୋପଣ କଲେ ନିଜର ବଂଶ ବୃଦ୍ଧି ହୁଏ, ଋଷ୍ଟ ଖଣ୍ଡନ ହୁଏ, ଏବଂ ପିତୃ ପୁରୁଷ ମୋକ୍ଷ ଲାଭ କରନ୍ତି । ବନ୍ଧୁଗଣ ଏହା ଥିଲା ବାସ୍ତୁ ଶାସ୍ତ୍ର ଅନୁଯାଇ କିଛି ବିଶେଷ ବିଷୟ ବସ୍ତୁ ଯଦି ଆପଣଙ୍କୁ ଏହି ବିବରଣୀ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।

ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *