ଘରେ ମଶା, ମାଛି, ପିମ୍ପୁଡ଼ି, ଉଇ, ଅସରପା ହେଉଥିଲେ କରନ୍ତୁ ଏହି ଉପାୟ… ଘର ଛାଡି ସବୁଦିନ ପାଇଁ ଚାଲିଯିବେ

ବନ୍ଧୁଗଣ ପ୍ରତେକ ଘରେ ମଶା, ମାଛି, ଉଈ ଓ ଅସରପା ଦେଖା ଯାଇଥାଏ । ଏମାନେ ଘରର ସୁଖ ଶାନ୍ତି ବାତାବରଣକୁ ନଷ୍ଟ କରି ଦେଇଥାନ୍ତି । ଭଲରେ ଶୋଇବା ପାଇଁ ଗଲେ ମଧ୍ୟ ମଶା ମାନେ ହାଇଆର କରିତହାନ୍ତି । ଏହା ସହ ପିମ୍ପୁଡି ମାନଙ୍କର ଉପଦ୍ରବ୍ୟ ଅଧିକ ରହିଥାଏ । ଆଜି ଆମେ ଆପଣଙ୍କୁ କହିବୁ ଘରେ ମଶା, ମାଛି, ଉଈ, ଅସରପା ହଇରାଣ କରୁଛନ୍ତି ତେବେ କିଛି ସହଜ ଉପାୟ ବିଷୟରେ ।

ଯଦି ଆପଣଙ୍କ ଘରେ ଅଧିକ ପିମ୍ପୁଡି ହେଉଛନ୍ତି ତେବେ ତାର ଗାତ ମୁହଁ ରେ ଲେମ୍ବୁ ଖଣ୍ଡେ କାଟି ଲଗାଇ ଦିଅନ୍ତୁ । ଦେଖିବେ ପିମ୍ପୁଡି କମିଯିବେ । ଯଦି ଘରେ ମାସ ଅଧିକ ହେଉଛନ୍ତି ବା ବଢୁଛନ୍ତି ବା କାମୁଡିଛନ୍ତି ତେବେ ଘରେ ଝୁଣା ବା ନିମ ପତ୍ର ପକାଇ ଧୂପ ଦେବେ । ଦେଖିବେ ନିଶ୍ଚୟ ଆପଣଙ୍କ ଘରୁ ମଶା ସବୁ ବାହାରି ଯିବେ । କିଛି ଲୋକ ବ୍ଯବହୃତ ଚାହା ପତି କୁ ଫିଙ୍ଗି ଦେଇଥାନ୍ତି ।

କିନ୍ତୁ ଚାହା ପତି କୁ ଶୁଖାଇ ଧୂଆଁ ଦେଲେ ଘରେ ମାଛି ମାନେ ଚାଲି ଯାଇଥାନ୍ତି । ଯଦି ଆପଣଙ୍କ ଘରେ ଅଧିକ ମାଛ ଉପଦ୍ରବ୍ୟ କରୁଛନ୍ତି ତେବେ ବ୍ଯବହୃତ ଚାହା ପତି କୁ ଶୁଖାଇ ଧୂଆଁ ଦିଅନ୍ତୁ । ବହୁଳ ଲୋକଙ୍କ ଘରେ ମୂଲ୍ୟବାନ କାଠ ବା ଖଟ ବା ଟେବଲ ରହିଥାଏ । ଆଉ ସେଥିରେ ଉଈ ଅଧିକ ଲାଗିଥାଏ । ଉଈ ଲାଗିବାର କାରଣ ହେଉଛି ଅଧିକ ପାଣି ହେବା ।

ଏଥିପାଇଁ ଗୋ-ମୁତ୍ର ରେ କିଛି ନିମ ପତ୍ର ଓ ମୋତିହାର ପତ୍ର ରଖି ଉଈ ଲାଗିଥିବା ଜାଗାରେ ଢାଳି ଦିଅନ୍ତୁ । ଚେଷ୍ଟା କରିବେ ଆପଣଙ୍କ ଘରେ ଯେତେ ବି ଉଈ ହେଉଛନ୍ତି ଏହି ଛୋଟ ଉପାୟ ଟି କରନ୍ତୁ । ଘରେ ସବୁବେଳେ ଅସରପା ମଧ୍ୟ ଦେଖାଯାଏ । ଅସରପା ଖାଇବା ଜିନିଷ ମଧ୍ୟରେ ରହିଥାନ୍ତି । ଏଥିପାଇଁ ବଡ ବା ଛୋଟ ପିଲାଙ୍କର ଫୁଡ ପଏଜନ ଭଳି ସମସ୍ଯା ଅଧିକ ଦେଖାଯାଏ ।

ଅସରପା ଖାଦ୍ଯ ରେ ମଳମୁତ୍ର କରିଲା ତେବେ ଫୁଡ଼ ପଏଜନ ସମସ୍ଯା ଦେଖାଯାଏ । ଯେଉଁ ଜାଗାରେ ଅସରପା ଅଧିକ ହେଉଛନ୍ତି ସେଠାରେ କାକୁଡି ଚୋପା କିଛି ରଖି ଦିଅନ୍ତୁ । ଦେଖିଲେ ଅସରପା ଉପଦ୍ରବ୍ୟ ବହୁତ କମିଯିବ । ଏହା ସହ ଘରେ ମଶା, ମାଛି, ଉଈ, ପିମ୍ପୁଡି, ଅସରପା ଯାହା ବି ହେଉଛନ୍ତି ଏହି ସବୁ ଉପାୟ କରିବା ସହ ଘରକୁ ସଫା ସୁତୁରା ରଖିବା ଉଚିତ । ଏଥିପାଇଁ ଘରେ ଲିକ୍ୟୁଡ ବ୍ୟବହାର କରନ୍ତୁ ।

ଏହା ବ୍ଯତୀତ ଏହି ସବୁ ଟିପ୍ସ ଗୁଡିକ ନିଶ୍ଚୟ ଆପ୍ଳାଏ କରନ୍ତୁ । ଯଦି ଅଧିକ ମଶା ହେଉଛନ୍ତି ତେବେ ପ୍ରତେକ ଦିନ ସନ୍ଧ୍ୟା ରେ ଝୁଣା ଧୂଆଁ ଦିଅନ୍ତୁ । ଏହା ବାଦ ସନ୍ଧ୍ୟା ସମୟରେ ଘରର ଝରକା କବାଟ ବନ୍ଦ ରଖିବା ଉଚିତ । ଏହା ଦ୍ଵାରା ମଶା ପ୍ରବେଶ କରି ପାରିବ ନାହି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *