ଗଣେଶ ପୁଜା ଦିନ ଚୁପ୍ଚାପ୍ କହିଦିଅନ୍ତୁ ଏହି ଗୁପ୍ତ ମନ୍ତ୍ର, ସବୁ ମନୋକାମନା ଶୀଘ୍ର ହେବ ପୂର୍ଣ୍ଣ

ପ୍ରତେକ ବର୍ଷ ଭଳି ଏହି ବର୍ଷ ମଧ୍ୟ ଭଗବାନ ଗଣେଶ ଭଗବାନ ଙ୍କ ଆରାଧନା ଖୁବ ଧୂମ ଧାମରେ ହେବା ପାଇ ଯାଉଛି । କିଛି ଲୋକମାନେ ଏହି ମାସରେ ହେବା ପାଇଁ ଯାଉଥିବା ଗଣେଶ ପୂଜା ପାଇଁ ସବୁ ପ୍ରକାର ଆୟୋଜନ କରି ସାରିଲେଣି । ସେମାନେ ଭଗବାନ ଗଣେଶ ଜି ଙ୍କୁ ଘରକୁ ଆଣିବା ସହ ପୂଜା କରିବା ମଧ୍ୟ ଆରମ୍ଭ କରି ସାରିଲେଣି । ଯଦି ଆପଣ ନିଜ ଇଚ୍ଛା ଅନୁସାରେ ୩, ୭, ୧୧ ଦିନ ଯାଏ ଭଗବାନ ଙ୍କୁ ରଖୀ ତାଙ୍କୁ ଆରାଧନା କରିବା ପାଇଁ ଚାହୁଁ ଛନ୍ତି ତେବେ କିଭଳି କରିବେ ଆମେ ଆପଣଙ୍କୁ କହିବା ପାଇଁ ଯାଉଛୁ ।

ଆପଣ ପ୍ରଥମେ ନିଜ ଘରକୁ ସଫା କରି ଏହାକୁ ଗଙ୍ଗା ପାଣିରେ ପବିତ୍ର କରନ୍ତୁ ଏହା ପରେ ଆପଣ କିଛି ଅରୁଆ ଚାଉଳ ନେଇ ଭଗବାନ ଙ୍କ ସ୍ଥାପନା ଜାଗାରେ ଏକ ସ୍ଵସ୍ତିକ ଚିହ୍ନ କରନ୍ତୁ । ଭଗବାନ ଙ୍କୁ ମନରେ ସ୍ମରଣ କରନ୍ତୁ । ଏହା ପରେ ଆପଣ ଭଗବାନ ଙ୍କୁ ଦୁବ ଓ ପାନ ପାତ୍ର ସାହାଜ୍ଯ ଗାଧୋଇ ଏହାଙ୍କୁ ସ୍ଥାପନା କରନ୍ତୁ । ଏହା ଅପରେ ଆପଣ ଭଗବାନ ଙ୍କୁ ହଳଦିଆ ବସ୍ତ୍ର ପରିଧାନ କରାନ୍ତୁ । ଏହା ପରେ ଆପଣ ତାଙ୍କୁ ଅକ୍ଷୟ, ଫୁଲ, ଦୁବ ଆଦି ଅର୍ପଣ କରନ୍ତୁ । ଏହି ସବୁ ଦ୍ରବ୍ଯ ଚଢାଇ ସାରିବା ପରେ ଆପଣ ଭୋଗ ଓ ନଇବେଦ୍ୟ ଅର୍ପଣ କରନ୍ତୁ । ଆପଣ ପ୍ରଥମ ଦିନ ଭଗବାନ ଙ୍କ ପାଖରେ ମୋଦକ ଭୋଗ କରନ୍ତୁ ।

ଏହା ପରେ ଆପଣ ଆରତୀ ଓ କୀର୍ତ୍ତନ କରନ୍ତୁ । ଆପଣ ଯଦି ଭଗବାନ ଙ୍କୁ ଏକ ରୁ ଅଧିକ ଦିନ ରଖିବା ପାଇଁ ଚାହୁଁ ଛନ୍ତି ତେବେ ଆପଣ ସବୁ ଦିନ ଭଗବାନ ଙ୍କ ପାଖରେ ତାଙ୍କର ପସନ୍ଦର ଭୋଗ ଲଗାନ୍ତୁ । ଏହା ପରେ କିଛି ନିୟମ କୁ ମଧ୍ୟ ଆପଣ ଧ୍ୟାନ ଦେବେ । ଆପଣ ଗଣେଶ ଜି ଙ୍କ ଡାହାଣ ପାଖରେ ଚାନ୍ଦି କିମ୍ବା ପିତଳ କଳଶ ରଖିବେ କିନ୍ତୁ ଏହା ତଳେ ଆପଣ କିଛି ଚାଉଳ ଦେଇ ଏହା ପରେ ଘଟକୁ ସ୍ଥାପନା କରନ୍ତୁ । ଭଗବାନ ଙ୍କ ବାମ ପଟେ ଆପଣ ଘିଅର ଦୀପ ଲଗାନ୍ତୁ ଓ ଏହା ତଳେ ମଧ୍ୟ କିଛି ଚାଉଳ ରଖନ୍ତୁ । ଆପଣ ଯେତିକି ଦିନ ଭଗବାନ ଙ୍କୁ ନିଜ ଘରେ ରଖିବେ ସେତିକି ଦିନ ପାଇଁ ଆପଣ ସଂକଳ୍ପ କରନ୍ତୁ ।

ଆପଣ ହାତରେ କିଛି ଚାଉଳ ନେଇ ଓ ସେଥିରେ କିଛି ଗଙ୍ଗା ଜଳ ମିଶାଇ ଭଗବାନ ଙ୍କ ଆଗରେ ସଂକଳ୍ପ କରନ୍ତୁ କି ଆପଣ ତାଙ୍କୁ କେତେ ଦିନ ଯାଏ ରଖିବା ପାଇଁ ଚାହୁଁ ଛନ୍ତି । ଆପଣ ସବୁ ଦିନ ଭଗାବାନ ଙ୍କ ପାଦ ତଳେ ପାଞ୍ଚଟି ଦୁବ ଓ ପାଞ୍ଚଟି ଅଳେଇଚ ଅର୍ପଣ କରନ୍ତୁ । ଆପଣ ଏହାକୁ ପ୍ରତେକ ଦିନ କରନ୍ତୁ କିନ୍ତୁ ସବୁ ଦିନ ଆପଣ ଦୁବ କୁ ବଦାଳାନ୍ତୁ କିନ୍ତୁ ବିସର୍ଜନ ଦିନ ଅଳେଇଚ କୁ ଏକ ନାଲି କପଡା ରେ ବାନ୍ଧି ଏହାକୁ ନିଜ ପୂଜା ସ୍ଥାନରେ ରଖନ୍ତୁ । ଆପଣ ନିଜ ପରିବାର ର ଥିବା ସମସ୍ୟା କୁ ପୂଜା ମାଧ୍ୟମରେ ଭଗବାନ ଙ୍କୁ ଜଣାଇବେ ଯାହା ଦ୍ଵାରା ଆପଣଙ୍କ ସମସ୍ଯା ଖୁବ ଶୀଘ୍ର ଦୂର ହୋଇଯିବ ।

ଆପଣ ପୂଜା କରିବା ସମୟରେ ଏକ ଛୋଟ ମନ୍ତ୍ର ର ଜପ ନିଶ୍ଚିତ ଭାବେ କରନ୍ତୁ । ଏହି ମନ୍ତ୍ର ହେଉଛି “ଓମ ବକ୍ରତୁଣ୍ଡାୟ ହୁମ” । ଏହି ମନ୍ତ୍ର ର ଜପ କରିବା ଦ୍ଵାରା ବିଳମ୍ବିତ ହେଉଥିବା କାମ ଖୁବ ଶୀଘ୍ର ହୋଇଯିବ । ଆପଣ ଆଉ ଏକ କଥାର ଧ୍ୟାନ ରଖିଲେ ଏହା ଆହୁରି ଶୁଭ ହେବ କି ଆପଣ ଭଗବାନ ଙ୍କ ପ୍ରତିମା ଆଣିବା ବେଳେ ତାଙ୍କ ଶୁଣ୍ଢ ଯଦି ବାମ ଦିଗକୁ ଥିବ ତେବେ ଏହା ଅତ୍ୟନ୍ତ ଶୁଭ ଅଟେ । ପୂଜା କରିବା ସମୟରେ ଏହି କିଛି ନିୟମ ଉପରେ ଆପଣ ଅଧିକ ଧ୍ୟାନ ଦେବେ ।

Leave a Reply

Your email address will not be published. Required fields are marked *