ଗଙ୍ଗା ଭଳି ପବିତ୍ର ହୋଇଥାନ୍ତି ଏହି ୫ ଟି ରାଶିର ଝିଅ- Jyotish Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଭାରତ ବର୍ଷ ରେ ସମସ୍ତ ନାରୀ ର ବିଶେଷ ମହତ୍ତ୍ଵ ରହିଛି । ସମସ୍ତ ନାରୀ ଙ୍କୁ ଲକ୍ଷ୍ମୀ ଙ୍କ ସ୍ୱରୂପ ବୋଲି ବିବେଚନା କରା ଯାଇଥାଏ । କିନ୍ତୁ କିଛି ନାରୀ ଏଭଳି ଅଛନ୍ତି ଯିଏ ଅତ୍ୟନ୍ତ ପବିତ୍ର ଅଟନ୍ତି । ଏମାନଙ୍କ ହୃଦୟ ଗଙ୍ଗା ଭଳି ପବିତ୍ର ହୋଇଥାଏ ।

ଏହି ଝିଅ ମାନେ ଯେଉଁ ଘରକୁ ଯାଇଥାନ୍ତି ସେହି ଘରକୁ ସ୍ଵର୍ଗ ସଦୃଶ ବନାଇ ଦିଅନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ୫ ଟି ରାଶି ଥିବା ନାରୀ ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁ ମାନଙ୍କ ହୃଦୟ ଗଙ୍ଗା ଭଳି ପବିତ୍ର ହୋଇଥାଏ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ମେଷ ରାଶି- ବନ୍ଧୁଗଣ ପ୍ରଥମ ରାଶି ହେଉଛି ‘ମେଷ ରାଶି’ । ଯେଉଁ ନାରୀ ମାନେ ଏହି ରାଶିର ଅନ୍ତର୍ଗତ ଅଟନ୍ତି ସେମାନେ ସର୍ବଦା ସତ୍ୟ କହିବା ଏବଂ ସତ୍ୟ ଶୁଣିବାରେ ବିଶ୍ୱାସ ରଖିଥାନ୍ତି । ଏମାନେ ମିଛ କହୁଥିବା ବ୍ୟକ୍ତି ଙ୍କୁ ଘୃଣା କରନ୍ତି । ମିଛ ଠାରୁ ଏମାନେ ସର୍ବଦା ଦୂରରେ ରୁହନ୍ତି । ଏହି କାରଣରୁ ଏମାନେ ବହୁତ ଇମାନ୍ଦାର ଅଟନ୍ତି ଏବଂ ଏହି ନାରୀ ଙ୍କ ଚରିତ୍ର ଶ୍ରେଷ୍ଠ ହୋଇଥାଏ ।

୨. ମିଥୁନ ରାଶି- ବନ୍ଧୁଗଣ ଦ୍ଵିତୀୟ ରାଶି ହେଉଛି, ‘ମିଥୁନ ରାଶି’ । ଯେଉଁ ନାରୀ ମାନେ ଏହି ରାଶିର ଅନ୍ତର୍ଗତ ଅଟନ୍ତି ସେମାନଙ୍କ ହୃଦୟ ବହୁତ କୋମଳ ଓ ସଫା ଅଟେ । ଏମାନେ ଯାହାକୁ ଥରେ ଭଲ ପାଆନ୍ତି ଜୀବନ ସାରା ସେହି ବ୍ୟକ୍ତି ପ୍ରତି ସମର୍ପିତ ରୁହନ୍ତି । ଏମାନେ ନିଜ ପାର୍ଟନର ଙ୍କ ପ୍ରତି ସର୍ବଦା ଇମାନ୍ଦାର ରୁହନ୍ତି । ଏହି ରାଶିର ନାରୀ ମାନେ କେବେବି ନିଜ ପାର୍ଟନର ଙ୍କୁ ଧୋକା ଦିଅନ୍ତି ନାହିଁ ଏବଂ ସବୁବେଳେ ତାଙ୍କ ସହିତ ରୁହନ୍ତି । ଏହା ସହିତ ଏହି ନାରୀ ମାନେ କେବେବି କାହା ମନରେ ଦୁଃଖ କଷ୍ଟ ଦିଅନ୍ତି ନାହିଁ ।

୩. ବିଚ୍ଛା ରାଶି- ବନ୍ଧୁଗଣ ତୃତୀୟ ରାଶି ହେଉଛି, ‘ବିଚ୍ଛା ରାଶି’ । ଯେଉଁ ନାରୀ ମାନେ ଏହି ରାଶିର ଅନ୍ତର୍ଗତ ଅଟନ୍ତି ସେମାନେ ନିଜ ପାର୍ଟନର ଙ୍କୁ ନିଜ ଠାରୁ ମଧ୍ୟ ଅଧିକ ଭଲ ପାଇଥାନ୍ତି । ଏମାନେ ନିଜ ପାର୍ଟନର ଙ୍କୁ ସବୁଠାରୁ ଅଧିକ ଗୁରୁତ୍ଵ ପ୍ରଦାନ କରନ୍ତି । କିନ୍ତୁ ଏହାସହିତ ଏମାନେ ଅନ୍ୟ ର ଭାବନା କୁ ମଧ୍ୟ ସମ୍ମାନ ପ୍ରଦାନ କରନ୍ତି ।

୪. ମକର ରାଶି- ବନ୍ଧୁଗଣ ଚତୁର୍ଥ ରାଶି ହେଉଛି, ‘ମକର ରାଶି’ । ଯେଉଁ ନାରୀ ମାନେ ଏହି ରାଶିର ଅନ୍ତର୍ଗତ ଅଟନ୍ତି ସେମାନଙ୍କ ହୃଦୟ ମଧ୍ୟ ବହୁତ ସଫା ଅଟେ । ଏମାନଙ୍କ ମନରେ ଯାହାବି ଥାଏ ଏମାନେ ତାହା କହି ଦିଅନ୍ତି । କିନ୍ତୁ ଏଥିପ୍ରତି ମଧ୍ୟ ଧ୍ୟାନ ରଖନ୍ତି ଯେପରି ତାଙ୍କ କଥା ଦ୍ଵାରା ଯେପରି ଅନ୍ୟ ଜଣେ ଦୁଃଖୀ ନହେଉ । ସଂକ୍ଷେପରେ କହିବାକୁ ଗଲେ ଏମାନେ ଅନ୍ୟର ମନରେ କଷ୍ଟ ନଦେଇ ନିଜ ମନ କଥା ଖୋଲିକରି କହି ଦିଅନ୍ତି ।

୫.କୁମ୍ଭ ରାଶି- ବନ୍ଧୁଗଣ ପଞ୍ଚମ ରାଶି ହେଉଛି, ‘କୁମ୍ଭ ରାଶି’ । ଯେଉଁ ନାରୀ ମାନେ ଏହି ରାଶିର ଅନ୍ତର୍ଗତ ଅଟନ୍ତି ସେମାନେ ବହୁତ ପରିଶ୍ରମୀ ହୋଇଥାନ୍ତି ଏବଂ ଏମାନଙ୍କ ମନ ଅତ୍ୟନ୍ତ ସଫା ଥାଏ । ଏମାନେ ରୋମାଣ୍ଟିକ ସ୍ୱଭାବ ର ଅଟନ୍ତି ଏବଂ ଏହି ଜରିଆରେ ସେମାନେ ନିଜ ପାର୍ଟନର ଙ୍କୁ ମଧ୍ୟ ଖୁସି କରାଇବାକୁ ଚେଷ୍ଟା କରନ୍ତି । କିନ୍ତୁ ବାସ୍ତବରେ ଏମାନଙ୍କ ଭଲ ପାଇବା ସତ ଓ ପବିତ୍ର ହୋଇଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *