Garuda Puran ଅନୁସାରେ ମୃତ୍ୟୁ ପୂର୍ବରୁ ମିଳେ ଏହି 10ଟି ସଙ୍କେତ, ଶୀଘ୍ର ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ମୃତୁ ଏକ ଏମିତି ବିଷୟ ଯାହା ବିଷୟରେ ଜାଣିବା ପାଇଁ ସମସ୍ତଙ୍କର ଜିଜ୍ଞାସା ରହିଥାଏ । ଏହା ବିଷୟର ପ୍ରଶ୍ନ ସମସ୍ତଙ୍କୁ ବିଚଳିତ କରେ ଭାବିବା ସମୟରେ । ଆମ ପୁରାଣରେ ମୃତୁ ବିଷୟରେ ପ୍ରାୟ କଥା ଉଲ୍ଲେଖ ରହିଛି । ତେବେ ଆଜି ଆମେ ଆପଣ ମାନଙ୍କୁ ଜାଣିବାକୁ ଯାଉଛୁ କଣ ସେହି ୧୦ଟି ସଙ୍କେତ ଯାହା ଆମକୁ ମୃତୁ ପୂର୍ବରୁ ମିଳିଥାଏ । ଆସନ୍ତୁ ଜାଣିବା,

ଗରୁଡ ପୁରାଣରେ ଜନ୍ମ ଠାରୁ ମୃତୁ ଓ ଆତ୍ମାର ଗତି ବିଷୟରେ ମଧ୍ୟ ଉଲେଖ ରହିଛି । ଏହି ସଙ୍କେତରୁ ଆପଣ ଜାଣିପାରିବେ କେଉଁ ବ୍ୟକ୍ତିଙ୍କ ମୃତୁ ସମୟ ପାଖେଇ ଆସୁଛି । ପ୍ରଥମ ସଙ୍କେତ ହେଉଛି, ସେହି ବ୍ୟକ୍ତିଙ୍କ ଛାଇ ପାଣିରେ ଦେଖା ଦେବା ବନ୍ଧ ହୋଇଯାଏ । ଦିତୀୟ ସଙ୍କେତଟି ହେଉଛି, ଯେଉଁ ମୃତ ପରିଜନ ଆପଣଙ୍କ ଅତ୍ୟନ୍ତ ପ୍ରିୟ ଥାନ୍ତି ତାଙ୍କ ଉପସ୍ତିତିର ଆଭାସ ସବୁବେଳେ ଆପଣଙ୍କୁ ଲାଗିବା ।

ତୃତୀୟ ସଙ୍କେତଟି ହେଉଛି, ଯାହାର ମୃତୁ ନିକଟତର ହୋଇଯାଏ ତାଙ୍କ ଶରୀରରୁ ଅଲଗା ପ୍ରକାର ଗନ୍ଧ ଆସିଥାଏ । ଚତୁର୍ଥ ସଙ୍କେତଟି ହେଉଛି, ଯେତେବେଳେ ଆଇନାରେ ନିଜ ରୂପ ବଦଳରେ ଆଉ କାହା ରୂପ ଦେଖାଯାଏ ତେବେ ଜାଣି ରଖନ୍ତୁ ଆପଣଙ୍କ ମୃତୁ ସମୟ ଆସୁଅଛି । ପଞ୍ଚମ ସଙ୍କେତଟି ହେଉଛି, ଯେଉଁ ବ୍ୟକ୍ତିଙ୍କୁ ଚନ୍ଦ୍ରରେ ଛେଦ ଥିବାର ଦେଖାଯାଏ ସେହି ବ୍ୟକ୍ତିଙ୍କ ମୃତୁ ସମୟ ପାଖେଇ ଆସୁଛି ।

ଷଷ୍ଠ ସଙ୍କେତଟି ହେଉଛି, ଯେଉଁ ବ୍ୟକ୍ତିଙ୍କ ଦେହର ରଙ୍ଗ ଫିକା ହଳଦିଆ ବା ନାଲି ଦେଖା ଯାଏ ତେବେ ସେହି ବ୍ୟକ୍ତିଙ୍କ ମୃତୁ ସମୟ ନିକଟତର ହୋଇ ଆସୁଛି । ସପ୍ତମ ସଙ୍କେତଟି ହେଉଛି, ଯେଉଁ ବ୍ୟକ୍ତିଙ୍କୁ ଚନ୍ଦ୍ର ବା ସୂର୍ଯ୍ୟଙ୍କ କିରଣ ଦେଖା ଦେବା ବନ୍ଦ ହୋଇଯାଏ ଜାଣିନିଅନ୍ତୁ ଆପଣ ମୃତୁର ନିକଟବର୍ତ୍ତୀ ହୋଇସାରିଲେଣି । ଅଷ୍ଟମ ସଙ୍କେତଟି ହେଉଛି, ଯେଉଁ ବ୍ୟକ୍ତିଙ୍କ ନାକ ମୁହଁ ବା ଜିଭ କଠୋର ହୋଇଯାଏ ତେବେ ଜାଣିରଖନ୍ତୁ ତାଙ୍କ ମୃତୁ ପାଖେଇ ଆସୁଛି ।

ନବମ ସଙ୍କେତ ଟି ହେଉଛି, ଯେଉଁ ବ୍ୟକ୍ତିଙ୍କୁ ଆଖିକୁ ଠିକ ଭାବେ ଦେଖା ଯାଏ ନାହିଁ ଏବଂ ଆଖ ପାଖ ରେ ବସିଥିବା ଲୋକ ମଧ୍ୟ ଠିକରେ ଦେଖା ଯାନ୍ତି ନାହିଁ ତେବେ ସେହି ବ୍ୟକ୍ତିଙ୍କ ମୃତୁ ସମୟ ପାଖେଇ ଆସୁଛି ବୋଲି ଜାଣନ୍ତୁ । ଦଶମ ସଙ୍କେତଟି ହେଉଛି, ଯେଉଁ ବ୍ୟକ୍ତି ବଞ୍ଚିଥିବା ଅବସ୍ଥାରେ ଭଲ କାମ ବା ପର ଉପକାର କରିଥାନ୍ତି ସେମାନଙ୍କୁ ମୃତୁ ସମୟରେ ଏକ ଦିବ୍ୟ ପ୍ରକାଶ ଦେଖାଯାଏ ।

ଏବଂ ଏହି ବ୍ୟକ୍ତି କେବେବି ମୃତୁକୁ ଡରନ୍ତି ନାହିଁ । ତେବେ ଯଦି ଆପଣମାନଙ୍କୁ ଏହିସବୁ ସଙ୍କେତ ମିଳେ ତେବେ ନିଜ ଜୀବନରେ ବାକିଥିବା ସମସ୍ତ ଗୁରୁତ୍ଵପୂର୍ଣ କାର୍ଯ୍ୟକୁ କରନ୍ତୁ । ଏବଂ ନିଜ ପ୍ରିୟଜନଙ୍କୁ ଆଦର ଭଲ ପାଇବା ଦିଅନ୍ତୁ । ନିଜ ଜୀବନର ସାର୍ଥକତା ପୂରଣ କରନ୍ତୁ । ଯଦି ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗେ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *