ପଞ୍ଚୁକରେ ଆମିଷ ଖାଇଲେ କେଉଁ ପାପ ଲାଗିଥାଏ ? Ajira Anuchinta

ନମସ୍କାର ବନ୍ଧୁଗଣ, କାର୍ତ୍ତିକ ମାସଟିକୁ ପୂଣ୍ୟ ମାସ ବୋଲି ମନାଯାଏ । ଏହି ମାସକୁ ପ୍ରତ୍ୟକ ଲୋକ ଧର୍ମ ପରାୟଣ ହୋଇ ପାଳନ କରିଥାନ୍ତି । କାର୍ତ୍ତିକ ମାସରେ ଲୋକ ଆମିଷ ଖାଇବାକୁ ମଧ୍ୟ ବର୍ଜନ କରିଥାନ୍ତି । କିଛି ଲୋକ ଏହିସବୁର ପାଳନ କରନ୍ତି ନାହି । ଏହାକୁ ମାନନ୍ତି ନାହି । ତେବେ ଏହି କାର୍ତ୍ତିକ ମାସରେ ପଞ୍ଚୁକରେ ଆମିଷ ଖାଇବା ଦ୍ଵାରା କେଉଁ ପାପ ହୋଇଥାଏ ତାହା ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ । ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

ବିଜ୍ଞାନ ଦୃଷ୍ଟିରେ ଦେଖିବା ତ ଏହି ପଞ୍ଚୁକ ସମୟରେ ମାଛ ଦେହରେ ଗୋଟେ ରୋଗ ହେଇଥାଏ । ଯାହା ଫଳରେ ମାଛ ଖାଇଲେ ଆମ ଦେହ ଅସୁସ୍ତ ହୋଇଯାଏ । ତେଣୁ ମାଛ ଖାଇବାକୁ କିଛି ଲୋକ ତ୍ୟାଗ କରିଥାନ୍ତି । ଶାସ୍ତ୍ର ଅନୁଯାୟୀ ଯେତେବେଳେ ସିତାଙ୍କୁ ରାବଣ ନେଇଗଲା ସେତେବେଳେ  ରାମଚନ୍ଦ୍ର ସୀତାଙ୍କୁ ଖୋଜି ମଧ୍ୟ ପାଇଲେ ନାହିଁ ।

ସେହି ସମୟରେ ଗୋଟିଏ ବଗ ଗଛ ଉପରେ ବସିଥିଲା । ବଗ ରାମଙ୍କୁ ଦେଖି କହିଲା ଆପଣ ଆପଣଙ୍କ ସ୍ତ୍ରୀଙ୍କୁ ଖୋଜୁଛନ୍ତି ! ସେ ଦକ୍ଷିଣ ଦିଗକୁ ଯାଇଛନ୍ତି । ରାବଣ ତାଙ୍କୁ ନେଇଯାଇଛି । ଏହି ସମ୍ବାଦ ଦେବା ପରେ ଭଗବାନ ବଗ ଉପରେ ଅତ୍ୟନ୍ତ ଖୁସି ହୋଇଗଲେ । ଭଗବାନ ବଗକୁ କହିଲେ ନିଜ ମନ ମୁତାବିକ ଗୋଟିଏ ବାର ମାଗେ ଦେବି ।

ବଗ କହିଲା ବର୍ଷ ସାରା ମୁ କ୍ଷତି ମୋ ସ୍ତ୍ରୀ ପିଲା ଛୁଆଙ୍କୁ ଖାଇବାକୁ ଦେଉଛି । କିନ୍ତୁ  ବର୍ଷା ଦିନ 4ମାସ ମୁଁ କୁଆଡେ ଯିବିନି ମୁ ମୋ ବସା ରେ ହିଁ ରହିବି । ମୋ ସ୍ତ୍ରୀ ମତେ ଆଣି ଖାଇବାକୁ ଦବ ମୁ ଶାନ୍ତିରେ ଖାଇବି । ଭଗବାନ ତଥାସ୍ତୁ କହିଲେ । ଏହାପରେ ବଗ ପୁଣି କହିଲା ମୋ ସ୍ତ୍ରୀ ତ ଯାହା ବି ଆଣିବ ନିଜ ଥଣ୍ଟରେ ଆଣି ମତେ ଦେବ ତେବେ ତ ମୁଁ ସ୍ତ୍ରୀ ଅଇଁଠା ଖାଇବି ।

ତାହାଲେ ତ ଏହା ପାପ ହେବ । ରାମ ଏହା ଶୁଣି କହିଲେ ପଞ୍ଚୁକ ପାଞ୍ଚ ଦିନ ଯେଉଁ ଲୋକ ଆମିଷ ଖାଇବ ସେହି ଲୋକ ଉପରେ ତୋର ସ୍ତ୍ରୀ ଅଇଁଠା ଖାଇବାର ପାପ ତାଙ୍କ ଉପରେ ଲାଗିବ । ଏହାପରେ ପ୍ରଭୁ କହିଲେ ଏହି ପଞ୍ଚୁକଟିକୁ ମୁଁ ତୋ ନାମରେ କରିଦେଉଛି । ସେଥିପାଇଁ ତ ପଞ୍ଚୁକକୁ ବକ ପଞ୍ଚମୀ ବୋଲି କୁହାଯାଏ ।

ଏହି କାରଣ ପାଇଁ ପଞ୍ଚୁକରେ ଆମିଷ ଖାଇବା ଉଚିତ ନୁହେଁ । ନଚେତ ବଗ ସ୍ତ୍ରୀ ଅଇଁଠା ଖାଇବାର ପାପ ଆପଣଙ୍କୁ ଲାଗିବ । ଏହି କଥାକୁ ନିଶ୍ଚିନ୍ତ ରୂପେ ଧ୍ୟାନରେ ରଖନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ରହିବ ।

Leave a Reply

Your email address will not be published. Required fields are marked *