ଘରକୁ କେଉଁ ପକ୍ଷୀ ଆସିଲେ ଶୁଭ ହୋଇଥାଏ ଓ କେଉଁ ପକ୍ଷୀ ଆସିଲେ ମୃତ୍ୟୁର ସୂଚନା ମିଳିଥାଏ ? Shakuna Shastra

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରକୁ ଆସୁଥିବା ବିଭିନ୍ନ ପ୍ରକାରର ପଶୁପକ୍ଷୀ ଅନେକ ପ୍ରକାରର ସଂକେତ ଦେଇଥାନ୍ତି । କିଛି ପଶୁପକ୍ଷୀ ଆମକୁ ଶୁଭ ସଂକେତ ଦେଇଥାନ୍ତି ତ ଆଉ କିଛି ଅଶୁଭ ସଂକେତ ଦେଇଥାନ୍ତି । ଆମର ପ୍ରାଚୀନ ପୁରାଣରେ କେତେକ ପକ୍ଷୀ ମାନଙ୍କ ଠାରେ ଦେବତାଙ୍କର ବାସ ରହିଥାଏ ବୋଲି ମାନ୍ୟତା ରହିଛି । ଏହି ପଶୁପକ୍ଷୀ ଘରକୁ ଆଗମନ କରିଲେ ଦେବିଦେବତାଙ୍କ କୃପା ପ୍ରାପ୍ତ ହୋଇଥାଏ । ମୁନି ରୁଷି ମନରେ ପ୍ରାଚୀନ କାଳରୁ ପଶୁପକ୍ଷୀ ସହ ଜଡିତ ମହତ୍ଵପୂର୍ଣ୍ଣ ସଂକେତ ବିଷୟରେ କହିଛନ୍ତି । ଆଜି ଆମେ ଆପଣଙ୍କୁ ଏମିତି କେଉଁ ପକ୍ଷୀ ଘରକୁ ଆସିଲେ କେଉଁ ସଂକେତ ମିଳିଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

୧- ପେଚା : ଘରକୁ ପେଚା ଆସିଲେ ମା ଲକ୍ଷ୍ମୀଙ୍କ ଆଗମନ ହେବାର ସଂକେତ ମିଳିଥାଏ । କିନ୍ତୁ ମହତ୍ଵପୂର୍ଣ୍ଣ କାମରେ ବାହାରକୁ ଯିବା ସମୟରେ ପେଚା ଆପଣଙ୍କ ଆଗରୁ ପଛକୁ ଚାଲିଯାଏ ତେବେ ଏହା ଅଶୁଭ ସଂକେତ ହୋଇଥାଏ । ତେଣୁ ସେହି କାମକୁ ଟାଳି ଦେବା ଉଚିତ । ସନ୍ଧ୍ୟା ସମୟରେ ପେଚା ଶବ୍ଦ କରୁଥିଲେ ଏକ ବର୍ଷ ମଧ୍ୟରେ ବନ୍ଧୁବା ସମ୍ପର୍କୀୟଙ୍କ ମୃତ୍ୟୁ ହେବାର ସୂଚନା ମିଳିଥାଏ ।

୨- ପାରା : ବାସ୍ତୁ ଅନୁଯାୟୀ ପାରାକୁ ଶୁଭ ହୋଇଯାଏ । ସକାଳୁ ପାରା ର ଶବ୍ଦ ଶୁଣାଗଲେ ପ୍ରେମ ସମ୍ପର୍କର ସୂଚନା ମିଳିଥାଏ । ସନ୍ଧ୍ୟା ସମୟରେ ପାରା ର ଶବ୍ଦ ଶୁଣାଗଲେ ଚୋରୀ ବା କଳହ ହେବାର ସୂଚନା ଇଲିଥାଏ । ଘରେ ପାରା ର ବସା ବାନ୍ଧିବା ଅଶୁଭ ହୋଇଥାଏ ।

୩- କାଉ : କାଉ ଏମିତି ଏକ ପକ୍ଷୀ ଯାହାକୁ ଭବିଷ୍ୟରେ ଘଟିବାକୁ ଯାଉଥିବା ଘଟଣା ବିଷୟରେ ପୁବରୁ ଆଭାସ ମିଳିଥାଏ । ଏମିତି ମାନାଯାଏ ଆମର ପୂର୍ବଜ କାଉ ମାଧ୍ୟମରେ ଆମ ଉପରେ ଦ୍ରୁଷ୍ଟି ରଖିଥାନ୍ତି । କାଉ ମାଧ୍ୟମରେ ପିତୃପୁରୁଷ ଅନେକ ପ୍ରକାରର ସଂକେତ ଦେଇଥାନ୍ତି । କାଉ ବ୍ଯକ୍ତିର ମୁଣ୍ଡ ଉପରେ ବସିଗଲେ ଅପମାନ ହେବାର ସୂଚନା ମିଳିଥାଏ । ଯଦି ଅଚାନକ ଅଧିକ କାଉ ଆସି ଘରର ଛାତ ଉପରେ ଶବ୍ଦ କରିଥାନ୍ତି ଅଶୁଭ ସଂକେତ ମାନାଯାଏ ।

୪- ଚମଗାଦଡ : ଚମଗାଦଡ ଦିନରେ ଦେଖି ପାରନ୍ତି ନାହି ଏମାନେ ରାତିରେ ଦେଖିଥାନ୍ତି । ଏମାନେ ପ୍ରେତ ଭଳି ଓଲଟା ଲଟକି ରହିଥାନ୍ତି । ତେଣୁ ମାନ୍ୟତା ଅନୁଯାୟୀ ଘରକୁ ଏହି ପକ୍ଷୀ ଆସିଲେ ମୃତ୍ୟୁ ସୂଚକ ଦେଇଥାଏ ।

୫- ଗୌରୀୟା ପକ୍ଷୀ : ଏହି ପକ୍ଷୀ ଘରକୁ ଆସିଲେ ବହୁତ ବଡ ଶୁଭ ସଂକେତ ହୋଇଥାଏ । ଏହି ପକ୍ଷୀ ଶାନ୍ତ ଅଟେ । ଯେଉଁ ସ୍ଥାନରେ ଏମାନେ ରହିଥାନ୍ତି ସେଠାରେ ପବିତ୍ରତା ଓ ସାକାରାତ୍ମକତା ପ୍ରଚୁର ମାତ୍ରା ରେ ହୋଇଥାଏ । ଏହି ପକ୍ଷୀ ଘରର ଆଖ ପାଖରେ ବା ଘରେ ବସା ବାନ୍ଧିଲେ ଶୁଭ ସଂକେତ ହୋଇଥାଏ । ଏମାନଙ୍କର ଘରକୁ ଆସିବା ମା ଲକ୍ଷ୍ମୀଙ୍କ ଆଗମନର ସୂଚନା ମିଳିଥାଏ ।

୬- ଚିଲ : ଚିଲର ସମ୍ବଧ ମୃତ ପରିଜନଙ୍କ ସହ ହୋଇଥାଏ । କିନ୍ତୁ ଚିଲ ପ୍ରତିଦିନ ଦେଖିଲେ ବା ଘର ଉପରେ ଉଡୁଥିଲେ ପୂର୍ବଜ ସଂକେତ ଦେଇଥାନ୍ତି । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *