ସ୍ଵାମୀ ଓ ସ୍ତ୍ରୀ ଝଗଡା କରିବା ଭୁଲିଯିବେ, ବାସ 2 ମିନିଟ ପାଇଁ ଏହାକୁ ଦେଖନ୍ତୁ- Ajira Anuchinta

ବନ୍ଧୁଗଣ ନମସ୍କାର । ଆଜି ଆମେ ଆପଣମାନଙ୍କୁ କହିବାକୁ ଯାଉଛୁ କି, ଯେ ପ୍ରତ୍ଯେକ ଘରେ ସ୍ଵାମୀ ଓ ସ୍ତ୍ରୀ ଉଭୟଙ୍କ ମଧ୍ୟରେ କିଛି ନା କିଛି କଥାକୁ ନେଇ ଖିଟପିଟ୍ ଲାଗିରହିଥାଏ । କିନ୍ତୁ ଏହି ସ୍ଵାମୀ ଓ ସ୍ତ୍ରୀ ଝଗଡା ସମୁଦ୍ରର ଲହରୀ ସହିତ ସମାନ ହୋଇଥାଏ । ସମୁଦ୍ରରେ ଯେମିତି ପ୍ରତିଦିନ ଲହରୀ ଆସିଥାଏ, ସେହିପରି ଦାଂପତ୍ଯ ଜୀବନରେ ଏପରି କିଛି କଥାକୁ ନେଇ କଳି ଝଗଡା ହୋଇଥାଏ ଓ କିଛି ସମୟ ପରେ ପୁଣି ଏହାର ସମାଧାନ ହୋଇଯାଏ ।

କିନ୍ତୁ ଶାସ୍ତ୍ରରେ ଏପରି କିଛି କଥା ଅଛି, ଯାହାକୁ ଯଦି ଆପଣମାନେ ପାଳନ କରିବେ ତା ହେଲେ ନିହାତି ଭାବରେ ଆପଣଙ୍କ ଦାଂପତ୍ଯ ଜୀବନ ମଧୁର ହେବ । ପ୍ରତିଦିନ କୌଣସି କଥାକୁ ନେଇ ସ୍ଵାମୀ ଓ ସ୍ତ୍ରୀ ମଝିରେ ଲାଗୁଥିବା ଝଗଡାର ସମାଧାନ ହୋଇଯିବ । ଆପଣ ଘର ପରିବାରରେ ସୁଖ ଶାନ୍ତିର ମାହୋଲ ଦେଖିବାକୁ ମିଳିବ । ଏହି ୫ଟି ନିୟମ ପାଳନ କରିବା ଦ୍ଵାରା ଦମ୍ପତି ମାନଙ୍କର କଳି ଦୂର ହେବା ସହିତ ଦାଂପତ୍ଯ ଜୀବନରେ ପ୍ରେମ ବୃଦ୍ଧି ପାଇବ ।

ପ୍ରଥମ ନିୟମ ହେଉଛି ପ୍ରତିଦିନ ପୁର୍ଣିମା ଦିନ ସକାଳୁ ଉଠି ନିଜର ନିତ୍ୟ କର୍ମ ସାରିକି କିଛି ଆମ୍ବ ଡାଳ ଆଣି ତାକୁ ମାଳ କରି ଘରର ମୁଖ୍ୟ ଦ୍ଵାର ମୁହଁରେ ଟାଙ୍ଗନ୍ତୁ । କିଛି ଦିନ ପରେ ଏହି ଆମ୍ବ ଡାଳ ଶୁଖିଗଲା ପରେ ଏହାକୁ ପାଣିରେ ଭସାଇ ଦିଅନ୍ତୁ । ଏହା କରିବା ଦ୍ଵାରା ଘରର କ୍ଲେଶ ଦୂର ହୋଇଥାଏ । ଦିତୀୟ ନିୟମ ଯଦି ଗୃହ କ୍ଲେଶ ଅଧିକ ବଢିଯାଇଥାଏ, ତେବେ ପ୍ରତିଦିନ ପୂଜା କରିସାରିବା ପରେ ଘରେ ଶଙ୍ଖ ବଜାନ୍ତୁ । ଏହା ଫଳରେ ଘରେ ସୁଖ ଶାନ୍ତି ବୃଦ୍ଧି ହେବା ସହିତ ମା ମହାଲକ୍ଷ୍ମୀଙ୍କର ଆପଣଙ୍କ ଘରକୁ ଆଗମନ ହୋଇଥାଏ ।

ତୃତୀୟ ନିୟମ ହେଉଛି ପୁର୍ଣିମା ଦିନ ସକାଳୁ ଉଠି ଶୀଘ୍ର ଗାଧୋଇ ସାରିଲା ପରେ ହଳଦୀରେ କିଛି ପାଣି ମିଶାଇ ବାଟି ତାକୁ ଘରର ମୁଖ୍ୟ କବାଟ ଉପରେ ଓମ୍ ଲେଖନ୍ତୁ । ଏହା କରିବା ଦ୍ଵାରା ଘରକୁ ଗୃହ କ୍ଲେଶ ପ୍ରବେଶ କରିପାରିନଥାଏ । ଚତୁର୍ଥ ନିୟମ ହେଉଛି ଘରେ ଲାଫିଙ୍ଗ ବୁଦ୍ଧ ଆଣି ରଖନ୍ତୁ । ଧ୍ୟାନ ଦିଅନ୍ତୁ, ଯେପରି ଲାଫିଙ୍ଗ ବୁଦ୍ଧର ମୁହଁ ଘରର ମୁଖ୍ୟ ଦ୍ଵାର ଆଡକୁ ରଖିବେ । ମନେ ରଖିବେ ଏହି ଲାଫିଙ୍ଗ ବୁଦ୍ଧ ଯେପରି ଆପଣଙ୍କୁ କେହି ଉପହାର ସ୍ୱରୂପ ଦେଇନଥିବେ । ଏହା କରିବା ଦ୍ଵାରା ଘରକୁ ସୁଖ ଶାନ୍ତି ଫେରିଥାଏ ।

ପଞ୍ଚମ ନିୟମ ହେଉଛି ଆପଣଙ୍କ ଘରେ ଯଦି କିଛି ଅଦରକାରୀ ଜିନିଷ ଅଛି, ଯେମିତି ଫଟା ଆଇନା, ଭାଙ୍ଗିଯାଇଥିବା ମିସନାରୀ ଆଇଟମ, ପୁରୁଣା କପଡା ଏପରି ଯେଉଁ ଜିନିଷ ଆପଣଙ୍କ କାମରେ ଆସୁନାହିଁ, ସେଭଳି ଜିନିଷକୁ ଘରେ ରଖିବା ଉଚିତ ନୁହେଁ ।

ଏପରି ଜିନିଷ ଘରେ ରଖିବା ଦ୍ଵାରା ଘରେ ନକରାତ୍ମକ ଊର୍ଜା ସୃଷ୍ଟି ହୋଇଥାଏ । ତେବେ ଆପଣ ଯଦି ୫ଟି ନିୟମକୁ ମାନି ଚଳିବେ, ତାହେଲେ ନିଶ୍ଚୟ ଆପଣଙ୍କ ଘରେ ଦାଂପତ୍ଯ ଜୀବନରେ ଝଗଡା ନ ଲାଗିବା ସହିତ ସୁଖ ଶାନ୍ତି ଆସିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ, ତେବେ କମେଣ୍ଟ କରିକି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *