ଅନେକ ଲୋକ ନିଜର ଖୁସି ବା ସଉକ ପାଇଁ ପଶୁ ପକ୍ଷୀ ପାଳିଥାନ୍ତି । ଅନ୍ୟ ପଟେ ଅନେକ ଲୋକ ପଶୁ ପକ୍ଷୀଙ୍କୁ ଘୃଣା କରନ୍ତି ମାରିଥନ୍ତି । କିନ୍ତୁ ଅନେକ ଲୋକ ଏହା ଜାଣି ନାହାନ୍ତି କି କିଛି ପଶୁ ଙ୍କୁ ପାଳିବା ଦ୍ଵାରା ଘରେ ଧନ ର ଆଗମନ ହୋଇଥାଏ । ଅର୍ଥ ଅଭାବ ଦୂର ହୋଇଥାଏ । ଆଜି ଆମେ ସେହି ଭଳି ପଶୁଙ୍କ ସମ୍ଭନ୍ଧରେ ଜାଣିବା । କୁକୁର – କୁକୁରକୁ ବହୁତ ଲୋକ ଭୟ ଓ ଘୃଣା କରିଥାନ୍ତି । ପଥର ବା ଡରେଇକି ତଡିଥାନ୍ତି । କିନ୍ତୁ କୁକୁରକୁ ଘରେ ପାଳିବା ଦ୍ଵାରା ବ ଏହାକୁ ସକାଳ ସଞ୍ଜ ଖାଦ୍ୟ ଦେବା ଦ୍ଵାରା ଧନ ର ଆଗମନ ହୋଇଥାଏ ।
କେବେବି କୁକୁରର ଅପମାନ କରନ୍ତୁ ନାହି। କଇଁଛ – ବାସ୍ତୁ ଅନୁସାରେ କଇଁଛ ପାଳିବା ବହୁତ ଶୁଭ ଅଟେ । କଇଁଛ ମା ଲକ୍ଷ୍ମୀଙ୍କ ବାହନ ଅଟେ । ଏପରି କୁହାଯାଏ କି କଇଁଛ ଯେଉଁଠି ରହେ ସେହିଠାରେ ମା ଲକ୍ଷ୍ମୀଙ୍କ ବାସ ହୋଇଥାଏ । ଯଦି କଇଁଛ ରଖିପାରୁନାହାନ୍ତି ତେବେ ଆପଣ ପିତଳ କଇଁଛ ରଖିପାରିବେ । ବେଙ୍ଗ – ଘରକୁ ବେଙ୍ଗ ଆସିବା ଶୁଭ ଅଟେ।
ବହୁତ ଲୋକ ଏହାକୁ ପାଳିଥାନ୍ତି । ଘରୁ ରୋଗ ବୈରାଗ୍ୟ ଦୂର ହେବା ପାଇଁ ବେଙ୍ଗ ପାଳିବା ବହୁତ ଶୁଭ ଅଟେ । ଘରେ ସୁଖ ଓ ସ୍ମୃଧିର ବାସ ମଧ୍ୟ ହୋଇଥାଏ । ଘରୁ ବାହାରିବା ଆଗରୁ ବେଙ୍ଗ ଦେଖିବା ଶୁଭ ଅଟେ । ଯଦି ଆପଣ ବେଙ୍ଗ ନ ରଖିପାରିବେ ତେବେ ପିତଳ ବେଙ୍ଗ ରଖନ୍ତୁ । ମାଛ – ମାଛ ପ୍ରାୟତଃ ସମସ୍ତଙ୍କୁ ପସନ୍ଦ ହୋଇଥାଏ ।
ମାଛ ରଖିବା ଦ୍ଵାରା ଧନ ପ୍ରାପ୍ତିର ଭଲ ସ୍ରୋତ ମିଳିଥାଏ । ଘରେ ସୁନେଳି ରଙ୍ଗର ମାଛ ରଖିବା ଦ୍ଵାରା ଘରେ ଶାନ୍ତି ଓ ସୁଖ ସମୃଦ୍ଧି ସର୍ବଦା ରହିଥାଏ । ମାଛକୁ ଖାଇବା ଦେବା ଦ୍ଵାରା ଗ୍ରହ ଦୋଷ ଦୂର ହୋଇଥାଏ । ଘରେ ସମୃଦ୍ଧି ବଢିଥାଏ । ଠେକୁଆ – ଏମାନେ ଦେଖିବାକୁ ବହୁତ ସୁନ୍ଦର ଓ କ୍ୟୁଟ ଲାଗିଥାନ୍ତି ।
ଏମାନଙ୍କୁ ପାଳିବା ଦ୍ଵାରା ଘରେ ସମୃଦ୍ଧି ଆସିବା ସହିତ କେବେବି ଧନ ର ଅଭାବ ହୋଇ ନ ଥାଏ । ଯେଉଁ ଘରେ ଠେକୁଆ ଯୋଡା ରେ ରହିଥାନ୍ତି ସେଠି ବିନା କାରଣରେ କେବେବି ଝଗଡା ହୁଏ ନାହି । ତେଣୁ ଯେଉଁ ଘରେ ଠେକୁଆ ଯୋଡା ରେ ରହିଥାନ୍ତି ସେହି ଲୋକ ଜୀବନରେ ବହୁତ ଉନ୍ନତି କରିଥାନ୍ତି ।
ତୋତା – କୁହାଯାଏ କି ଯେଉଁ ଘରେ ତୋତା ପାଳନ ହୋଇଥାନ୍ତି ସେହି ଘରେ ଆଗକୁ ଆସୁଥିବା ସମସ୍ଯା ର ସଙ୍କେତ ପୂର୍ବରୁ ମିଳିଯାଇଥାଏ । ଯାହା ଫଳରେ ବ୍ୟକ୍ତି ନିଜର ଭବିଷ୍ୟତ ରେ ଆସୁଥିବା ସମସ୍ୟାର ନିମନ୍ତେ ପ୍ରସ୍ତୁତ ହୋଇପାରିବ । ତୋତା ପାଳିବା ଦ୍ଵାରା ଘରେ ସୁଖ ଓ ଶାନ୍ତି ଆସିଥାଏ । ଧନର ଅଭାବ କେବେବି ହୋଇ ନ ଥାଏ ।