ଘରର କାନ୍ଥରେ, ଛାତରେ ଅଶ୍ଵତଥ ଗଛ ଉଠିଲେ ମିଳିଥାଏ ଏହି ସଙ୍କେତ- Ajira Anuchinta

ନମସ୍କାର ବନ୍ଧୁଗଣ, ବୃକ୍ଷର ଅନେକ ମହତ୍ଵ ରହିଛି । ତେବେ କିଛି ଗଛକୁ ଶୁଭ ମନାଯାଏ ତ କିଛି ଗଛକୁ ଅଶୁଭ ମନାଯାଏ । ସେହିଭଳି  ଘରେ ମଧ୍ୟ କିଛି ଗଛର ପ୍ରଭାବ ଭଲ ପଡିଥାଏ ତ କିଛି ଗଛର ପ୍ରଭାବ ଖରାପ ପଡିଥାଏ । ତେବେ ଆଜି ଆଉ ଡେରି ନକରି ଆସନ୍ତୁ ଜାଣିବା ଯଦି ଘରର କାନ୍ଥରେ କିମ୍ବା ଘରର ଛାତରେ ଅଶ୍ଵତଥ ବୃକ୍ଷ ଉଠିଥାଏ ତେବେ କଣ କରିବା ଦରକାର । ଏହା ଆମକୁ କେଉଁ ସଙ୍କେତ ଦେଇଥାଏ ତାହା ବିଷୟରେ ଆସନ୍ତୁ ଜାଣିବା ।

ସମସ୍ତ ବୃକ୍ଷ ମାନଙ୍କ ମଧ୍ୟରେ ଅଶ୍ଵତଥ ବୃକ୍ଷ ହେଉଛି ଶ୍ରେଷ୍ଠ । ଶ୍ରୀହରିଙ୍କୁ ଅଶ୍ଵତଥ ଗଛର ସ୍ୱରୂପ ବୋଲି ମନାଯାଏ । ଯେତେବେଳେ ଘରର ଛାତରେ ବା କାନ୍ଥରେ ଅଶ୍ଵତଥ ଗଛ ଉଠିଥାଏ ତେବେ ଜାଣିନେବେ କି ଆପଣଙ୍କ ଘରେ ପିତୃ ଦୋଷ ରହିଛି । ଯେଉଁ ଘରେ ପିତୃ ଦୋଷ ଥାଏ ସେହି ଘରେ ଆପେ ଆପେ ହିଁ ଅଶ୍ଵତଥ ଗଛ ଉଠିଥାଏ ।

ଏହି ବୃକ୍ଷ ଦେବତାଙ୍କ ସଦୃଶ ହୋଇଥିବାରୁ ଏହାକୁ ହଠାତ ଓପାଡି ଫୋପାଡି ଦେବା ଉଚିତ ହୋଇନଥାଏ । ତେବେ ଆପଣ ରବିବାର ଦିନ 12 ଟା ସମୟରେ ଗୋଟିଏ ନୀଳ ଲେମ୍ବୁ ଏବଂ କଞ୍ଚା ଲଙ୍କା ନିଅନ୍ତୁ । ଏହାକୁ ଅଶ୍ଵତଥ ଗଛ ପାଖରେ ଥୋଇ ପ୍ରଣାମ କରିବେ । ପ୍ରଣାମ କରିସାରିବା ପରେ ଆପଣ ଅପରାହ୍ନ 4ଟା ବେଳକୁ ସେହି ଗଛ ପାଖକୁ ଯାଇ ପ୍ରଣାମ କରିବେ । ଏବଂ କହିବେ କି ହେ ବୃକ୍ଷ ଦେବତା ଆପଣଙ୍କୁ ମୁଁ ବିସର୍ଜନ କରିବାକୁ ନେଉଛି ।

ଏହାପରେ ଆପଣ ଚେଷ୍ଟା କରିବେ ଅଶ୍ଵତଥ ବୃକ୍ଷକୁ ଚେର ସହିତ ଓପାଡିବା ପାଇଁ । ଯଦି ଚେର ସହ ଉପୁଡିଯାଏ ତେବେ ସେହି ଗଛକୁ ନେଇ ଆପଣ କୌଣସି ଜାଗାରେ ରୋପଣ କରିଦେବେ ଏବଂ ତାହାର ସେବା କରିବେ । ଯଦି ଚେର ଛିଣ୍ଡିଯାଏ ତେବେ ଆପଣ ସେହି ବୃକ୍ଷକୁ ନେଇ ଜଳରେ ବିସର୍ଜନ କରିଦେବେ ।

ଲେମ୍ବୁ ଲଙ୍କାକୁ ଆପଣ ଯେଉଁ ଜାଗାରେ ରଖିଥିଲେ ତାହାକୁ ଆପଣ ସେହି ଜାଗାରେ ହିଁ ରହିବାକୁ ଦେବେ । ଏହାଫଳରେ ଆପଣଙ୍କ ଘରେ ଯେଉଁ ପିତୃ ଦୋଷ ରହିଥାଏ ତାହା ଏହି ଉପାୟ ଦ୍ଵାରା ଦୂର ହୋଇଥାଏ । ତେଣୁ ଯଦି ଘରର କାନ୍ଥରେ ଅଶ୍ଵତଥ ଗଛ ଉଠିବାର ଦେଖନ୍ତି ତେବେ ଚିନ୍ତା ନକରି ଏହି ଉପାୟଟି ନିଶ୍ଚୟ କରନ୍ତୁ । ପିତୃଦୋଷ ଲାଗିବାର ଏହା ଏକ ବଡ ସଙ୍କେତ ହୋଇଥାଏ ।

ତେଣୁ ଘରର କାନ୍ଥରେ କିମ୍ବା ଛାତରେ ଏହାକୁ ଦେଖିବା ମାତ୍ରେ ହିଁ ବୁଝିଯିବେ କି ଆପଣଙ୍କ ଘରେ ପିତୃଦୋଷ ରହିଛି । ଏହାପରେ ଆପଣ ଉପରସ୍ଥ ଉପାୟକୁ ସଙ୍ଗେ ସଙ୍ଗେ କରିବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ନିଶ୍ଚିନ୍ତ ରୂପେ ଫଳପ୍ରଦ ହେବ ।

Leave a Reply

Your email address will not be published. Required fields are marked *