ଠାକୁରଙ୍କୁ କଳା ତୁଳସୀ ନା ଧଳା ତୁଳସୀ ଦେବା ଉଚିତ, କିଭଳି ତୁଳସୀ ପତ୍ର ତୋଳିବା ଉଚିତ- Tulasi Puja Bidhi

ନମସ୍କାର ବନ୍ଧୁଗଣ, ସମସ୍ତ ବୃକ୍ଷ ମଧ୍ୟରେ ତୁଳସୀ ବୃକ୍ଷର ବହୁତ ମାନ୍ୟତା ରହିଛି । ତୁଳସୀକୁ ମା ବୃନ୍ଦାବତୀ ଭାବରେ ପୂଜା କରାଯାଏ । ଏହା ବହୁତ ହିଁ ପବିତ୍ର ବୃକ୍ଷ ଅଟେ । ତେଣୁ ଏହାକୁ ସ୍ବଚ୍ଛ ହେବା ନିମନ୍ତେ ଆମେ ଅନେକ କାର୍ଯ୍ୟରେ ବ୍ୟବହାର କରିଥାଊ । ଭଗବାନ ଜଗନ୍ନାଥଙ୍କର ପ୍ରିୟ ହୋଇଥାଏ ତୁଳସୀ ମାଳା । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା କେଉଁ ତୁଳସୀ ଭଗବାନଙ୍କୁ ଅର୍ପଣ କରିବା ଉଚିତ ଏବଂ ତୁଲସୀକୁ କେଉଁ ନିୟମ ମାନି ତୋଳିବା ଦରକାର ।

ଭଗବାନ ବିଷ୍ଣୁ ଏବଂ ଜଗନ୍ନାଥଙ୍କୁ କଣା ଫଟା ପତ୍ର ଅର୍ପଣ କରନ୍ତୁ ନାହିଁ । ଭଗବାନ ଶ୍ରୀ ହରିଙ୍କୁ ଅଭିନ୍ନ ଓ ସତେଜ ତୁଳସୀ ପତ୍ର ଅର୍ପଣ କରିବା ଉଚିତ । ତୁଳସୀ ଜଟା ସହିତ ଯଦି ଭଗବାନଙ୍କୁ ତୁଳସୀ ଅର୍ପଣ କରାଯାଏ ତେବେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ଭଗବାନଙ୍କର ଏହା ବହୁତ ହିଁ ପ୍ରିୟ ହୋଇଥାଏ ।

ଯଦି ଆପଣ ମାନଙ୍କୁ ତୁଳସୀ ଜଟା ନମିଳେ ତେବେ ଆପଣ ତୁଳସୀ ଗଛର ଅଗ୍ର ଭାଗର କୋମଳ, କଅଳିଆ ତୁଳସୀ ପତ୍ର ତୋଳି ଅର୍ପଣ କରନ୍ତୁ । ଏବେ ଜାଣନ୍ତୁ କେଉଁ ଅବସ୍ଥାରେ ତୁଳସୀ ପତ୍ର ତୋଳିବା ଉଚିତ ହୋଇନଥାଏ । ପଦ୍ମ ପୁରାଣରେ କୁହାଯାଇଛି କି ଯଦି ଆପଣ ଅଗଧୁଆ ଜୋତା ଚପଲ ପିନ୍ଧି ତୁଳସୀ ତୋଳନ୍ତି ତେବେ ସେହି ମଣିଷ ନର୍କ ଗାମୀ ହୋଇଥାନ୍ତି ।

ବାୟୁ ପୁରାଣରେ କୁହାଯାଇଛି କି ଅଗାଧୁଆ ତୁଳସୀ ପତ୍ର ତୋଳୁଥିବା ମଣିଷ ଅପରାଧୀ ଅଟନ୍ତି । ଏଭଳି ମଣିଷ ଯେଉଁ ଶୁଭ କାର୍ଯ୍ୟ କଲେ ମଧ୍ୟ ତାହା ବିଫଳ ହୋଇଥାଏ । ତେଣୁ ତୁଳସୀ ପତ୍ର ଗାଧୋଇସାରି ତୋଳିବା ଉଚିତ । ଖାଲି ପାଦରେ ତୁଳସୀ ପତ୍ର ତୋଳନ୍ତୁ । ଏବେ ଜାଣନ୍ତୁ ତୁଳସୀ କିଭଳି ତୋଳିବା ଉଚିତ: ଗରୁଡ ପୁରାଣରେ ଉଲ୍ଲେଖ ରହିଛି କି ଦକ୍ଷିଣ ହାତର ବୁଢା ଆଙ୍ଗୁଠି ମାଝି ଆଙ୍ଗୁଠି ଏବଂ ଅନାମିକା ଆଙ୍ଗୁଠିରେ ଆପଣଙ୍କୁ ତୁଳସୀ ପତ୍ର ତୋଳିବା ଉଚିତ ।

ଏହି ୩ଟି ଆଙ୍ଗୁଠିରେ ଭଗବାନଙ୍କୁ ତୁଳସୀ ପତ୍ର ମଧ୍ୟ ଅର୍ପଣ କରିବା ମଧ୍ୟ ଉଚିତ । ତୁଳସୀ ତୋଳିବା ବେଳେ କେବେ ହେଲେ ନିଜର ବିଶି ଆଙ୍ଗୁଠି ଲଗାଇବେ ନାହି । ତୁଳସୀ ତୋଳିବା ସମୟରେ କେବେ ନଖ ସ୍ପର୍ଶ କରିବେ ନାହି । ନଖ ସ୍ପର୍ଶ ହେବାଦ୍ବାରା ସେ ତୁଳସୀ ଅଶୁଦ୍ଧ ହୋଇଯାଏ । ତେଣୁ ଆପଣ ନିଜ ଟିପ ସାହାର୍ଯ୍ୟରେ ହିଁ ତୁଳସୀ ତୋଳନ୍ତୁ ।

ତୁଳସୀ ତୋଳି ସାରିବା ପରେ କେବେ ମଧ୍ୟ ନିଜର ବାମ ହାତରେ ତୁଳସୀ ରଖିବେ ନାହି । ତୁଳସୀ ତୋଳିବା ପରେ ଗୋଟିଏ ଶୁଦ୍ଧ ପାତ୍ରରେ ହିଁ ରଖନ୍ତୁ । କଳା ତୁଳସୀ ଜଗନ୍ନଥଙ୍କୁ ବହୁତ ପ୍ରିୟ ତେଣୁ ତାଙ୍କୁ କଳା ତୁଳସୀ ଅର୍ପଣ କରିବା ଭଲ ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *