ଘରେ ଠାକୁର ପୂଜା କରିବା ବେଳେ ଏହିସବୁ ସଙ୍କେତ ମିଳିଲେ, ଜାଣିବେ ଭଗବାନ ଆପଣଙ୍କ ପାଖରେ ଅଛନ୍ତି 

ନମସ୍କାର ବନ୍ଧୁଗଣ, ଭଗବାନଙ୍କ ସହ ନିଜର ଭାବକୁ ଯୋଡିବା ପାଇଁ ଏକମାତ୍ର ଉପାୟ ହୋଇଥାଏ ଠାକୁର ପୂଜା । ଏହି ସମୟରେ ମଣିଷ ମନ ଧ୍ୟାନର ସହ ଭଗବାନଙ୍କ ଆରଧନା କରି ତାଙ୍କୁ ପ୍ରସନ୍ନ କରିବାରେ ଲାଗିପଡିଥାଏ । କିନ୍ତୁ ଆପଣ କିଭଳି ଜାଣିବେ ଭଗବାଙ୍କ କୃପା ବା ଭଗବାନ ଆପଣଙ୍କ ପାଖରେ ଅଛନ୍ତି କି ନାହିଁ । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛି କିଛି ସଙ୍କେତ ବିଷୟରେ ଯାହାକୁ ଠାକୁର ପୂଜା ସମୟରେ ଘଟିବାର ଦେଖିଲେ ଜାଣିଯିବେ କି ଭଗବାନ ଆପଣଙ୍କ ସହ ଅଛନ୍ତି ।

ଭଗବାନଙ୍କୁ ନିଜ ପାଖରେ ଅନୁଭବ କରିପାରୁଥିବା ବ୍ୟକ୍ତି ଦୁନିଆର ସବୁଠାରୁ ଭାଗ୍ୟଶାଳୀ ହୋଇଥାନ୍ତି । ନିଜ ଜୀବନର ପ୍ରକୃତ ଖୁସିକୁ ସେମାନେ ପାଇଯାଇଥାନ୍ତି । ତାଙ୍କ ଜୀବନରେ ଶାନ୍ତି ଆସିଯାଇଥାଏ । ଭଗବାନଙ୍କୁ ପାଖରେ ମଣିଷ ଅନୁଭବ କରିପାରିଲେ ଦେହ ଶ୍ରୀହରି ଉଠେ । ଆଖିରେ ଲୁହ ଆସିଯାଇଥାଏ ।

କାରଣ ଭଗବାନ ଓ ମଣିଷ ଭିତରେ ଥିବା ଅଖଣ୍ଡ ଗଭୀରତାର ଅନ୍ତକୁ ମଣିଷ ଅନୁଭବ କରିପାରିଲେ କେଉଁ  ମଣିଷ ବା ଖୁସି ନହେବ । ତେବେ ଏବେ ଜାଣନ୍ତୁ ସେହି ସଙ୍କେତ ଯାହା ଆପଣଙ୍କୁ ଭଗବାନଙ୍କ ଉପସ୍ତିତିର ଦିବ୍ୟ ଅନୁଭୂତି ଦେଇଥାଏ । ପ୍ରଥମ: ଭଗବାନଙ୍କୁ ପୂଜା କରୁଥିବା ସମୟରେ ଦୀପର ସିଖା ଅଧିକ ଉପରକୁ ଉଠି ଜଳିବାକୁ ଲାଗିବାର ଅର୍ଥ ଭଗବାନ ଆପଣଙ୍କ ମନର ପ୍ରାଥନା ଶୁଣୁଛନ୍ତି ।

ଦିତୀୟ: ଆପଣ ପୂଜା କରିବା ବେଳେ ଯଦି କୌଣସି ବ୍ୟକ୍ତି ଅଚାନକ ପହଞ୍ଚି ଆପଣଙ୍କ ପାଇଁ କିଛି ଉପାହାର ଆଣିଥାନ୍ତି ତେବେ ଏହାର ଅର୍ଥ ଭଗବାନଙ୍କ କୃପା ଆପଣଙ୍କ ଉପରେ ରହିଛି । ତୃତୀୟ: ଆମେ ପୂଜାରେ ଭଗବାନଙ୍କୁ ଫୁଲ ଚଢାଇଥାଉ । ଆଉ ପୂଜା କରିବା ମଧ୍ୟରେ ସେହି ଫୁଲ ଯଦି ତଳକୁ ଖସିଯାଏ ତେବେ ବୁଝିଯିବେ ଭଗବାନ ଆପଣଙ୍କ ସବୁ ଇଚ୍ଛା ପୁରା କରିବାକୁ ଯାଉଛନ୍ତି ।

ଚତୁର୍ଥ: ଭଗବାନଙ୍କୁ ସବୁ ଜାଗାରେ ଅନୁଭବ କରାଯାଇପାରିବ । କିନ୍ତୁ କିଛି ଲୋକ ଏହାକୁ ଅନୁଭବ କରିପାରନ୍ତି ନାହିଁ । ଯଦି ଆପଣ ନିଜ ଘରେ ଆଳତି କରୁଥିବା ସମୟରେ ଘଣ୍ଟିର ଶବ୍ଦ ଶୁଣିବାକୁ ପାଇଥାନ୍ତି ତେବେ ଏହା ଭଗବାନଙ୍କ ଉପସ୍ତିତିର ଏକ ସୂଚନା ଅଟେ । ସେହିଭଳି ଯଦି ଆପଣ ଆଳତି କରୁଥିବା ସମୟରେ ଘରକୁ କୌଣସି ବ୍ରାହ୍ମଣ କିମ୍ବା ଭିକାରି ଆସିଥାନ୍ତି ତେବେ ଏହା ଭଗବାନ ପାଖରେ ଥିବା ସୁଚାଇ ଥାଏ ।

ତେଣୁ କେବେ ବି ଏମାନଙ୍କୁ ଆପଣଙ୍କ ଘରୁ ଖାଲି ହାତରେ ଫେରିଯିବା ପାଇଁ ଦିଅନ୍ତୁ ନାହିଁ । ଯଦି ଘରେ କିଛି ନଥିବା ତେବେ କିଛି ନା କିଛି ଉପାୟ କରି ତାଙ୍କ ହାତରେ କିଛି ଦେଇକି ହିଁ ଛାଡନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ ।

Leave a Reply

Your email address will not be published. Required fields are marked *