ମାର୍ଗଶୀର ମାସ ଗୁରୁବାର ଦିନ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି 10 ଟି କାମ, ନଚେତ ହେବ ସର୍ବନାଶ

ନମସ୍କାର ବନ୍ଧୁଗଣ, ମାର୍ଗଶୀର ମାସ ଗୁରୁବାର ମାତା ଲକ୍ଷ୍ମୀଙ୍କ ପୂଜା ଅର୍ଚନା ନିମନ୍ତେ ମାନ୍ୟତା ରହିଆସିଛି । ଏହି ମାଣବସା ଗୁରୁବାର ଓଷା ବହୁତ ନିଆରା ହୋଇଥାଏ । ଏହିଦିନ ମାତା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ଚାଉଳରେ ବଟା ଯାଇଥିବା ଚିତାରେ ଶଙ୍ଖ ପଦ୍ମ ଇତ୍ୟାଦି ସୁନ୍ଦର ଝୋଟି ଚିତା ପକାଯାଇଥାଏ । ତେବେ ଏହିଦିନ କେଉଁ ୧୦ଟି କାର୍ଯ୍ୟ କରିବାଦ୍ୱାରା ମା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି ତାହା ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ ।

ପ୍ରଥମ: ଗୁରୁବାର ଦିନ କେବେ ମଧ୍ୟ ସକାଳେ ଡେରି ପର୍ଯ୍ୟନ୍ତ ଶୋଇବା ଉଚିତ ହୋଇନଥାଏ । ଏହିଦିନ ସକାଳୁ ଉଠି ପ୍ରଥମେ ଘରଦ୍ଵାର ସାଫ କରିବା ଦରକାର । ଦିତୀୟ: ସକାଳୁ ଉଠି ସାରିବା ପରେ ବାସି ବିଛଣା ନ ଉଠାଇ ପୂଜା କରିବା ଅନୁଚିତ । ବାସି ବିଛଣା ଉଠାଇ ଘରକୁ ଝାଡୁ କରନ୍ତୁ । ଏହାପରେ ଘର ପୋଛା ପୋଛି କରନ୍ତୁ । ଏବଂ ସ୍ନାନ ସାରି ପୂଜା ଆରମ୍ଭ କରନ୍ତୁ ।

ତୃତୀୟ: ଗୁରୁବାର ଦିନ ପ୍ରଥମେ ତୁଲସୀ ଚଉରା ପାଖରେ ପୂଜା କରିବା ପରେ ଠାକୁର ଘରେ ପୂଜା କରନ୍ତୁ । ଚତୁର୍ଥ: ଗୁରୁବାର ଦିନଟି ବୃହସ୍ପତି ବାର ହୋଇଥିବାରୁ ଏହିଦିନ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରିବା ଉଚିତ ହୋଇଥାଏ । ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ହଳଦିଆ ଫୁଲ ଅର୍ପଣ କରନ୍ତୁ ।

ପଞ୍ଚମ: ଗୁରୁବାର ଦିନ ହଳଦିଆ ରଙ୍ଗର ବସ୍ତୁ ଦାନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହିଦିନ ହଳଦୀ, ଚଣା ଡାଲି, କଦଳୀ ଦାନ କରିବା ଶୁଭଫଳ ଆଣି ଦେଇଥାଏ । ଏହାସହ ଗୁରୁବାର ଦିନ ବୃହସ୍ପତିଙ୍କ ମନ୍ତ୍ର ୧୦୮ଥର ଜପ କରନ୍ତୁ । ଷଷ୍ଠ: ଏହିଦିନ ଲାଲ ରଙ୍ଗର କପଡା ଉପରେ କିଛି ଶ୍ଵେତ ଧାନ ବିଛାନ୍ତୁ । ଏବଂ ଲକ୍ଷ୍ମୀଙ୍କ ପ୍ରତିମା ପାଖରେ ପୂଜା କରନ୍ତୁ ।

କିଛି ଧଳା ଫୁଲ ମଧ୍ୟ ମା ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ । ସପ୍ତମ: ଗୁରୁବାର ଦିନ ଭୁଲରେ ଆମିଷ ରୋଷେଇ କରନ୍ତୁ ନାହିଁ । କେବେ ମଧ୍ୟ ଗୁରୁବାର ଦିନ ଆମିଷ ଖାଇବା କଥା ଭାବନ୍ତୁ ନାହିଁ । ଅଷ୍ଟମ; ଗୁରୁବାର ଦିନ ୧୨ଟା ପରେ କାହାକୁ ଭିକ୍ଷା ଦିଅନ୍ତୁ ନାହିଁ । ଗୁରୁବାର ଦିନ କାହାକୁ ଟଙ୍କା ପଇସା ଧାର ଦିଅନ୍ତୁ ନାହିଁ । ଏହାଦ୍ୱାରା ମାତା ଲକ୍ଷ୍ମୀ ଘର ଛାଡି ଚାଲିଯାଇଥାନ୍ତି ।

ନବମ: ଗୁରୁବାର ଦିନ ସନ୍ଧ୍ୟା ସମୟରେ ମୁଣ୍ଡ କୁଣ୍ଡାଇବା ଏବଂ ଶୋଇବା ଅନୁଚିତ । ଦଶମ: ସନ୍ଧ୍ୟା ସମୟରେ ଝୁଣା ଜଳାଇ ଘର ସାରା ବୁଲାନ୍ତୁ । ଏହାଦ୍ୱାରା ଘର ଚାରିପାଖରେ ରହିଥିବା ନକରାତ୍ମକ ଶକ୍ତି ଦୂର ହୋଇଥାଏ । ଏହିସବୁ କଥାକୁ ଗୁରୁବାର ଦିନ ନିଶ୍ଚୟ ଧ୍ୟାନରେ ରଖନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *