କେହି ଆପଣଙ୍କ ନାମ ପଚାରିଲେ ଏହି ଭୁଲ କରନ୍ତୁ ନାହିଁ, ନଚେତ ବହୁତ ପସ୍ତେଇବେ- Ajira Anuchinta

ନମସ୍କାର ବନ୍ଧୁଗଣ, ଆପଣମାନଙ୍କ ମନରେ ଗୋଟିଏ ପ୍ରଶ୍ନ ନିଶ୍ଚୟ ଉଠୁଥିବ କି ନାମ ପଚାରିଲେ ନାମ କହିବାରେ ପୁଣି କଣ ସବୁ ଭୁଲ ରହିଛି । ଆଜ୍ଞା ହଁ ଏମିତି ଅନେକ କିଛି କଥା ରହିଛି ଯାହାକୁ ଆମେ ଆମ ଦୈନନ୍ଦିନ ଜୀବନରେ କରିବା ଉଚିତ । କିନ୍ତୁ ତାହା ବିଷୟରେ ଆମକୁ ଜଣାନଥାଏ । ଯାହା ଫଳରେ ଆମେ ଅଜାଣତରେ ଭୁଲ କରି ବସିଥାଉ । ତେବେ ଆଉ ଡେରି ନକରି ଆଜି ଆସନ୍ତୁ ଜାଣିବା କେହି ଯଦି ଆପଣଙ୍କ ନାମ ପଚାରେ ତେବେ କେଉଁ ଭୁଲ କରିବା ଉଚିତ ହୋଇନଥାଏ ।

ପ୍ରଥମ: ଗୁରୁଜନଙ୍କୁ ବିଦାୟ ଦେବା ବେଳେ ଆପଣ ଦ୍ଵାର ପାଖକୁ ଛାଡିବା ପାଇଁ ନିଶ୍ଚିନ୍ତ ଯାଅନ୍ତୁ । ଯଦି ଆପଣ ଗାଡିରେ କୌଣସି ଜାଗାକୁ ଯାଉଛନ୍ତି ତେବେ ଗୁରୁଜନଙ୍କୁ ପ୍ରଥମେ ଗାଡିରେ ବସିବା ପାଇଁ କୁହନ୍ତୁ । ଗୁରୁଜନ ବା ଆପଣଙ୍କ ଠାରୁ ବୟସରେ ବଡ ଯଦି କେହି ଅଚାନକ ଆପଣଙ୍କ ଘରକୁ ଆସନ୍ତି ତେବେ ଆପଣ ଶୋଇଥିଲେ ଉଠିଯିବା ଆବଶ୍ୟକ ।

ଦିତୀୟ: ଯଦି କୌଣସି ଜାଗାରେ ଆପଣଙ୍କୁ ଆପଣଙ୍କ ନାମ କହିବା ପାଇଁ ବା ଲେଖିବା ପାଇଁ କୁହାଯାଏ ତେବେ ନିଜ ନାମ ପୂର୍ବରୁ କେବେ ଶ୍ରେଷ୍ଠ ଶବ୍ଦ ଯଥା ବାବୁ ଶ୍ରୀ ଇତ୍ୟାଦି ଲଗାଇବେ ନାହିଁ । କେବଳ ଆପଣ ନିଜ ନାମ ହିଁ ଲେଖିବେ ବା କହିବେ । ତୃତୀୟ: ନିଜ ଝିଅ ବିଷୟରେ ଅନ୍ୟ ମାନଙ୍କ ଆଗରେ କଥାକୁ ବଢାଇ କହିବା ବା ପ୍ରଶଂସା କରିବା ଉଚିତ ହୋଇନଥାଏ ।

ଚତୁର୍ଥ: ସଭ୍ୟ ପରିଚିତ ଥିବା ବ୍ୟକ୍ତିଙ୍କୁ ତାଙ୍କ ଦରମା, ପାରିବାରିକ କଥା କେବେ ପଚାରିବ ଉଚିତ ହୋଇନଥାଏ । ଏହା କରିବା ଫଳରେ ଆପଣଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ । ପଞ୍ଚମ: ଯଦି ଆପଣ ପାଟିରେ କୌଣସି ନିଶା ଦ୍ରବ୍ୟ ରଖିଛନ୍ତି ତେବେ କାହା ସହ କଥା ହେବା ଉଚିତ ହୋଇନଥାଏ । ଆପଣଙ୍କୁ କେହି ପ୍ରଶଂସା କରୁଥିବା ସମୟରେ ଆପଣ କେବେ ମଧ୍ୟ ଅଧିକ ଖୁସି ହେବେ ନାହିଁ ।

କାରଣ ଏହା ଜଣେ ଭଦ୍ର ମଣିଷର ସ୍ଵାଭାବ ହୋଇନଥାଏ । ତେଣୁ ଆପଣଙ୍କୁ କେହି ପ୍ରଶଂସା କରୁଥିବା ସମୟରେ ଆପଣ ଧୀର ସ୍ଵଭାବର ସହ ବାସ ଶୁଣିବେ । ସବୁବେଳେ ଆପଣ ଭବିବେ ଆପଣଙ୍କୁ ମିଳୁଥିବା ସମ୍ମାନ ଭଗବାନଙ୍କର ଆପଣଙ୍କର ନୁହେଁ । ଷଷ୍ଠ: ଆପଣ ଅସୁସ୍ଥ ହେବାର କାରଣ ବା ସମ୍ପୂର୍ଣ ବିବରଣୀ କାହାକୁ କହିବା ଯଥା କେମିତି ହେଲା କେବେ ହେଲା ଇତ୍ୟାଦି କହିବା ଠିକ ହୋଇନଥାଏ ।

ହଁ ଆପଣ ଏହି କଥା କେବଳ ଆପଣଙ୍କ ବିଶ୍ଵସ୍ତ ବନ୍ଧୁଙ୍କୁ କହିପାରିବେ । ଆଉ ଡାକ୍ତରଙ୍କୁ ମଧ୍ୟ କହିପାରିବେ । ଏହା ଛଡା ଆଉ କାହାକୁ ମଧ୍ୟ କହିବା ଉଚିତ ହୋଇନଥାଏ । ତେବେ ଏହା ଥିଲା କିଛି ଧ୍ୟାନ ରଖିବା ଭଳି କଥା । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *