ଗୋଟେ ବର୍ଷରେ ଗୋଟେ ମା’ର ଦୁଇଟି ସନ୍ତାନ ବିଭା କଲେ କଣ ହୁଏ ? Ajira Anuchinta

ଆମେ ପ୍ରତେକ ଦିନ କିଛି ନା କିଛି ଅନୁଚିନ୍ତା ଜାଣିବା ଦରକାର । ତେବେ ଆମେ ଆଜି ଆପଣଙ୍କୁ କିଛି ଅନୁଚିନ୍ତା ବିଷୟରେ କହିବା ପାଇଁ ଯାଉଛେ । ଦେଖନ୍ତୁ ବିବାହ ହେଉଛି ଆଠ ପ୍ରକାର ଯଥା – ବ୍ରହ୍ମ, ଦୈବ, ଆର୍ଷ, ପ୍ରଜାପତ୍ୟ, ଆସୁର, ଗାନ୍ଧାର୍ବ୍ୟ, ରାକ୍ଷାଶ, ପଇଶାଚ ।

ବାର ଠାରୁ ଧନ ନେଇ ଯଦି କନ୍ୟା ବିବାହ କରେ ଏହାକୁ ଆସୁର ବିବାହ କୁହାଯାଏ । ବର ଓ କନ୍ୟା ର ଇଛା ରେ ବିବାହ କୁ ଗନ୍ଧର୍ବ ବିବାହ କୁହାଯାଏ । ବାର ଯଦି ଜୋର କରି କନ୍ୟାକୁ ଛଡାଇ ଆଣିଥାଏ ତେବେ ଏହାକୁ ରାକ୍ଷାଶ ବିବାହ କୁହାଯାଏ । କପଟ କରି କନ୍ୟା କୁ ବିବାହ କଲେ ପଇସାଚ ବିବାହ କହନ୍ତି । ବରକୁ ନ୍ଯାଯ ଘରକୁ ନିମନ୍ତ୍ରଣ କରି ଯଥା ଶକ୍ତି ନିଜ କନ୍ୟା କୁ ତା ସହ ବିବାହ କରାଇଲେ ସେମାନଙ୍କ ଦ୍ଵାରା ଜନ୍ମିତ ପିଲା ୨୧ ପୁରୁଷ କୁ ଉଧାର କରିଥାଏ ।

ବାତୁଳ, ପତିତ, କୁଷ୍ଠ ରୋଗୀ, ନପୁଂଶକ, ନିଜ ଗଟର ରେ ଜାତ, ଅନ୍ଧ, ବଧିର, ଅପ୍ପସ୍କାର ରୋଗୀକୁ କନ୍ୟା ଦେବା ଅନୁଚିତ ଅଟେ । ବର ର କୁଳ ସ୍ଵଭାବ, ବୟଶ, ରୂପ, ବିଦ୍ୟା, ଧନ, ପିତ୍ରାଦିର ସହାୟତା ଗୁଣ ପରୀକ୍ଷା କରି କନ୍ୟା ଦାନ କରିବା ଉଚିତ । ଯେଉଁ ପୁରୁଷର ଗୃହ ଓ ଗଡ଼ିବା ସୃଦୁଧ ହୋଇଥିବ, ଶୁକ୍ର ଗାଢ ହୋଇଥିବ, ମୁତ୍ର ଶବ୍ଦ ଓ ଫେଣଯୁକ୍ତ ହୋଇଥିବ ତାକୁ ଉତ୍ତମ ପୁରୁଷ କୁହାଯାଏ । ବର ମାତା ର ନାମ କନ୍ଯାର ନାମ ସହ ଏକା ହୋଇଥାଏ ତେବେ ବିବାହ କରିବା ଅନୁଚିତ ।

ଯେଉଁ କନ୍ୟା ଲାଜ୍ୟା ହିନ, ସ୍ଵଭାବ ଉଗ୍ର, ଦାନ୍ତ ଅସୁନ୍ଦର, ଆଖି ଫିଙ୍ଗଳ ବର୍ଣ, ସର୍ବାଙ୍ଗ ଲୋମାଯୁକ୍ତ, କଟି ସ୍ଥୂଲ ହୋଇଥାଏ ସେହି କନ୍ୟା ମାନଙ୍କୁ ବିବାହ କରିବା ଅନୁଚିତ ସେମାନେ ବିବାହ ପାଇଁ ଯୋଗ୍ୟ ନୁହଁନ୍ତି । ଯେଉଁ କନ୍ଯା ଶ୍ୟାମା, ଯାହାର କେଶ ସୁନ୍ଦର, ଦେହ ଅଳ୍ପ ଲୋମାଯୁକ୍ତ, ଭୁଲତା ସୁନ୍ଦର, ଚରିତ୍ର ଉକୃଷ୍ଣ, ଗମନ ମନୋହର, ଦାନ୍ତ ସୁନ୍ଦର, କାଟି ଡମ୍ବୁରୁ ତୁଲ୍ୟ ତାକୁ ବିବାହ କରିବା ଉଚ୍ଚିତ ଅଟେ ।

ସମାନ ପ୍ରକାର ଜାତ କନ୍ୟା, ଶିଷ୍ୟର ସନ୍ତତି, ଗୁରୁର ସନ୍ତତି, ଏମାନଙ୍କ ସହ ବିବାହ କରିବା ନିଷେଧ । ବଡ ଭାଇ ଥାଉ ସାନ ଭାଇ ବିବାହ କରିବା ଉଚିତ ନୁହେଁ । ଯଦି ବଡ ଭାଇ ବାହାରେ ରୁହନ୍ତି, ସେ ରୋଗୀ ଅଟନ୍ତି କିମ୍ବା ଶାରୀରିକ ଅକ୍ଷମ ଅଟନ୍ତି କିମ୍ବା ଚୋର ହୋଇ ଥାନ୍ତି ତେବେ ସାନ ଭାଇ ବିବାହ କରି ପାରିବେ । ବଡ ଭଉଣୀ ଥାଉ ଥାଉ ସାନ ଭଉଣୀ ର ବିବାହ ଶାସ୍ତ୍ର ଅନୁସାରେ ନିଷେଧ ଅଟେ ।

ଏକ ବର୍ଷ ରେ ଦୁଇ ଭାଇ କିମ୍ବା ଦୁଇ ଭଉଣୀ ବିବାହ କରିବା ଉଚିତ ନୁହେଁ । ଯଦି ଛଅ ମାସରେ ବିବାହ କରାଯାଏ ତେବେ କନ୍ୟା ବିଧବା ହୋଇଥାଏ । ମାମୁର ଝିଅ କିମ୍ବା ମାତୃ କୂଳରେ ଜନ୍ମ ହୋଇଥିବା କନ୍ୟା କୁ ବିବାହ କରିବା ନିଷେଧ ଅଟେ । ଭିନ୍ନ ଭିନ୍ନ ମାତା ଠାରୁ ଜନ୍ମ ହୋଇଥିବା ପିଲା ମାନେ ଏକ ମଣ୍ଡପରେ ବିବାହ କରି ପାରିବେ । ଦୁଇ ଭାଇ କିମ୍ବା ଭଉଣୀ ଯଦି ଯାଁଳା ଥାନ୍ତି ତେବେ ସେମାନେ ଏକା ସହ ବିବାହ କରିବେ । ଯଦି ବିବାହ ସମୟରେ ଅଶୌଚ ଘଟେ ତେବେ ସେମାନେ ବିବାହ କର୍ମ ବନ୍ଦ କରିବା ଅନୁଚିତ ଅଟେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *