ଗୋଟେ ସ୍ତ୍ରୀର ସବୁଠାରୁ ବଡ ଦୁଃଖ କଣ ଅଟେ ? Shukra Niti

ମହାନ ଆଚାର୍ଯ୍ୟ ଶୁକ୍ଲାଚାର୍ଜ୍ୟ ନିଜର ନୀତିରେ ମଣିଷର ସବୁଠାରୁ ଦୁଖ କଣ ସେହି ବିଷୟରେ କହିଛନ୍ତି । ଯଦି କୌଣସି ମଣିଷ ଜୀବନରେ ଏମିତି ସମୟ ଆସିଥାଏ ତେବେ ତାକୁ ସାବଧାନ ରହିବାକୁ ପଡିଥାଏ । ଅନ୍ୟଥା ଏହି ଦୁଖ ସେହି ବ୍ୟକ୍ତି ସହ ତାର ପୁରା ପରିବାରକୁ ଭୋଗିବାକୁ ପଡିଥାଏ । ଶୁକ୍ରଦେବ କହିଥାନ୍ତି ମନୁଷ୍ୟ ଜୀବନରେ ସୁଖ ଦୁଖ ଆସିଥାଏ । କିନ୍ତୁ କିଛି ମନୁଷ୍ୟଙ୍କ ଜୀବନରେ ଏମିତି ଦୁଖ ଆସିଥାଏ ଯାହା ସେମାନଙ୍କୁ ଭାଙ୍ଗି ଦେଇଥାଏ । ଏହି ଦୁଖକୁ ମୂଳରୁ ଶେଷ କରିବା ପାଇଁ ମନୁଷ୍ୟକୁ ଚେଷ୍ଟା କରିବା ଦରକାର । ଆସନ୍ତୁ ଜାଣିବା ସେହି ଦୁଖ କଣ ଯାହା ମଣିଷ ଜୀବନରେ ସବୁଠାରୁ ବଡ ଦୁଖ ଅଟେ ।

୧- ଶୁକ୍ରଦେବ ଙ୍କ ମତରେ ମନୁଷ୍ୟ କୁ କେବେ ଅନ୍ୟ ବ୍ଯକ୍ତିର ପରିହାସ କରିବା ଉଚିତ ନୁହେଁ । କେବେ ବି କୌଣସି ବ୍ୟକ୍ତି କି ଅପଶବ୍ଦ କହିବା ଉଚିତ ନୁହେଁ । ଏମିତି କହିଲେ ଆପଣ ସେହି ବ୍ୟକ୍ତି ପାଇଁ ଅପ୍ରିୟ ହୋଇଥାନ୍ତି ।

୨- ଯେଉଁ ବ୍ୟକ୍ତି ଆପଣଙ୍କର ଗୁଣକୁ ବଢାଇ ଅଧିକ ପ୍ରୋଶ୍ଚାହନ ଦେଇ କଥା କହିଥାନ୍ତି ସେମାନେ ସ୍ଵାର୍ଥୀ ହୋଇଥାନ୍ତି । ଯେବେ ବି ମଣିଷ ଜୀବନରେ ବିପତ୍ତି, ଦୁଖର ସମୟ ଆସିଥାଏ ସେତେବେଳେ ମଣିଷକୁ ଅନ୍ଧ, ମୁକ, ବଧିର ହୋଇ ରହିବା ଉଚିତ । ଅର୍ଥାତ ଆପଣଙ୍କର ମିତ୍ର ବା ପ୍ରିୟ ଲୋକଙ୍କ ବିଷୟରେ ସବୁ କିଛି ଜଣାଇ ବି ଚୁପ ରହିବା ଦରକାର ।

୩- ସାହାଜ୍ଯ କରୁଥିବା ବ୍ୟକ୍ତି ବିଷୟରେ ଅନ୍ୟ ଆଗରେ ତାର ଗୁଣର ନିନ୍ଦା କରିବା ଅନୁଚିତ କାରଣ ସେ ଆପଣଙ୍କୁ ସାହାଜ୍ଯ କରୁଛି ତାହା ସବୁଠାରୁ ବଡ କଥା । ବିପଦ ସମୟରେ ଦାନ ଙ୍କୁ ମଧ୍ୟ ପ୍ରଣାମ କରିବାରେ କିଛି ଖରାପ ନୁହେଁ । ଶତ୍ରୁ ହେଲେ ବି ତାକୁ ହାତ ଯୋଡି ପ୍ରଣାମ କରିବା ଉଚିତ । କାରଣ ବିପଦ ସମୟରେ ମଣିଷ ପାଖରେ ଅନ୍ୟ ଠାରୁ ସାହାଜ୍ୟ ନେବା ଛଡା ଆଉ କିଛି ମାର୍ଗ ନ ଥାଏ ।

୪- ଶୁକ୍ରଦେବ କୁହନ୍ତି ସଂସାର ସବୁଠାରୁ ବଡ ଦୁଖ ହେଉଛି ପରାଧୀନ ହେବା ଅର୍ଥାତ ଅନ୍ୟ ମାନଙ୍କ ଆଗରେ ନିଜକୁ ସମର୍ପଣ କରି ଦେବା । ଯେଉଁ ମନୁଷ୍ୟ ଅନ୍ୟ ମାନଙ୍କର ବଶ ରେ ରହିଥାଏ ଅନ୍ୟର ସାହାଯ୍ୟରେ ବଞ୍ଚିଥାଏ ଯିଏ ଅନ୍ୟ ଘରେ ରହିଥାଏ ଅନ୍ୟର ଖାଦ୍ୟ ଖାଇଥାଏ ସେ ଜୀବନରେ ସର୍ବଦା ଦୁଖୀ ରହିଥାଏ ।

୫- ଶୁକ୍ରଦେବ ଆହୁରି କହିଛନ୍ତି ଯେଉଁ ମଣିଷ ନିଜ ଦେଶରେ ନିଜ ଘରେ ରହି ସମ୍ମାନ ସହ ବଞ୍ଚିଥାଏ ନିଜ ଘରର କ୍ଷ୍ଦ୍ଯା ଗ୍ରହଣ କରିଥାଏ ଯାହା ପାଖରେ ତାର ପ୍ରିୟଜନ ସବୁବେଳେ ରହିଥାନ୍ତି ସେ ମଣିଷ ସୁଖୀ ଅଟେ ।

୬- ଶୁକ୍ରଦେବ କୁହନ୍ତି ଅନ୍ୟ ଘରେ ରହିବା, ବାରମ୍ବାର ଅପମାନ ହେବା, ଅନ୍ୟ କାହାର ଆଜ୍ଞାର ପାଳନ କରିବା, ଅନ୍ୟ ଦ୍ଵାରା ଅପମାନିତ ହୋଇ ଦିଆଯାଇଥିବା ଖାଦ୍ୟକୁ ଗ୍ରହଣ କରିବା, ନିଜର ଜୀବନକୁ ସଙ୍କଟରେ ନ ପକାଇ ଏହି ଦୁଖରୁ ବାହାରିବା ଉଚିତ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଇଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *