ଗୃହରେ ବୁଢିଆଣୀ ଜାଲର ଅର୍ଥ କଣ ? ଶୁଭ ନା ଅଶୁଭ

ନମସ୍କାର ବନ୍ଧୁଗଣ, ବୁଢିଆଣୀ ଜାଲ ତ ସାଧାରଣତଃ ପ୍ରାୟ ଜାଗାରେ ଦେଖା ଯାଇଥାଏ । ତେବେ କଣ ଆପଣଙ୍କ ମନରେ ଏହାକୁ ଦେଖି କିଛି ପ୍ରଶ୍ନ ଆସିଛି କି ! ଯଦି ନା ତେବେ ନିହାତି ଭାବରେ ଏହି ସବୁ ପ୍ରଶ୍ନ ଆସିବା ଦରକାର କି ଯଦି ଆପଣଙ୍କ ଘରେ ବୁଢିଆଣୀ ଜାଲ ଦେଖିବାକୁ ପାଉଛନ୍ତି ତେବେ ଏହା ଆପଣଙ୍କ ପାଇଁ ଶୁଭ ନା ଅଶୁଭ ଅଟେ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ଘରେ ବୁଢିଆଣୀ ଜାଲ ହେବାର ଅର୍ଥ କଣ ସବୁ ହୋଇଥାଏ ।

ଯଦି ଆପଣଙ୍କ ଘରର ଠିକ ଭାବରେ ସଫା ନକରନ୍ତି ତେବେ ବୁଢିଆଣୀ ନିଜର ଜାଲ ବୁଣିବା ଆରମ୍ଭ କରିଦେଇଥାଏ । କିନ୍ତୁ ବୁଢୀଆଣି ଯଦି ଆପଣଙ୍କ ଘରେ ବସା ବାନ୍ଧିଥାଏ ତେବେ ଆପଣଙ୍କ ଘରକୁ ଦୁର୍ଭାଗ୍ୟ ମାଡି ଆସିଥାଏ । ଆପଣଙ୍କ ଜୀବନରେ ଅନେକ ବାଧା ବିଘ୍ନ ଦେଖା ଦେଇଥାଏ । ଶାସ୍ତ୍ର ଦୃଷ୍ଟିରୁ ତ ଏହା ଉଲ୍ଲେଖ ରହିଛି କି ବୁଢିଆଣୀ ଘର ପାଇଁ ଅଶୁଭ । କିନ୍ତୁ ଆଜିର ବିଜ୍ଞାନ ମଧ୍ୟ ଏହାର ପ୍ରମାଣ ଦେଉଅଛି ।

ବିଜ୍ଞାନ ଅନୁଯାୟୀ ବୁଢିଆଣୀ ଘରେ ବସା ବାନ୍ଧିବା ଦ୍ଵାରା ଘରକୁ କିଛି ନକରାତ୍ମକ ଶକ୍ତି ପ୍ରବେଶ ହୋଇଥାଏ । ଯଦି ଆପଣଙ୍କ ଘରେ ବୁଢିଆଣୀ ବସା ବାନ୍ଧିବା ଆରମ୍ଭ କରୁଥାଏ କିମ୍ବା ବସା ବାନ୍ଧି ସାରିଛି ତେବେ ଏହା ଦେଖି ଆପଣ ବୁଝିଯିବେ କି ଆପଣଙ୍କ ଘରେ ଏବେ ନକରାତ୍ମକ ଶକ୍ତି ସ୍ଥାୟୀ ଭାବରେ ବାସ କରିବା ପାଇଁ ଯାଉଅଛି । ଏହି କାରଣ ହେତୁ ଆପଣଙ୍କ ଘରର ସଦସ୍ୟଙ୍କ ମଧ୍ୟରେ ମତାନ୍ତର ଆରମ୍ଭ ହୋଇଯାଏ ।

କଳି ଝଗଡା ମଧ୍ୟ ଲାଗି ରାହିଥାଏ । ଏହା ଫଳରେ ଆପଣଙ୍କ ଘର ଲକ୍ଷ୍ମୀ ଛଡା ମଧ୍ୟ ହୋଇଯାଇଥାଏ । ତେଣୁ ଆପଣଙ୍କ ଜୀବନରେ ଧନର ଅଭାବ ଦେଖା ଦେବାକୁ ଲାଗିଥାଏ । କାରଣ ମାତା ଲକ୍ଷ୍ମୀ ଅସ୍ଵଚ୍ଛ ଏବଂ ଅପରିଷ୍କାର ଘରେ କେବେ ମଧ୍ୟ ବାସ କରିନଥାନ୍ତି । ଆପଣଙ୍କ ଘରେ ସ୍ୱାସ୍ଥ୍ୟ ସହ ଜଡିତ ଅନେକ ସମସ୍ୟା ଦେଖା ଦେଇଥାଏ ।

ଆପଣଙ୍କ ଘରର ଯେଉଁ କୋଣରେ ବୁଢିଆଣୀ ଜାଲ କରିଥାଏ ସେହି ଦିଗଟି ସମ୍ପୂର୍ଣ ଭାବରେ ନକରାତ୍ମକ ଶକ୍ତିର ପ୍ରଭାବରେ ଘେରି ହୋଇ ରହିଯାଇଥାଏ । ବୈଜ୍ଞାନିକ ଦ୍ରୁଷ୍ଟି କୋଣରୁ ଦେଖିବାକୁ ଗଲେ ବୁଢିଆଣୀ ଦେହରେ ଥିବା କିଛି ବ୍ୟକ୍ଟେରିଆ ସହଜରେ ଆପଣଙ୍କ ଶରୀରରେ ପ୍ରବେଶ କରିଥାନ୍ତି । ଯାହା ଫଳରେ ଆପଣଙ୍କ ଦେହ ଅସୁସ୍ଥ ହୋଇଥାଏ ।

ଆପଣ ସର୍ବଦା ଚେଷ୍ଟା କରନ୍ତୁ ଆପଣଙ୍କ ଘରକୁ ସଫା ସୁତୁରା ରଖିବା ପାଇଁ ଯାହା ଫଳରେ ଆପଣଙ୍କ ଘରେ ଧନର ଅଭାବ ଦେଖାଦେବ ନାହିଁ । ଏବଂ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ । ଘରକୁ ସଫା କରିବା ଫଳରେ ବୁଢିଆଣୀ ମଧ୍ୟ ବସା ବାନ୍ଧି ନଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *