ଧନୁ ରାଶିର ବ୍ୟକ୍ତି ଆପଣଙ୍କ ପାଖରେ ଅଛନ୍ତି ତ ଏହାକୁ ଥରେ ନିହାତି ଦେଖନ୍ତୁ- Jyotisha Shastra

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣ ମାନଙ୍କୁ ଧନୁ ରାଶିର ବ୍ୟକ୍ତିଙ୍କ ସମ୍ପର୍କରେ ଜଣାଇବାକୁ ଯାଉଛି । ସମସ୍ତେ ନିଜ ଜୀବନର କିଛି କଥା ଜାଣିବାକୁ ଚାହୁଁଥିବେ ନିଶ୍ଚିନ୍ତ । କାରଣ ରାଶି ହିଁ ଏକମାତ୍ର ଜରିଆ ଯାହା କି ଆପଣ ମାନଙ୍କ ଆଗାମୀ ସମୟ ବିଷୟରେ ଏବଂ ବର୍ତ୍ତମାନରେ ଘଟୁଥିବା ଘଟଣା ସମ୍ପର୍କରେ ଆପଣ ମାନଙ୍କୁ ଅବଗତ କରାଇ ପାରିବ । ଯାହା ଫଳରେ ଆପଣ କରୁଥିବା କାର୍ଯ୍ୟରେ ସୁଧାର ଆଣି ଜୀବନର ମୋଡକୁ ବଦଳାଇବା ପାଇଁ କିଛି ମାତ୍ରାରେ ସକ୍ଷମ ହେବେ ।

ଧନୁ ରାଶି: ଏମାନଙ୍କ ହୃଦୟ ବହୁତ ଖୋଲା ହୋଇଥାଏ । ଏମାନେ ସମସ୍ତଙ୍କ ସହ ନିଜର ଏକ ମଧୁର ସମ୍ପର୍କ ସ୍ଥାପନ କରିପାରନ୍ତି ଖୁବ ସମୟ ମଧ୍ୟରେ । ଜୀବନର ଅର୍ଥକୁ ବେସ ଭଲ ଭାବରେ ଏମାନେ ବୁଝିଥାନ୍ତି । ଅନ୍ୟ ମାନଙ୍କ ଦୁଃଖ ସୁଖ ସମ୍ପର୍କରେ ଜାଣିବା ପାଇଁ ସର୍ବଦା ଏମାନେ ତତ୍ପର ଥାନ୍ତି । ଏମାନେ ନିଜକୁ ପ୍ରମାଣ କରିବା ପାଇଁ କଠିନରୁ କଠିନ ପରିଶ୍ରମ ମଧ୍ୟ କରିଥାନ୍ତି ।

ତେଣୁ ଏମାନେ ବହୁତ ପରିଶ୍ରମୀ ଅଟନ୍ତି । ଏମାନେ କରୁଥିବା ପରିଶ୍ରମର ଉଚିତ ମୂଲ୍ୟ ମଧ୍ୟ ପାଇଥାନ୍ତି । କରୁଥିବା ନିଜ କାର୍ଯ୍ୟ କ୍ଷେତ୍ରରେ ସର୍ବଦା ବହୁତ ଉଚ୍ଚରେ ରହିଥାନ୍ତି । ସବୁବେଳେ ଏମାନଙ୍କ ମନରେ କିଛି ନୂଆ କରିବାର ଆଶା ଇଚ୍ଛା ଲାଗି ରହିଥାଏ । ଏମାନେ ବହୁତ ସାହସୀ ଓ ଆତ୍ମ ବିଶ୍ଵାସୀ ହୋଇଥାନ୍ତି । ଏମାନେ କେବେ ଅନ୍ୟ କାହା କଥାରେ ନିଜକୁ ପରିଚାଳିତ କରନ୍ତି ନାହିଁ ।

ଅନ୍ୟର କଥାକୁ ସମ୍ମାନ ଦେଇ ଶୁଣନ୍ତି । କିନ୍ତୁ କରନ୍ତି ତାହା ଯାହା ଏମାନଙ୍କ ପସନ୍ଦ । ଏମାନଙ୍କ ସାଙ୍ଗମାନଙ୍କ ସଂଖ୍ୟା ବହୁତ କମ ହୋଇଥାଏ । ଏହି ରାଶିର ବ୍ୟକ୍ତିଙ୍କ ଠାରେ ଧାର୍ମିକ ସ୍ଵାଭାବ କମ ଦେଖିବାକୁ ମିଳିଥାଏ । ଏମାନଙ୍କ ପାଖରେ ସର୍ବଦା ଧର୍ଯ୍ୟର ଅଭାବ ହୋଇଥାଏ । ସମସ୍ତ କାର୍ଯ୍ୟକୁ ଶୀଘ୍ର ହିଁ ପୂରଣ କରିବା ପାଇଁ ଲାଗିଥାନ୍ତି । ଏମାନଙ୍କ ସମ୍ପୂର୍ଣ ଜୀବନ ପରିଶ୍ରମ କରି ବିତି ଯାଇଥାଏ ।

ମନରେ କିଛି ବିଚାର ନକରି ପାଟିରୁ ଯାହା ବାହାରିଥାଏ ତାହା କହିଦେଇଥାନ୍ତି । ଏମାନେ ସବୁବେଳେ ସୀମିତ ବିଚାର ଧାରା ମଧ୍ୟରେ ରହିଥାନ୍ତି । ଏମାନେ ପ୍ରାୟତଃ ସମସ୍ତ କଥାକୁ ନେଇ ଦ୍ଵନ୍ଦରେ ରହିଥାନ୍ତି । ତେଣୁ ଏମାନେ ନିଜ ଜୀବନରେ ଏହି କାରଣ ହେତୁ କ୍ଷତିର ସାମ୍ନା କରିଥାନ୍ତି । ଏହି ରାଶିର ଲୋକ ଅନ୍ୟ ମାନଙ୍କ ଅଯଥା କଥାରେ ମୁଣ୍ଡ ଖେଳାଇବା ପାଇଁ ପସନ୍ଦ କରନ୍ତି ନାହିଁ ।

ଧନୁ ରାଶିର ବ୍ୟକ୍ତି ସବୁବେଳେ ନିଜ କାମ କରିବାରେ ନିଜକୁ ବ୍ୟସ୍ତ ରଖିଥାନ୍ତି । ଏମାନଙ୍କ ଏକ ଖରାପ ଗୁଣ ହେଉଛି ଏମାନେ ନ ଭାବି ନ ଚିନ୍ତି ଅଜାଣତରେ ଅନ୍ୟ ମନରେ କଷ୍ଟ ଦେଇ ଦେଇଥାନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *