ଗୃହର ନିକଟରେ ଏହି କେତୋଟି ବୃକ୍ଷ ଅଶୁଭ ଅଟେ- Vastu Tips

ଆମ ଚାରି ପାଖରେ କୌଣସି ନା କୌଣସି ବୃଖ ରହିଥାଏ । ଯାହା ପ୍ରକୃତିର ଏକ ସୁନ୍ଦର ସୃଷ୍ଟି ହୋଇଥାଏ । ଗଛ ଲଗାଇବା ଦ୍ଵାରା ପରିବେଶ ବହୁତ ସୁନ୍ଦର ଓ ଆକର୍ଷକ ହୋଇଥାଏ । କିନ୍ତୁ କିଛି ଗଛ ଏମିତି ରହିଛି ଯାହାକୁ ଲଗାଇବା ଦ୍ଵାରା ଶୁଭ ହୋଇଥାଏ ତ ଆଉ କିଛି ଗଛ ଘର ବାହାରେ ଲଗାଇବା ଦ୍ଵାରା ଅଶୁଭ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ କେଉଁ ଘ ଘର ବାହାରେ ଲଗାଇଲେ ଶୁଭ ଓ ଅଶୁଭ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ପୂର୍ବ କଳାରେ ଲୋକ ମାନେ ଭୁତ, ପ୍ରେତ ଭୟରେ ନରମ କାଣ୍ଡ ଯୁକ୍ତ ଗଛ ବା କଣ୍ଟା ଜାତୀୟ ଗଛ ବା ଉଚ୍ଚ ବୃଖ ଘର ବାହାରେ ଲଗାଇବା ପାଇଁ ବାରଣ କରୁଥିଲେ ।

ଏହାର କାରଣ ହେଉଛି ନରମ କାଣ୍ଡ ଯୁକ୍ତ ଗଛ ଯେମିତି କି ସିମୁଳି, ଜାମୁ ଗଛ ଆଦି ଲଗାଇଲେ ଏମାନଙ୍କ ଡାଳ ପବନରେ ଭାଙ୍ଗି ଘର ଉପରେ ପଡିଥାଏ । ଯାହା ଦ୍ଵାରା ଧନ ଜୀବନ କ୍ଷୟ ହେବାର ଆଶଙ୍କା ରହିଥାଏ । କୋଳି ଜାତୀୟ କଣ୍ଟା ଗଛ ଦ୍ଵାରା ଆହତ ହେବାର ଭୟ ରହିଥାଏ । ତେବେ କମଳା, ଲେମ୍ବୁ ଓ ବେଲ ଆଦି ଗଛ ଘର ବାହାରେ ଲଗାଇଲେ ସ୍ୱାସ୍ଥ୍ୟ ପ୍ରତି ଭଲ ହୋଇଥାଏ । କଣ୍ଟା ଜାତୀୟ ଗଛ ଘର ନିକଟରେ ଲଗାଇବା ନିଷେଧ ହୋଇଥାଏ । ତେନ୍ତୁଳୀ ଗଛର ପବନ ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ହୋଇଥାଏ । ତେଣୁ ତେନ୍ତୁଳୀ ଗଛକୁ ଘର ବାହାରେ ରଖିବା ଅନୁଚିତ ।

ଯଦି ଘରର ଦକ୍ଷିଣ ଦିଗରେ ନିମ୍ବ ଗଛ ଥାଏ ତେବେ ଏହା ଶୁଭ ହୋଇଥାଏ । ଏହା ସହ ସଜନା ଗଛ ଲଗାଇବା ଅନୁଚିତ । ଘର ବାହାରେ ଅଶୋକ ଗଛ, ଅରଖ ଗଛ, କଦଳୀ ଗଛ, ଜୁଇ ଗଛ, ପଦ୍ମ ଗଛ, ବେଲ ଗଛ, ନିମ୍ବ ଗଛ, ଅଁଳା ଗଛ, ଗୁଆ ଗଛ ଓ ତୁଳସୀ ଗଛ ଲଗାଇଲେ ଅତ୍ୟନ୍ତ ଶୁଭ ହୋଇଥାଏ । ଅନ୍ୟ ପାଖେ ଘର ବାହାରେ ବର ଗଛ, ଅଶ୍ବସ୍ଥ ଗଛ, ଆମ୍ବ ଗଛ, ପଣସ ଗଛ, ତେନ୍ତୁଳୀ ଗଛ, ଅର୍ଜୁନ ଗଛ, କରଞ୍ଜ ଗଛ ଓ କୋଳି ଜାତୀୟ ବୃକ୍ଷ ରହିଲେ ଅଶୁଭ ସଙ୍କେତ ଦେଇଥାଏ । ତେବେ ଏହି ସବୁ ଗଛ ଘର ବାହାରେ ଲଗାଇଲେ ଶୁଭ ଓ ଅଶୁଭ ହୋଇଥାଏ । ତେଣୁ ଏହି ସବୁ କଥା ପ୍ରତି ଅଧିକ ଧ୍ୟାନ ଦେବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *