ଗୁରୁବାର ଦିନ କରନ୍ତୁ ଏହି 5ଟି କାମ, ଘରେ ହେବ ଧନର ବର୍ଷା-Astrology Tips

ନମସ୍କାର ବନ୍ଧୁଗଣ, ଦୁନିଆରେ ଧନର ଆବଶ୍ୟକତା ସମସ୍ତଙ୍କୁ ରହିଛି । ତେଣୁ ସମସ୍ତେ ଦିନ ରାତି ଏକ କରି ଧନ କମେଇବାରେ ଲାଗିପଡିଛନ୍ତି । କିନ୍ତୁ କିଛି ଲୋକଙ୍କୁ କଷ୍ଟ ପରେ ମଧ୍ୟ ଧନ ଲାଭର ସୌଭାଗ୍ୟ ମିଳେ ନାହିଁ । କାହିଁକି ନା ଧନର ଦେବୀ ହେଉଛନ୍ତି ମାତା ଲକ୍ଷ୍ମୀ । ତାଙ୍କୁ ପ୍ରସନ୍ନ କରିବା ପରେ ହିଁ ମାଙ୍କ କୃପାରୁ ଘରକୁ ଧନ ଆସିଥାଏ । ତେବେ ମାତାଙ୍କୁ ଖୁସି କରିବା ପାଇଁ ମା ଲକ୍ଷ୍ମୀଙ୍କ ବାର ଗୁରୁବାର ଦିନ କେଉଁ ସବୁ କାର୍ଯ୍ୟ କରିବା ଉଚିତ ଆସନ୍ତୁ ଜାଣିବା ।

ମା ଲକ୍ଷ୍ମୀଙ୍କୁ ଖୁସି କରିବାର ୫ଟି ଉପାୟ ଜାଣନ୍ତୁ ଏବଂ ଏହାକୁ କରିବା ପାଇଁ ଚେଷ୍ଟା ମଧ୍ୟ କରନ୍ତୁ । ଏହିସବୁ କରିବା ଦ୍ଵାରା ମାତା ତାଙ୍କର ଅଶେଷ କୃପା ସଦା ସର୍ବଦା ଆପଣଙ୍କ ଉପରେ ରଖିବେ । ଆସନ୍ତୁ ଜାଣିବା ସେହି ଉପାୟ ଗୁଡିକ ବିଷୟରେ । ପ୍ରଥମ: ପ୍ରତ୍ୟକ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ଉଚିତ । ଏଭ କରିବା ଫଳରେ ଆପଣଙ୍କର ସମସ୍ତ ସମସ୍ଯାର ଅନ୍ତ ଘଟିଥାଏ ।

ଦିତୀୟ: ଗୁରୁବାର ଦିନ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧନ୍ତୁ । ଏହା ସହିତ ମାତା ଲକ୍ଷ୍ମୀଙ୍କୁ ହଳଦିଆ ରଙ୍ଗର ଫୁଲ ଓ ଚନ୍ଦନ ଏବଂ ହଳଦିଆ ରଙ୍ଗର ପ୍ରସାଦ ଅର୍ପଣ କରନ୍ତୁ । ତୃତୀୟ: ଗୁରୁବାର ଦିନ ଆପଣ ହଳଦୀ ପାଣିରେ ସ୍ନାନ କରନ୍ତୁ । ଏବଂ ଗୋଟିଏ କଦଳୀ ଗଛ ମୂଳରେ ହଳଦୀ ପାଣି ଅର୍ପଣ କରନ୍ତୁ । ଏହା କରିବା ଫଳରେ ଆପଣଙ୍କ ଘରେ କେବଳ ଧନ ହିଁ ଧନ ଆସିଥାଏ ।

ଚତୁର୍ଥ; ଧନର ଅଭାବ ନିଜ ଜୀବନରୁ ଦୂର କରିବା ପାଇଁ ଗୁରୁବାର ଦିନ ଉପବାସ ପାଳନ କରନ୍ତୁ । ଉପବାସ ସମୟରେ ହଳଦିଆ ଜିନିଷ ଆବଶ୍ୟକ ଥିବା ଲୋକଙ୍କୁ ଦାନ କରନ୍ତୁ । ଏହା କରିବା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ଗୃହରେ ସଦା ସର୍ବଦା ଆପଣଙ୍କ ଗୃହରେ ବାସ କରିଥାନ୍ତି । ଏବଂ ଆପଣଙ୍କ ଘରେ ସର୍ବଦା ଖୁସିର ଲହରୀ ଲାଗିରହିଥାଏ ।

ପଞ୍ଚମ: ଗୁରୁବାର ଦିନ ତୁଲସୀ ଚଉରା ପୂଜା କରିବା ସମୟରେ ତୁଲସୀ ଚଉରା ମୂଳରେ କଞ୍ଚା କ୍ଷୀର ଅର୍ପଣ କରନ୍ତୁ । ଏବଂ ଗୁରୁବାର ଦିନ ଆପଣଙ୍କର ବୃହସ୍ପତି ଗ୍ରହକୁ ଶକ୍ତିଶାଳୀ କରିବା ପାଇଁ ଭଗବାନ ଶିବଙ୍କୁ ହଳଦିଆ ରଙ୍ଗର ଫୁଲ ଅର୍ପଣ କରନ୍ତୁ । ଏହା କରିବା ଦ୍ଵାରା ବୃହସ୍ପତି ଗ୍ରହ ପ୍ରସନ୍ନ ହୋଇଥାଏ । ଏବଂ ଆପଣଙ୍କ ଉପରେ ଥିବା ସମସ୍ତ ଗ୍ରହ ଗ୍ରହ ଦୋଷ ମଧ୍ୟ କଟିଥାଏ ।

ବନ୍ଧୁଗଣ ଏହି ୫ଟି କାମକୁ ଗୁରୁବାର ଦିନ ନିଶ୍ଚିନ୍ତ କରନ୍ତୁ ମା ଲକ୍ଷ୍ମୀ ପ୍ରସନ୍ନ ହେବେ । ନିଶ୍ଚୟ ଆପଣଙ୍କୁ ଏହା କରିବା ଦ୍ଵାରା ଶୁଭ ଫଳର ପ୍ରାପ୍ତି ହେବ । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ । ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *