Dhanteras : ଧନତେରସ ବା ଦୀପାବଳି ଦିନ କିଣନ୍ତୁ ନାହିଁ ଏହି ଜିନିଷ, ହୋଇଯିବେ ଦାଣ୍ଡର ଭିକାରି

ନମସ୍କାର ବନ୍ଧୁଗଣ, ଅନେକ କିଛି ରହିଛି ଦୁନିଆରେ ପାଳନ କରିବା ପାଇଁ ସେଥି ମଧ୍ୟରୁ ଆମେ କିଛି ଜାଣିଶୁଣି ଧ୍ୟାନ ଦେଇ ନଥାଉ । ଏବଂ ଅଉ କିଛି ଅଜାଣରେ କରିଥାଉ ବା କରିନଥାଉ । ତେଣୁ ସମସ୍ତ ବିଷୟରେ ଜାଣିରଖିବା ଉଚିତ ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ ଧନ ତେରସ ଦିନ କେଉଁ ଜିନିଷ ଘରକୁ ଆଣିବା ଶୁଭ ହୋଇନଥାଏ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ସେହି ସବୁ ବିଷୟରେ ସମ୍ପୂର୍ଣ ଭାବରେ ।

ହିନ୍ଦୁ ଧର୍ମରେ ଦୀପାବଳୀ ପର୍ବର ବହୁତ ମାନ୍ୟତା ରହିଛି । କାର୍ତ୍ତିକ ମାସର ଶୁକ୍ଲ ପକ୍ଷ ତ୍ରୟୋଦଶ ତିଥିକୁ ଧନତେରସ ମନାଯାଏ । ଏହିବର୍ଷ ଧନ ତେରସ ଅକ୍ଟୋବର 23 ତାରିଖ ଦିନ ପାଳନ କରାଯିବ ଜାଣନ୍ତୁ କେଉଁ ଜିନିଷ ଏହିଦିନ ଆଣିବା ଉଚିତ ଏବଂ ଅନୁଚିତ ଅଟେ । ପ୍ରଥମ: ଧନ ତେରସ ଦିନ ଲୁହାର କୌଣସି ଜିନିଷ କିଣିବା ଉଚିତ ନୁହେ । ଏହିଦିନ ବାସନ ମଧ୍ୟ କିଣିବାକୁ ଅଶୁଭ ମନାଯାଏ ।

ଦିତୀୟ: ଏହିଦିନ ଘରକୁ ସଫା ସୁତୁରା ରଖନ୍ତୁ । ଗଙ୍ଗା ଜଳ ମଧ୍ୟ ଛିଞ୍ଚନ୍ତୁ । ତୃତୀୟ: ଘରେ ଭାଙ୍ଗି ଯାଇଥିବା ଖଟ, ସୋଫା ବା ଭଙ୍ଗା ପାନିଆ, ଛିଡା ଚପଲ ତଥା ଘରର ସମସ୍ତ ଭଙ୍ଗା ଜିନିଷ ଗୁଡିକୁ ଏହିଦିନ ଫୋପାଡି ଦେବା ଉଚିତ । ଚତୁର୍ଥ: ଏହିଦିନ ଲୁହା ଦାନ କରିବା ଦ୍ଵାରା ଶନି ମହାଦେବ ଶାନ୍ତ ହୋଇଥାନ୍ତି , ତେଣୁ ଏହିଦିନ ଲୁହା ଦାନ କରନ୍ତୁ । କଳା କପଡା ଏହିଦିନ ପରିଧାନ କରନ୍ତୁ ନାହିଁ କିମ୍ବା କିଣନ୍ତୁ ନାହିଁ ।

ପଞ୍ଚମ: ଏହିଦିନ ସୋରିଷ ତେଲ ମଧ୍ୟ କିଣନ୍ତୁ ନାହିଁ । ଷଷ୍ଠ: ଶାସ୍ତ୍ର ଅନୁଯାଇ ଏହିଦିନ ଆପଣ ଝାଡୁ କିଣିପାରିବେ । କିନ୍ତୁ ଦୀପାବଳି ଦିନ ଝାଡୁ କିଣିବା ଉଚିତ ନୁହେ । ଏହିଦିନ ମା ଲକ୍ଷ୍ମୀ ପ୍ରକଟ ହୋଇଥିବାରୁ ଏହିଦିନ ଝାଡୁ କିଣିବା ଉଚିତ ଅଟେ ନାହିଁ । ଧନ ତେରସ ଆପଣ ଝାଡୁ କିଣି ଦୀପାବଳି ଦିନ ପୂଜା କରିପାରିବେ । ସପ୍ତମ: ଧନ ତେରସ ଦିନ ଘରକୁ ଧନିଆ ଆଣିବା ଶୁଭ ହୋଇଥାଏ । ଏହିଦିନ କୌଣସି ମାଟି କୁଣ୍ଡରେ ଧନିଆ ଚାରା ଲଗାନ୍ତୁ ।

ଧନିଆରୁ ବାହାରୁଥିବା ଚାରାରେ ଗୋଟିଏ ଟଙ୍କିକିଆ ମୁଦ୍ରା ନିଶ୍ଚୟ ପକେଇଦିଅନ୍ତୁ । ଏହିଦିନ କେବେ କାହାକୁ ଧନିଆ ଦିଅନ୍ତୁ ନାହିଁ । ନଚେତ ସବୁଦିନ ପାଇଁ ଆପଣଙ୍କ ଧନ ଚାଲିଯିବ । ଅଷ୍ଟମ: ଧନ ତେରସ ଦିନ କେବେ ମଧ୍ୟ ଧାର ଉଧାର ଦିଅନ୍ତୁ ନାହିଁ । ଏହିଦିନକୁ ମା ଲକ୍ଷୀଙ୍କ ଦିନ ରୂପେ ମନାଯାଏ । ତେଣୁ ଧନ ଦେବାର ଅର୍ଥ ହେବ ଆପଣ ନିଜ ଘର ଲକ୍ଷ୍ମୀଙ୍କୁ କାହାକୁ ଦେଇଦେଉଛନ୍ତି ।

ନବମ: ଏହିଦିନ ଚାଉଳ କାହାକୁ ଦିଅନ୍ତୁ ନାହିଁ । ଦଶମ: ଘରକୁ କୌଣସି ଧାରୁଆ ଜିନିଷ କିଣି ଆଣନ୍ତୁ ନାହିଁ । ଏଗାର: ଏହିଦିନ ରସୁଣ ପିଆଜର ଖାଦ୍ୟ ମଧ୍ୟ ତିଆରି କରନ୍ତୁ ନାହିଁ । ମାଛ ମାଂସ ଘରକୁ ଆଣନ୍ତୁ ନାହି । ଘରେ ଝଗଡା ମଧ୍ୟ କରିବା ଉଚିତ ନୁହେ । ବାର: ଏହିଦିନ ଗାଈକୁ ସବୁଜ ଧନିଆ ଚାରା ଖାଇବାକୁ ଦେବା ବହୁତ ଲାଭ ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *