କାଲି ଗୁରୁବାର, ଏହି ଦିନ କଦଳୀ ଗଛରେ ଚଢାନ୍ତୁ ଏହି 1 ଜିନିଷ! ମା ଲକ୍ଷ୍ମୀ ଦୌଡି ଚାଲିଆସିବେ ଆପଣଙ୍କ ଘରକୁ

ନମସ୍କାର ବନ୍ଧୁଗଣ, ଗୁରୁବାରକୁ ବୃହସ୍ପତିଙ୍କ ବାର ବୋଲି ମନାଯାଏ । ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଉପାୟ ଜଣାଇବାକୁ ଯାଉଛୁ ଯାହାକୁ ଆପଣ ଗୁରୁବାର ଦିନ କରିବା ଫଳରେ ଆପଣଙ୍କ ମନର ସମସ୍ତ ଇଚ୍ଛା ପୁରା ହେବ ଆପଣଙ୍କ ଜୀବନରେ ସୁଖ ଶାନ୍ତି ଭରିଯିବ  । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା କଦଳୀ ଗଛରେ ଗୁରୁବାର ଦିନ କେଉଁ ଜିନିଷ ଚଢାଇବା ଦ୍ଵାରା ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇ ଆପଣଙ୍କ ଘରକୁ ଆଗମନ କରିଥାନ୍ତି ।

କଦଳୀ ଗଛର ପୂଜାରେ ବୃହସ୍ପତି ଦେବତା ପ୍ରସନ୍ନ ହୋଇଥାନ୍ତି । ପ୍ରଥମ: ଗୁରୁବାର ଦିନ ଆପଣ କଦଳୀ ଗଛ ମୂଳରେ ଚନ୍ଦନର କିଛି ଡାଳ ପକାଇ ଦିଅନ୍ତୁ । ଚନ୍ଦନ ଗଛର ଛୋଟ ଛୋଟ 9ଟି ଡାଳକୁ ହଳଦିଆ ସୂତାରେ ବାନ୍ଧି କଦଳୀ ଗଛକୁ ଅର୍ପଣ କରନ୍ତୁ । ଆପଣ ଏହାକୁ କଦଳୀ ଗଛରେ ବାନ୍ଧିଦେବା ଉଚିତ । ଏହାଦ୍ବାରା ଆପଣଙ୍କ ଜୀବନରେ ରହିଥିବା ଧନ ଜନିତ ସମସ୍ୟା ଦୂର ହେବ । ବ୍ୟାପାର ବାଣିଜ୍ୟରେ ବୃଦ୍ଧି ହୋଇଥାଏ ।

ଦିତୀୟ: ଗୁରୁବାର ଦିନ ସକାଳୁ ପାଣିରେ ହଳଦୀ ମିଶାଇ କଦଳୀ ଗଛ ମୂଳରେ ଅର୍ପଣ କରନ୍ତୁ । ଅର୍ପଣ କରିବା ସମୟରେ ଓମ ହ୍ରୀଙ୍ଗ ବୃହସ୍ପାତାୟ ନମଃ ମନ୍ତ୍ରଟିକୁ ଜପ କରନ୍ତୁ । ଏହାଦ୍ୱାରା ଆପଣଙ୍କ ଭାଗ୍ୟ ଚମକି ଯାଇଥାଏ । ଆପଣଙ୍କ ଚାକିରି କ୍ଷେତ୍ରରେ ବାଧା ଆସୁଥିଲେ କିମ୍ବା ବ୍ୟବସାୟ ଅଟକି ରହିଥିଲେ ଆପଣ କଦଳୀ ଗଛ ମୂଳରେ ହଳଦୀ ଜଳ ନିଶ୍ଚିନ୍ତ ଅର୍ପଣ କରନ୍ତୁ । ଆପଣ ପ୍ରତ୍ୟକ ଗୁରୁବାର ଦିନ ଏହି କାର୍ଯ୍ୟ କରିବାଦ୍ୱାରା ଆପଣଙ୍କ ଜୀବନରେ ବହୁତ ଶୀଘ୍ର ପରିବର୍ତ୍ତନ ଆସିଥାଏ ।

ତୃତୀୟ: ଗୁରୁବାର ଦିନ ସକାଳୁ ଅଳ୍ପ ଗୁଡ ଏବଂ ବତୁରା ହୋଇଥିବା ଚଣା ଡାଲି କଦଳୀ ଗଛ ମୂଳରେ ଅର୍ପଣ କରନ୍ତୁ । ଗୁଡକୁ ଆପଣ ଅଳ୍ପ ପାଣିରେ ମିଶାଇ ଅର୍ପଣ କରିବେ । ଏହାଦ୍ୱାରା ଆପଣଙ୍କ ଜୀବନରେ ଚାଲିଥିବା ସମସ୍ତ ଚିନ୍ତାର ବିଷୟରେ ସୁଧାର ଆସିବ ଆପଣ ଚିନ୍ତା ମୁକ୍ତ ହେବେ । ଆପଣଙ୍କ ମାନସିକ ଚିନ୍ତା ଦୂର ହେବ । ଆପଣଙ୍କ ଜୀବନରେ ଶାନ୍ତି ଆସିବ । ଆପଣଙ୍କୁ ଆଉ କୌଣସି କାମରେ ଚିନ୍ତା କରିବା ପାଇଁ ପଡିବ ନାହିଁ ।

ଚତୁର୍ଥ: ଯଦି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛନ୍ତି ତେବେ ଗୁରୁବାର ଦିନ ପାଣିରେ ଅଳ୍ପ ଚିନି ମିଶାଇ ଅର୍ପଣ କରନ୍ତୁ । ପାଣି ଅର୍ପଣ କରିବା ସମୟରେ ବୃହସ୍ପତିଙ୍କ ମନ୍ତ୍ର ଜପ କରି ଅର୍ପଣ କରନ୍ତୁ । ଏହାଦ୍ବାରା ଆପଣଙ୍କ କାମ ବିନା ବଧାରେ ସମ୍ପୂର୍ଣ ହୋଇଯାଇଥାଏ । ଆପଣଙ୍କ ଲକ୍ଷ ପୂରଣ ହୋଇଯାଇଥାଏ । ଜୀବନରେ ଆଉ କୌଣସି ବାଧା ବିଘ୍ନ ରହିନଥାଏ ।

ପଞ୍ଚମ: ଯଦି ଆପଣ ନିଜ ଜୀବନରେ ସମସ୍ୟା ସହ ଘେରି ହୋଇ ରହିଛନ୍ତି ଏବଂ ମାଙ୍ଗଳିକ କାର୍ଯ୍ୟ ଯଦି ଅଟକି ରହିଛି ତେବେ ସାତୋଟି ଗୁରୁବାର ଦିନ ଦୁଇଟି ଗୋଟା ହଳଦୀ ଗଣ୍ଠି ରଖନ୍ତୁ । ସାତ ଗୁରୁବାର ପରେ ସମସ୍ତ ହଳଦୀକୁ ଏକାଠି କରି ଜଳରେ ବିସର୍ଜନ କରିଦେବେ । ଏହା ଆପଣଙ୍କର ସମସ୍ତ ମନସ୍କାମନାକୁ ପୁରା କରିଦେବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *