ଘରେ କେଉଁ ଫଟୋ ଲଗାଇଲେ ଧନ ଲାଭ ହୋଇଥାଏ ? Vaastu Tips

ନମସ୍କାର ବନ୍ଧୁଗଣ, ଘରକୁ ସୁନ୍ଦର କରିବା ପାଇଁ ଆମେ ଅନେକ ସୁନ୍ଦର ସୁନ୍ଦର ଫଟୋ ଲଗାଇଥାଉ । ତେବେ କଣ ଆପଣ ଜାଣନ୍ତି ଏହି ଫଟୋ ଲଗାଇବାର ମଧ୍ୟ କିଛି ଉପାୟ ରହିଛି ଯାହାକୁ ଆପଣ କରିବା ଦ୍ଵାରା ଆପଣଙ୍କ ଜୀବନରେ ରହିଥିବା ଧନ ଅଭାବ ଦୂର ହେବାକୁ ଲାଗିଥାଏ । ତୁରନ୍ତ ହିଁ ଏହି ଉପାୟ କାର୍ଯ୍ୟକାରୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଘରେ କେଉଁ ଫଟୋ ଲଗାଇବା ଦ୍ଵାରା ଘରକୁ ଧନ ପ୍ରାପ୍ତି ହୋଇଥାଏ ।

ପ୍ରଥମ: ଆମେ ପ୍ରାକୃତିକ ଦୃଶ୍ୟକୁ ସାଧାରଣତଃ ବହୁତ ଭଲ ପାଇଥାଉ । ଆପଣ ଘରର ପୂର୍ବ ଏବଂ ଦକ୍ଷିଣ ଦିଗରେ ପପ୍ରାକୃତିକ ଦୃଶ୍ୟର ଏକ ଚିତ୍ର ଲଗାଇବା ଉଚିତ । ଏହାଫଳରେ ଆପଣଙ୍କ ଘରକୁ ଧନ ଆସିଥାଏ ଏବଂ ଆପଣଙ୍କ ପାଇଁ ଏହା ମଙ୍ଗଳକାରୀ ସାବ୍ୟସ୍ତ ହୋଇଥାଏ । ଦିତୀୟ: ରୋଷେଇ ଘରର ଉତ୍ତର କିମ୍ବା ପୂର୍ବ କାନ୍ଥରେ ସ୍ଵସ୍ତିକ ଚିହ୍ନ ଅଙ୍କିବା ଶୁଭ ହୋଇଥାଏ । ଏହା ଆପଣଙ୍କ ଘରକୁ ସକରାତ୍ମକ ଊର୍ଜାରେ ଭରିଦେଇଥାଏ ।

ତୃତୀୟ: ଆପଣ ରୋଷେଇ କରୁଥିବା ସମୟରେ କିଛି ଖାଦ୍ୟ ଖାଇବା ଉଚିତ ହୋଇନଥାଏ । ଏହାକୁ ଅଶୁଭ ମନାଯାଇଥାଏ । ଏହା ଆପଣଙ୍କ ଘରେ ଦରିଦ୍ରତାକୁ ବୃଦ୍ଧି କରିଥାଏ । ଚତୁର୍ଥ: ଘରର ଡ୍ରଇଙ୍ଗ ରୁମର ରଙ୍ଗ ହଲକା ନୀଳ ରଙ୍ଗର କରିବା ଦରକାର । ଏହା କରିବା ଫଳରେ ଆପଣଙ୍କ ଘରର ସମସ୍ତ ସଦସ୍ୟଙ୍କ ସ୍ୱାସ୍ଥ୍ୟ ଠିକ ରହିଥାଏ ।

ପଞ୍ଚମ: ଘରେ ରଖିଥିବା  ପୁରୁଣା ଚିରା ଫଟା କପଡାକୁ ଘରୁ ହଟାଇ ଦିଅନ୍ତୁ । ଏହା ବହୁତ ଅମଙ୍ଗଳକାରୀ ହୋଇଥାଏ । ଏବଂ ଆପଣଙ୍କ ଜୀବନରେ ଦୁର୍ଭାଗ୍ୟ ପ୍ରବେଶ କରିଥାଏ । ଷଷ୍ଠ: ଘରେ ଯଦି ଖରାପ ହୋଇଥିବା ତାଲା ରହିଛି ତେବେ ତାହାକୁ ତୁରନ୍ତ ଘରୁ ବାହାର କରିଦେବା ଉଚିତ । ଏହା ଆପଣଙ୍କ ଘର ଉପରେ ଅଶୁଭ ପ୍ରଭାବ ପକାଇଥାଏ । ସପ୍ତମ: ଘର ଭିତରେ ପୁରୁଣା ଖବର କାଗଜ ଏକାଠି କରି ରଖିବା ଅନୁଚିତ । ଏହା ଆପଣଙ୍କ ପରିବାରର ଉନ୍ନତି ହେବାକୁ ଦେଇନଥାଏ । ଅର୍ଥର ଅଭାବ ଉତ୍ପର୍ଣ କରିଥାଏ ।

ଅଷ୍ଟମ: ଆପଣ ଘରର ଅଗ୍ନି କୋଣରେ ଲାଲ ରଙ୍ଗର ବଲଟିଏ ନିଶ୍ଚୟ ଜଳାନ୍ତୁ । ଏହା ଆପଣଙ୍କୁ ଶୁଭଫଳ ଦେଇଥାଏ । ଆପଣଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ । ନବମ: ଘରର ମୁଖ୍ୟ ଦ୍ଵାରା ସାମ୍ନାରେ କେବେ ଖାଲ ରହିବା ଏବଂ ପାଣି ଜମି  କାଦୁଅ ହେବା ଉଚିତ ହୋଇନଥାଏ । ଏହା ଆପଣଙ୍କ ପରିବାର ଲୋକଙ୍କ ମାନସିକ ସନ୍ତୁଳନକୁ ବିଗାଡି ଦେଇଥାଏ ।

ଦଶମ: ଶୋଇବା ଘରେ ଅନାବଶ୍ୟକ ଜିନିଷ ରଖନ୍ତୁ ନାହିଁ । ଏହାଦ୍ୱାରା ଆପଣଙ୍କ ଘରେ ଅଶୁଭ ଶକ୍ତି ବଢିଥାଏ ଏବଂ ଶରୀର ରୋଗଗ୍ରସ୍ତ ହୋଇଥାଏ । ଏଗାର: ଘରର ଉତ୍ତର ପୂର୍ବ ଦିଗରେ ତୁଳସୀ ଗଛ ଲଗାଇବା ଶୁଭ ହୋଇଥାଏ । ସନ୍ଧ୍ୟାରେ ତୁଳସୀ ଗଛ ମୂଳରେ ଘିଅ ଦୀପ ଜଳାଇବା ଜରୁରୀ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *