ଘରର ସୁଖ ଶାନ୍ତିକୁ କିପରି ବୃଦ୍ଧି କରିବେ, ସୁଖ ଶାନ୍ତି ବଢାଇବାର ମନ୍ତ୍ର- Ajira Anuchinta

ନମସ୍କାର ବନ୍ଧୁଗଣ, ଘର ହେଉଛି ମନ୍ଦିର ସଦୃଶ ଯଦି ଆମେ ଘରେ ମନ୍ଦିର ଭଳି ସୁଖ ଶାନ୍ତି ନ ପାଇବା ତେବେ କଣ ଲାଭ ଜୀବନର । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ ଘରେ ସବୁବେଳ ପାଇଁ ସୁଖ ଶାନ୍ତିରେ ରହିବା ପାଇଁ ଆପଣ କେଉଁ କାର୍ଯ୍ୟ କରିବା ଉଚିତ ଯାହା ଆପଣଙ୍କ ଘରକୁ ହସ ଖୁସିରେ ଭରିଦେବ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା କିଛି ଅନୁଚିନ୍ତା ସମ୍ପର୍କରେ ଯାହା ଆପଣଙ୍କ ଘରର ସୁଖ ଶାନ୍ତିକୁ ବୃଦ୍ଧି କରିବ ।

ପ୍ରଥମ: ନିଜ ମନକୁ ସର୍ବ ପ୍ରଥମେ ନିର୍ମଳ ଓ ପବିତ୍ର ରଖିବା ଉଚିତ । ତେଣୁ ଆପଣ ପ୍ରତିଦିନ ସକାଳୁ ଉଠି ଘରେ ଭଜନ କିଛି ସମୟ ବଜାନ୍ତୁ । ଏହା ଆପଣଙ୍କ ମନରେ ଭକ୍ତି ଭାବନା ଆଣିବା ସହ ଆପଣଙ୍କ ଘରକୁ ସୁଖ ଶାନ୍ତିରେ ଭରିଦେଇଥାଏ । ଦିତୀୟ: ବାସ୍ତୁ ଶାସ୍ତ୍ର ଅନୁଯାୟୀ ଆପଣ ଶୋଉଥିବା ଘରେ କେବେ ଆଇନା ରଖିବା ଉଚିତ ହୋଇନଥାଏ । ଯଦି ଆପଣ ଘର ଅଭାବ ପାଇଁ ରଖୁଛନ୍ତି ତେବେ ଆଇନା ଉପରେ କପଡା ଘୋଡାଇ ରଖନ୍ତୁ ।

ତୃତୀୟ: ଧ୍ୟାନରେ ରଖିବେ ଘରର ଶୋଇବା ଖଟ ଉପରେ କେବେ ମଧ୍ୟ ବସିକି ଖାଇବା ଉଚିତ ହୋଇନଥାଏ । ଏହା ଆପଣଙ୍କ ସ୍ଵପ୍ନରେ ଅନେକ କିଛି ଆଣିଥାଏ । ଏବଂ ଆପଣଙ୍କ ଘରେ ଅଭାବ ଅନାଟନ ଲାଗିରହେ । ଚତୁର୍ଥ: ଘରର ସୁଖ ସମୃଦ୍ଧି ବୃଦ୍ଧି କରିବା ପାଇଁ ଚାହୁଁଥିଲେ ଠାକୁର ପୂଜା ବ୍ରହ୍ମ ମୁହୁର୍ତ୍ତରେ କରନ୍ତୁ କିମ୍ବା ସକାଳ ୬ ଟାରୁ ୮ ଟା ଭିତରେ କରନ୍ତୁ । ପୂଜା କରିବା ସମୟରେ ଆପଣ ପୂର୍ବ କିମ୍ବା ଉତ୍ତର ଦିଗକୁ ମୁହଁ କରି ପୂଜା କରନ୍ତୁ ।

ପଞ୍ଚମ: ଆପଣ କରୁଥିବା ପ୍ରଥମ ରୁଟି ଉପରେ ସର୍ବଦା ଗାଈର ହକ ଥାଏ । ତେଣୁ ପ୍ରଥମ ରୁଟିକୁ ଆପଣ ଗାଈକୁ ଖାଇବାକୁ ଦିଅନ୍ତୁ । ଏହା ଆପଣଙ୍କ ଘରକୁ ସୁଖ ସମୃଦ୍ଧି ଆଣିଥାଏ । ଷଷ୍ଠ: ପୂଜା ଘରେ କିମ୍ବା ଠାକୁରଙ୍କ ପାଖରେ ସବୁବେଳେ ଗୋଟିଏ କଳସରେ ପାଣି ଭର୍ତ୍ତି କରି ରଖନ୍ତୁ । ସପ୍ତମ: ଘରକୁ ସୁଖ ଶାନ୍ତିର ଆଗମନ କରିବା ପାଇଁ ଚାହୁଁଥିଲେ ଘରର ମୁଖ୍ୟ ଦ୍ଵାରର ଡାହାଣ ପାଖରେ ସ୍ଵସ୍ତିକ ଚିହ୍ନଟିଏ ନିଶ୍ଚୟ କରନ୍ତୁ ।

ଅଷ୍ଟମ: ଘରକୁ ରଙ୍ଗ ଦେବା ସମୟରେ ଧ୍ୟାନ ରଖିବେ ଘରର ଦକ୍ଷିଣପୂର୍ବ କୋଣକୁ କମଳା ରଙ୍ଗ କିମ୍ବା ଗୋଲାପି ରଙ୍ଗ କରିବା ଉଚିତ । ଯଦି ଆପଣ ଏହା କରନ୍ତି ତେବେ ଆପଣଙ୍କ ଅଯଥା ଖର୍ଚ ବନ୍ଦ ହୋଇଯାଏ । ନବମ: ଘରକୁ ସବୁବେଳେ ସଫା ସୁତୁରା ରଖିବା ପାଇଁ ଚେଷ୍ଟା କରନ୍ତୁ । ଘରେ ଗୋଟିଏ ବୁଢିଆଣୀ ବସା ହେବାକୁ ମଧ୍ୟ ଦିଅନ୍ତୁ ନାହିଁ । କାରଣ ଏହା ଆପଣଙ୍କ ଘରେ ଅଶାନ୍ତି ବୃଦ୍ଧି କରିଥାଏ ।

ଦଶମ: ଦକ୍ଷିଣ ଦିଗକୁ କେବେ ଗୋଡ କରି ଶୁଅନ୍ତୁ ନାହିଁ । ଏହାଦ୍ବାରା ଆପଣଙ୍କୁ ଖରାପ ସ୍ଵପ୍ନ ଆସିଥାଏ । ଏଗାର: ଘରେ ଜଳୁଥିବା ଧୂପ, ଦୀପ ଆରତୀକୁ ମୁହଁରେ ଫୁଙ୍କି ଲିଭାଇବା ଉଚିତ ହୋଇନଥାଏ । କାରଣ ଏହା ଅଶୁଭ ଲକ୍ଷଣ ପକାଇଥାଏ ଆପଣଙ୍କ ଉପରେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *