ହଳଦୀ ଆପଣଙ୍କୁ କରିଦେବ ଧନୀ! ଘରକୁ ଆଣିଥାଏ ସୁଖ ଓ ସମୃଦ୍ଧି- Vastu Tips

ହଳଦି ପ୍ରେତକ ଦିନ ସମସ୍ତଙ୍କ ଘରେ ବ୍ୟବହାର କରା ଯାଇଥାଏ । ହଳଦୀକୁ ରୋଷେଇ କରିବା ସମୟରେ ପ୍ରୟୋଗ କରାଯାଏ । କିନ୍ତୁ ଏହି ହଳଦୀରେ ଆହୁରି ଅନେକ ଚମତ୍କାରୀ ଗୁଣ ରହିଥାଏ ବୋଲି ଜ୍ଯୋତିଷ ଶାସ୍ତ୍ରରେ କୁହା ଯାଉଛି । ହଳଦୀକୁ ପୂଜା ପାଠ ଓ ମାଙ୍ଗଳିକ କାର୍ଯ୍ୟରେ ପ୍ରୟୋଗ କରାଯାଏ । ହଳଦୀକୁ ଖାଇବା ସହ ଶରୀରରେ ଲଗାଇବା ଦ୍ଵାରା ଜୀବାଣୁ ନଷ୍ଟ ହେବ ସହ ଶରୀରରେ ସାକାରାତ୍ମକ ଊର୍ଜା ସୃଷ୍ଟି ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ହଳଦୀର କିଛି ଉପକାରିତା ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଜୀବନରେ ସୁଖ ସମୃଦ୍ଧି ସହ ଧନର ଆଗମନ ହୋଇଥାଏ ।

ପ୍ରତି ଦିନ ପାଣିରେ ହଳଦୀ ପକାଇ ସ୍ନାନ କରିଲେ ବହୁତ ଜଲ୍ଦି ବିବାହ ଯୋଗ ହେବାର ସମ୍ଭାବନା ରହିଥାଏ । କିଛି କ୍ଷେତ୍ର ରେ ଦାଂପତ୍ଯ ଜୀବନରେ କଳହ ଲାଗି ରହିଥାଏ ବା ବିବାଦ ସୃଷ୍ଟି ହୋଇଥାଏ । ଏମିତିକି ପରିବାର ଲୋକଙ୍କ ମଧ୍ୟରେ ମନାନ୍ତର ସୃଷ୍ଟି ହୋଇଥାଏ । ଏହି କ୍ଷେତ୍ର ରେ ତମ୍ବା ଢାଳରେ ପାଣିରେ ହଳଦୀ ମିଶାଇ ସୂର୍ଯ୍ୟ ଦେବତାଙ୍କୁ ଅର୍ପଣ କରିଲେ ଏହି ସମସ୍ୟା ଦୂର ହୋଇଥାଏ ।

ଯେଉଁ ମାନଙ୍କର ବିବାହରେ ବିଳମ୍ବ ହେଉଥାଏ ଏହି ଉପାୟ କରିଲେ ବହୁତ ଜଲ୍ଦି ବିବାହ ହୋଇଇଥାଏ । ଯଦି ଆପଣଙ୍କ ପିଲା ଅଧିକ ଦୁଷ୍ଟ ହେଉଛନ୍ତି ବା ପାଠ ପଢୁ ନାହାନ୍ତି ତେବେ ତାଙ୍କ ମୁଣ୍ଡରେ ପ୍ରତି ଦିନ ହଳଦୀ ଟୀକା ଲଗାଇଲେ ଏହା ଦୂର ହୋଇଥାଏ । ପିଲା ମାନେ ଏପରି ଉପାୟ କରିବା ଦ୍ଵାରା ପାଠ ପଢାରେ ଆଗରେ ରହିଥାନ୍ତି ଓ ମନ ଶାନ୍ତ ହୋଇଥାଏ ।

ଯେଉଁ ମାନଙ୍କର ବୃହସ୍ପତି ଗ୍ରହ ଦୁର୍ବଳ ଥାଏ ବା ବୃହସ୍ପତି ଖରାପ ଚାଲୁଥାଏ ସେହି କ୍ଷେତ୍ର ରେ ୭ଟି ଗୋଟା ହଳଦୀକୁ ହଳଦିଆ କପଡାରେ ବାନ୍ଧି ଶୋଇବା ଘରେ ଟଙ୍ଗାଇ ଦିଅନ୍ତୁ । ଏପରି କରିବା ଦ୍ଵା ବୃହସ୍ପତି ଗ୍ରହ ଶାନ୍ତ ହୋଇଥାଏ । ଯଦି ଶନିଦେବଙ୍କ କୋପ ଦ୍ରୁଷ୍ଟି ରହିଥାଏ ବା ଶନି ଦଶା ଚାଲୁଅଛି ତେବେ ଭଗବାନ ଶନିଦେବଙ୍କ ନିକଟରେ ଦୀପ ଜାଳିବା ସମୟରେ ଅଳ୍ପ ହଳଦୀ ପକାଇବା ଦ୍ଵାରା ଏହାର ନିବାରଣ ହୋଇଥାଏ ।

ଯଦି ଆପଣ କୌଣସି ନୂଆ ଘରେ ଗୃହ ପ୍ରବେଶ କରୁଛନ୍ତି ତେବେ ପାଣିରେ ହଳଦୀ ପକାଇ ଉଭୟ ଦମାପ୍ତି ହଳଦୀ ପାଣିରେ ନିଜ ହାତର ଚାପ ଘରର ମୁଖ୍ୟ ଦ୍ଵାରରେ ଲଗାଇ ଦିଅନ୍ତୁ । ଏପରି କରିବା ଦ୍ଵାରା ସେହି ଘରେ ଅଭାବ ଅନଟନ ଦେଖାଯିବ ନାହି । ଏହା ସହ ଘରେ କୌଣସି ବାସ୍ତୁ ଦୋଷ ରହେ ନାହି ।

ଯଦି ଆପଣ କୌଣସି ପୁରୁଣା ଘରେ ରହୁଛନ୍ତି ଓ ଏହାର ବାସ୍ତୁ ଦୋଷ ଦୂର କରିବାକୁ ଚାହୁଁଛନ୍ତି ତେବେ ହଳଦୀରେ ଘରର ମୁଖ୍ୟ ଦ୍ଵାରରେ ସ୍ଵସ୍ତିକ ଚିହ୍ନ କରିଲେ ଘରେ କୌଣସି ଖରାପ ଶକ୍ତିର ପ୍ରବେଶ ହୋଇପାରେ ନାହି । ଏହା ସହ ଧନ ବୈଭବର ବୃଦ୍ଧି ହୋଇଥାଏ । ଚାକିରି ବା ବେପାରରେ ବାଧା ସୃଷ୍ଟି ହେଉଥିବେ ଭଗବାନ ଗଣେଶଙ୍କୁ ହଳଦୀ ଅର୍ପଣ କରିଲେ ଏହା ଦୂର ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *