ସପ୍ତାହକୁ ଥର ଟିଏ ସମୁଦ୍ର ଲୁଣ ପକାଇ ଘର ପୋଛିବା ଦ୍ୱାରା ଘରର ଅଶୁଭତ୍ୱ ଦୂର ହୋଇଥାଏ ଓ କଳହ ଆଦି ଦୂର ହୋଇ ଥାଏ । ଘରେ ଶାନ୍ତିର ପ୍ରତିଷ୍ଠା ହୋଇଥାଏ । ଘରର ପାଇଁ ମୟୁରପଙ୍ଖା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାକୁ ଘରର ଦକ୍ଷିଣ ପୂର୍ବ ଦିଗରେ ରଖିବା ଦ୍ୱାରା ଘରର ଅଭାବ ଅନଟନ ଦୂର ହୋଇଥାଏ । ଘରର ଉତ୍ତର ପଶ୍ଚିମ ଦିଗରେ ମୟୁରପଙ୍ଖା ରଖିବା ଦ୍ୱାରା ଘରେ ବିଷାକ୍ତ ଜନ୍ତୁ ପ୍ରବେଶ କରିପାରନ୍ତି ନାହିଁ । ଏହାକୁ ପର୍ସ ରେ ରଖିବା ଦ୍ୱାରା ରାହୋ ଦୋଷ କମ ହୋଇ ଥାଏ ।
ପ୍ରତେକ ଦିନ ପଶୁ ପକ୍ଷୀଙ୍କୁ ଖାଦ୍ୟ ଖୁଆଇବା ଉଚିତ । କ୍ରମାଗତ ଭାବେ ୪୩ ଦିନ ପର୍ଯ୍ୟନ୍ତ ପଶୁ ପକ୍ଷୀଙ୍କୁ ଖାଦ୍ୟ ଦେବା ଦ୍ୱାରା ଭାଗ୍ୟରେ ଉଦ୍ଭୂତ ପରିଵର୍ତନ ଦେଖା ଦେଇ ଥାଏ। ଘରର ଖାଦ୍ୟ କରି ସାରିବା ପରେ ପ୍ରଥମେ ଈଶ୍ୱରଙ୍କୁ ଭୋଗ ଲଗାଇବା ଉଚିତବ । ଖାଦ୍ୟ କୁ ସର୍ବଦା ରୋଷେଇ ଘରର ଦକ୍ଷିଣ ଦିଗରେ ରଖିବା ଅତ୍ୟନ୍ତ ମଙ୍ଗଳକାରୀ ଅଟେ ।
ଘରକୁ କୁକୁର ଆସିବା ଦ୍ୱାରା ତାକୁ ବାଡେଇବା ଉଚିତ ନୁହେଁ । ବରଂ ତାକୁ ରୁଟି ଖାଇବା କୁ ଦେବା ଦ୍ୱାରା ଶନି , ରାହୁ , କେତୁ ଗ୍ରହରର ପ୍ରଭାବ ପଡି ନଥାଏ । ରୋଷେଇ ଘରେ ମା ଲଷ୍ମୀଙ୍କ ଫଟୋ ଲଗାଇବା ଅତ୍ୟନ୍ତ ମଙ୍ଗଳକାରୀ ଅଟେ ।
ଘରେ ମା ଲଷ୍ମୀଙ୍କ ପୂଜା କରିବା ଦ୍ୱାରା ଅନ୍ନ ଓ ଅର୍ଥ ର ଅଭାବ ହୋଇ ନ ଥାଏ । ଗୋପୀ ଚନ୍ଦନର ନଅ ଟି କାଠକି କଦଳୀ ଗଛରେ ହଳଦିଆ ସୂତା ରେ ବାନ୍ଧିବା ଦ୍ୱାରା ଆପଣଙ୍କ ଘରକୁ ଧନ ସମ୍ପତ୍ତି ଆଗମନ ହୋଇଥାଏ । ଗୋଟିଏ ପାତ୍ର ରେ ଦେଢ଼ କିଲୋ ମୁଗ ଓ ଗୋଟିଏ ପାତ୍ର ରେ ଦେଢ଼ କିଲୋ ଲୁଣ ଭରି କରି
ଘରର ଗୋଟିଏ କୋଣରେ ରଖିବା ଦ୍ୱାରା ଧନ ସମ୍ପତି ବୃଦ୍ଧି ହୋଇ ଥାଏ । କୌଣସି ମନ୍ଦିରରେ ମାତା ଲଷ୍ମୀଙ୍କ ଆଗରେ ୯ଟି ଘିଅ ଦୀପ ଜାଳିବା ଦ୍ୱାରା ଆପଣଙ୍କ ର ଅତ୍ୟନ୍ତ ଶୁଭ ହୋଇ ଥାଏ । ଧନର ଆଗମନ ମଧ୍ୟ ହୋଇ ଥାଏ ।
ଯଦି ଘରର ଟ୍ୟାପ ରୁ ବା ପାଇପ ରୁ ପାଣି ଲିକ କରୁଥାଏ ତେବେ ଏହା ଆପଣଙ୍କ ପାଇଁ ଅଶୁଭ ହୋଇ ଥାଏ । ଅଯଥା ଧନ ହାନି ଓ ଖର୍ଚ୍ଚ ହୋଇଥାଏ। ବେଡ଼ରୁମ ସମ୍ନାରେ କାନ୍ଥରେ ବାମ ପଟରେ କୌଣସି ଧାତୁରେ ତିଆରି ଜିନିଷ ରଖିବା ଦ୍ୱାରା ଘରେ ଧନ ବୃଦ୍ଧି ହୋଇ ଥାଏ ।
କିନ୍ନର ମାନଙ୍କୁ କିଛି ପଇସା ଦେଇ ତାଙ୍କ ଠାରୁ ଟଙ୍କା ଟିଏ ରଖିବା ଦ୍ୱାରା ଧୀରେ ଧୀରେ ଆପଣଙ୍କ ପାଖରେ ଧନ ବୃଦ୍ଧି ହୋଇଥାଏ। ପ୍ରତେକ ଶୁକ୍ରବାର ଦିନ ଶଙ୍ଖ ରେ କେଶର ମିଶ୍ରିତ କ୍ଷୀରରେ ଲଷ୍ମୀ ନାରାୟଣଙ୍କୁ ଅଭିଷେକ କରାଇବା ଦ୍ୱାରା ଅର୍ଥ ସମସ୍ୟା ଦୂର ହୋଇଥାଏ।