ଯଦି ଘରେ ଉନ୍ନତି ଚାହୁଁଛନ୍ତି ତେବେ ହଳଦିର ଏହି ଉପାୟକୁ ଘରେ ଗୁରୁବାର ଦିନ ନିଶ୍ଚୟ କରନ୍ତୁ

ନମସ୍କାର ବନ୍ଧୁଗଣ, ଆପଣ ନିଜ ଜୀବନରେ ଲାଗି ରହିଥିବା ସମସ୍ୟା ପାଇଁ ବହୁତ ଚିନ୍ତାରେ ଥିବେ । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ସେହି ସମସ୍ୟାରୁ ମୁକୁଳିବାର ରାସ୍ତା ଜଣାଇବା ପାଇଁ ଯାଉଛୁ । ଯାହା ସ୍ଵୟଂ ମାତା ଲକ୍ଷ୍ମୀଙ୍କ ଅନ୍ତର୍ନିହିତ କଥା ଅଟେ । ତେବେ ଗୁରୁବାର ଆପଣ ହଳଦିର କିଛି ଉପାୟ କରନ୍ତୁ ଯାହା ମାତା ଲକ୍ଷ୍ମୀ ଏବଂ ବୃହସ୍ପତିଙ୍କୁ ସନ୍ତୁଷ୍ଟ କରାଇଥାଏ । ଯାହାର ଫଳ ଆପଣଙ୍କ ଜୀବନକୁ ସୁଧାରୀ ଦେବ ।

ଗୁରୁବାର ଦିନଟିକୁ ମାତା ଲକ୍ଷ୍ମୀଙ୍କ ଏବଂ ବୃହସ୍ପତିଙ୍କ ବାର ଭାବରେ ମନାଯାଇଥାଏ । ତେଣୁ ଆପଣ ଗୁରୁବାର ଦିନ ବୃହସ୍ପତିଙ୍କୁ ପ୍ରସନ୍ନ କରିବା ପାଇଁ ସର୍ବ ପ୍ରଥମେ ଆପଣଙ୍କ ଘରର ମୁଖ୍ୟ ଦ୍ଵାର ସାମ୍ନାରେ ଗଙ୍ଗା ଜଳ ଛିଞ୍ଚନ୍ତୁ । ଧ୍ୟାନ ରଖିବେ ଗୁରୁବାର ଦିନ କେବେ ଘର ପୋଛିବେ ନାହିଁ । ଏବେ ଆସନ୍ତୁ ଜାଣିବା ହଳଦୀ ଉପାୟ ସମ୍ପର୍କରେ ।

ପ୍ରଥମ: ଆପଣ ପ୍ରତ୍ୟକ ଗୁରୁବାର ଦିନ ଆପଣଙ୍କ ଘର ସାମ୍ନାରେ ହଲଦିରେ ସ୍ଵସ୍ତିକ ଚିହ୍ନ ନିହାତି ତିଆରି କରନ୍ତୁ । ଆପଣ ଓମ ଚିହ୍ନ ମଧ୍ୟ ତିଆରି କରିପାରିବେ । ଏହି ଶୁଭ ଚିହ୍ନ ଆପଣଙ୍କ ଘରକୁ କୌଣସି ନକରାତ୍ମକ ଶକ୍ତିକୁ ପ୍ରବେଶ କରିବା ପାଇଁ ଦିଏ ନାହିଁ । ଏହାଦ୍ଵାରା ଆପଣ ଏକ ସୁସ୍ଥ ଜୀବନ ଅତିବାହିତ କରିବା ସହ ଧନ ଅଭାବର ସାମ୍ନା ମଧ୍ୟ କେବେ କରିବେ ନାହିଁ ।

ଦିତୀୟ: ଝିଅର ବିବାହରେ ବାରମ୍ବାର ବାଧା ଉପୁଜି ଥିଲେ ଆପଣ ତାଙ୍କ ଗାଧୋଇବା ପାଣିରେ ଅଳ୍ପ ଟିକେ ହଳଦୀ ମିଶାଇ ଗାଧୋଇବାର ଅଭ୍ୟାସ କରାନ୍ତୁ । ଏହାକୁ ନିୟମିତ ଭାବରେ କରିବା ଦ୍ଵାରା ବିବାହର ଯୋଗ ଖୋଲିଥାଏ । ତୃତୀୟ: ଆପଣ କିଛି ହଳଦୀ ଗୁଣ୍ଡକୁ ଗୋଟିଏ ଡବାରେ ଭର୍ତ୍ତି କରି ଆପଣଙ୍କ ପୂଜା ଘରେ ରଖନ୍ତୁ । ଆପଣ ନିଜ ଆଙ୍ଗୁଠିରେ ହଲଦିକୁ ନେଇ ଭଗବାନ ଶ୍ରୀହରି ବିଷ୍ଣୁଙ୍କୁ ତିଲକ ଲଗାନ୍ତୁ । ଏବଂ ବାକି ଆପଣଙ୍କ ଆଙ୍ଗୁଠିରେ ଲାଗିଥିବା ହଳଦୀକୁ ନେଇ ନିଜର ତିଲକ କରନ୍ତୁ ।

ଚତୁର୍ଥ: କିଛି ହଳଦୀ ନେଇ ଆପଣ ଘରର କୋଣରେ ରଖନ୍ତୁ ।  ଅଳ୍ପ ହଳଦୀ ନେଇ ଆପଣ ନିଜ ଡ୍ରେସରେ ଲଗାନ୍ତୁ କିମ୍ବା ଆପଣଙ୍କ ପକେଟରେ ରଖନ୍ତୁ । ଏହା ଆପଣଙ୍କ ପାଇଁ ଶୁଭ ପରିଣାମ ଆଣିଥାଏ । ପଞ୍ଚମ: ନିଜ ମନ ସ୍କାମନା ପୁରା କରିବା ପାଇଁ ଚାହୁଁଥିଲେ ଆପଣ ଗୋଟିଏ ଲାଲ କପଡାରେ ହଳଦୀ ଗଣ୍ଠିକୁ ବାନ୍ଧି ଦିଅନ୍ତୁ । ଏହାକୁ ନେଇ ଧନ ରଖୁଥିବା ଜାଗାରେ ରଖିଦିଅନ୍ତୁ । ଏହାଦ୍ଵାରା ଆପଣଙ୍କ ଜୀବନରେ ଧନର ଅଭାବ କେବେ ହେବ ନାହିଁ ।

ଷଷ୍ଠ: କାଗଜରେ କିଛି ହଳଦୀର ପୁଡିଆ କରି ଆପଣ ଭଗବାନ ବିଷ୍ଣୁଙ୍କ ଫଟୋ ପଛ ପଟରେ ରଖି ଦିଅନ୍ତୁ । ଆପଣଙ୍କ ମନର ଇଚ୍ଛା ପୁରା ହେବା ପରେ ଆପଣ ସେହି ହଳଦୀ ପୁଡିଆକୁ ନେଇ ତୁଲସୀ ଚଉରା ମାଟିରେ ପୋତି ଦିଅନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *