ଜାଣନ୍ତୁ ସଫଳ ବିବାହ ପାଇଁ କୁଣ୍ଡଳୀର କେତୋଟି ଗୁଣ ମିଶିବା ଜରୁରୀ ?

ନମସ୍କାର ବନ୍ଧୁଗଣ, ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ ଝିଅ ଓ ପୁଅଙ୍କ ରାଶି କୁଣ୍ଡଳୀ ଇତ୍ୟାଦି ମିଶାଯାଇଥାଏ । କୁଣ୍ଡଳୀରେ ପୁଅ ଝିଅଙ୍କ ଗୁଣ ମିଶିବା  ଅନୁଯାୟୀ ବିବାହ ଠିକ କରାଯାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ କୁଣ୍ଡଳୀର କେତୋଟି ଗୁଣ ମିଶିଲେ ବିବାହ ସଫଳ ହୋଇଥାଏ ବା ବିବାହ ପରେ  ସ୍ଵାମୀ ସ୍ତ୍ରୀ ଖୁସିରେ ରହିଥାନ୍ତି । ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ସମ୍ପର୍କରେ ସମ୍ପୂର୍ଣ ଭାବରେ ।

ଗୋଟିଏ ସଫଳ ଜୀବନ କାଟିବା ପାଇଁ ସ୍ଵାମୀ ସ୍ତ୍ରୀଙ୍କ ଗୁଣ ପ୍ରଥମେ ମିଶିବା ଦରକାର । ଏହିସବୁ ଗୁଣ ସେମାନଙ୍କ କୁଣ୍ଡଳୀ ଦ୍ଵାରା ମିଶା ଯାଇଥାଏ । ଜନ୍ମ ସମୟରେ ମଣିଷର ଗ୍ରହ ନକ୍ଷତ୍ର ଅବସ୍ଥିତି ଅନୁଯାୟୀ କୁଣ୍ଡଳୀ ପ୍ରସ୍ତୁତ କରାଯାଏ । ବିବାହ ପାଇଁ 8ଟି କଥାର କୁଣ୍ଡଳୀ ମିଲାଯାଇଥାଏ । ଗଣ,ଗ୍ରହମୈତ୍ରୀ, ନାଡି, ବୈଶ୍ୟ, ବର୍ଣ, ୟୋନି, ତାରା, ଏବଂ ଭକୁଟ କୁଣ୍ଡଳୀରେ ଏହିସବୁକୁ ମିଶାଇ 36ଟି ଗୁଣ ରହିଛି ।

ଏହିସବୁ ଗୁଣ ମଧ୍ୟରୁ ଯେତେ ବେଶି ଗୁଣ ପୁଅ ଝିଅଙ୍କର ସମାନ ହୋଇଥାଏ ସେତେ ବେଶି ସେମାନଙ୍କ ବୈବାହିକ ଜୀବନ ସଫଳ ହୋଇଥାଏ । କୁହାଯାଏ କି ଏହି ସମସ୍ତ ଗୁଣ ମଧ୍ୟରୁ ଯଦି 18ରୁ କମ ଗୁଣ ମିଶିଥାଏ ତେବେ ତାହା ବିବାହ ଯୋଗ୍ୟ ହୋଇନଥାଏ । ଏମିତି ବିବାହ ସର୍ବଦା ଅସଫଳ ରହିଥାଏ । ଯେଉଁ ମାନଙ୍କ କୁଣ୍ଡଳୀର ଗୁଣ 18 ରୁ 25 ଗୁଣ ମିଶିଥାଏ ତାହା ବିବାହ ପାଇଁ ବହୁତ ବହୁତ ଭଲ ହୋଇଥାଏ ।

18 ରୁ 25 ଗୁଣ ମିଶୁଥିଲେ ବିବାହ ହୋଇପାରିବ । ଯେଉଁ ଲୋକଙ୍କ 25 ରୁ 32 ଭିତରେ ଗୁଣ ମିଶିଥାଏ ତାହା ଏକ ଭଲ ମିଳନ ହୋଇଥାଏ । ଏମାନଙ୍କ ବିବାହ ମଧ୍ୟ ସଫଳ ହୋଇଥାଏ । ଯେଉଁ ପୁଅ ଝିଅଙ୍କ କୁଣ୍ଡଳୀ 32 ରୁ 36 ଭିତରେ ଗୁଣ ମିଶିଥାଏ ତାହାକୁ ଏକ ଭଲ ମିଳନ କୁହାଯାଏ । ଏହି ବିବାହ ବହୁତ ଆଗକୁ ଯାଇଥାଏ । ସ୍ଵାମୀ ସ୍ତ୍ରୀ ଖୁସିରେ ନିଜ ଜୀବନ ବିତାଇଥାନ୍ତି ।

ବହୁତ ହିଁ କମ ଲୋକଙ୍କ ଗୁଣ 32 ରୁ 36 ଭିତରେ ମିଶିଥାଏ । ମାଙ୍ଗଳିକ ମିଳନ: ଜେଣ ପୁଅ ଝିଅଙ୍କ କୁଣ୍ଡଳୀରେ ଜନ୍ମରୁ ମାଙ୍ଗଳିକ ଯୋଗଥାଏ । ତାହାକୁ ମାଙ୍ଗଳିକ ଦୋଷ କୁହାଯାଏ । କୁଣ୍ଡଳୀ ମିଶାଇବା ସମୟରେ ଏହି କଥା ସବୁଠାରୁ ଜରୁରୀ ହୋଇଥାଏ । ଜାଦୁ ପୁଅ କିମ୍ବା ଝିଅ କାହାର ବି ମାଙ୍ଗଳିକ ଦୋଷ ରହିଥାଏ ତେବେ ତାହାକୁ ଧ୍ୟାନର ସହ ଜୋତିଶଙ୍କ ସାହାର୍ଯ୍ୟରେ ମିଶାଯାଇଥାଏ ।

ଯଦି ପୁଅ ଝିଅ ମଧ୍ୟରୁ କାହାର ବି ଜଣଙ୍କର ମାଙ୍ଗଳିକ ଦୋଷ ରହିଥାଏ ତେବେ ଏହାକୁ ବିବାହ ଯୋଗ୍ୟ ମନାଯାଇନଥାଏ । ତେଣୁ କୁହାଯାଏ ମାଙ୍ଗଳିକ ଦୋଷ ଥିବା ବ୍ୟକ୍ତିଙ୍କ ବିବାହ ତାଙ୍କ ଭଳି ମାଙ୍ଗଳିକ ଦୋଷ ଥିବା ପୁଅ କି ଝିଅ ସହ ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *