ବାଛନ୍ତୁ ଗୋଟେ ଝାଡୁ ଏବଂ ଜାଣନ୍ତୁ ମା ଲକ୍ଷ୍ମୀ ଆପଣଙ୍କ ଘରକୁ କେଉଁ ରୂପରେ ଆସିବେ- Tarot Card Reading

ନମସ୍କାର ବନ୍ଧୁଗଣ, ଦୁନିଆର ଲୋକ ଭଗବାନଙ୍କୁ ଚିହ୍ନିବା ତାଙ୍କର ଘରକୁ ଆଗମନ ହେବା ଏସବୁ ବିଷୟରେ ଜ୍ଞାନ୍ତ ନଥାନ୍ତି ବା ଜାଣିପାରନ୍ତି ନାହିଁ । କାରଣ ଭଗବାନଙ୍କ ରୂପକୁ ଚିହ୍ନିବା ସହଜ ହୋଇନଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ ଏକ ଉପାୟ ଯାହାଦ୍ଵାରା ଆପଣ ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ କେଉଁ ରୂପରେ ଆଗମନ କରିଛନ୍ତି ତାହା ବିଷୟରେ ଆପଣ ସୂଚନା ପାଇବେ । ତେଣୁ ଆଉ ଡେରି ନକରି ଝାଡୁ ବାଛି ଆସନ୍ତୁ ଜାଣିବା ଏହାର ବିଷୟରେ ।

ଉପରେ ଦେଖୁଥିବା ଦୁଇଟି ଝାଡୁ ମଧ୍ୟରୁ ଯେଉଁଟି ଆପଣଙ୍କୁ ଆକର୍ଷିତ କରୁଅଛି ସେହି ଝାଡୁଟିକୁ ଚୟନ କରନ୍ତୁ । ପ୍ରଥମ ଝାଡୁ: ଏହି ଝାଡୁକୁ ଚୟନ କରିଥିବା ବ୍ୟକ୍ତି ଜାଣି ରଖନ୍ତୁ କି ବହୁତ ଶୀଘ୍ର ଆପଣଙ୍କ ଘରେ କୌଣସି ମାଙ୍ଗଳିକ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । କୌଣସି ଶୁଭ କାର୍ଯ୍ୟ ଆପଣଙ୍କ ଘରେ ହେବାକୁ ଯାଉଛି ଯାହା ସାହାର୍ଯ୍ୟରେ ମାତା ଲକ୍ଷ୍ମୀଙ୍କ ଆପଣଙ୍କ ଘରକୁ ଆଗମନ କରିବେ ।

ଆପଣ ମାନେ ତ ଜାଣନ୍ତି ଛୋଟ କନ୍ୟା ମାନ ଲକ୍ଷ୍ମୀଙ୍କ ସଦୃଶ ହୋଇଥାନ୍ତି । ତେଣୁ ମା ତାଙ୍କ ରୂପ ଧାରଣ କରି ଆପଣଙ୍କ ଘରକୁ ଆସିପାରନ୍ତି । ଘରର ବୋହୁ ଏବଂ ଝିଅର ଆଗମନରେ ମଧ୍ୟ ମା ଲକ୍ଷ୍ମୀ ଆପଣଙ୍କ ଘରେ ବିରାଜମାନ କରିପାରନ୍ତି । ଆପଣ ସବୁବେଳେ ଧ୍ୟାନ ରଖନ୍ତୁ ଜେଭଳି ଆପଣଙ୍କ ପାଇଁ ଘରର କୌଣସି ମହିଳାଙ୍କ ମନକୁ ଯେମିତି କଷ୍ଟ ନ ଆସେ ।

ଆପଣ ସବୁବେଳେ ମହିଳାଙ୍କୁ ସମ୍ମାନ ଦେଇ କଥା ହୁଅନ୍ତୁ । ତାଙ୍କ ମନ ସମ୍ମାନର ଧ୍ୟାନ ରଖନ୍ତୁ । ଘରେ ସବୁବେଳେ କଳି ଝଗଡା କରନ୍ତୁ ଏବଂ ଝାଡୁରେ ଘର ଓଳାନ୍ତୁ ନାହିଁ । ଏହାଦ୍ବାରା ମା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି । ଦିତୀୟ ଝାଡୁ: ଏହି ଝାଡୁଟିକୁ ବାଛିଥିବା ଲୋକଙ୍କ ଜୀବନରେ ଏବେ କୌଣସି ବଡ ଖୁସି ଆସିବାକୁ ଯାଉଛି । ଆପଣଙ୍କ ଘରେ କୁନି ସନ୍ତାନର ପାଦ ପଡିବାକୁ ଯାଉଛି ।

କନ୍ୟା ରୂପରେ ଜନ୍ମ ନେବେ ମାତା ଲକ୍ଷ୍ମୀ ଆପଣଙ୍କ ଘରେ । ସେହି କନ୍ୟା ଆପଣଙ୍କ ଘରେ ଜନ୍ମ ନେବା ପରେ ଆପଣଙ୍କ ଘରେ ରହିଥିବା ଦାରିଦ୍ରତା ଶେଷ ହେବ । କୌଣସି ଶୁଭ କାର୍ଯ୍ୟର ଆରମ୍ଭ ମଧ୍ୟ ଆପଣଙ୍କ ଘରେ ହେବାକୁ ଯାଉଛି । ଆପଣଙ୍କ ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହେଉଛି କିନ୍ତୁ ମା ସ୍ଥାୟୀ ଭାବେ ଆପଣଙ୍କ ଘରେ ବାସ କରିପାରୁନାହାନ୍ତି ।

କାରଣ ଆପଣଙ୍କ ଘରେ ଥିବା ସଦସ୍ୟ ମାନଙ୍କ ମନରେ ଖରାପ ଭାବନା ଭରି ହୋଇରହିଛି । ଏପରି ଘରେ ମା ଲକ୍ଷ୍ମୀ ବାସ କରିନଥାନ୍ତି । ତେଣୁ ଆପଣ ନିଜ ଚିନ୍ତା ଧାରାକୁ ବଦଳାଇବା ପାଇଁ ଚେଷ୍ଟା କରନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *