ଶନି ଦେବଙ୍କ ଅତିପ୍ରିୟ ଗଛ, ଯେଉଁ ଘରେ ଥାଏ ସେଠି ପ୍ରବେଶ କରେ ନାହିଁ ଦାରିଦ୍ର୍ୟତା

ନମସ୍କାର ବନ୍ଧୁଗଣ, ଶନି ଭଗବାନ ନ୍ୟାୟର ଦେବତା ଅଟନ୍ତି । ସମସ୍ତଙ୍କୁ ନିଜ କଲା କର୍ମ ଅନୁଯାୟୀ ଦଣ୍ଡ ଦେଇଥାନ୍ତି । ଶନିଦେବଙ୍କ କୃପା ସହଜରେ କାହାକୁ ମିଳି ନଥାଏ । ତେଣୁ ଶନି ଦେବଙ୍କ କୃପା ପାଇବାକୁ ହେଲେ ପ୍ରଥମେ ତାଙ୍କ ପ୍ରିୟ ଜିନିଷ ବିଷୟରେ ଜାଣିବା ଦରକାର । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ ଶନିଦେବଙ୍କ ଅତିପ୍ରିୟ ଗୋଟିଏ ଗଛ ବିଷୟରେ । ଆଉ ଡେରି ନକରି ଅସସନ୍ତୁ ଜାଣିବା ସମ୍ପୂର୍ଣ ଭାବରେ ।

ରାମାୟଣ କାଳରୁ କଥା ରହିଛି କି ଭଗବାନ ଶ୍ରୀରାମ ଲଙ୍କାରୁ ବିଜୟ ହାସଲ କରିବା ପରେ ପ୍ରଥମେ ଏହି ଗଛର ପୂଜା କରିଥିଲେ । ଶାସ୍ତ୍ର ଅନୁଯାୟୀ ସାମି ଗଛ ଏକ ବହୁତ ପୂଜନୀୟ ଗଛ ଅଟେ । ନବରାତ୍ରି ସମୟରେ ସାମି ଗଛର ପତ୍ରରେ ମା ଦୂର୍ଗାଙ୍କୁ ପୂଜା କରିବାର ବିଧି ମଧ୍ୟ ରହିଛି । ମହାଭାରତ ସମୟରେ ମଧ୍ୟ ସାମି ଗଛର ଗୁରୁତ୍ଵ ରହିଆସିଛି । କାରଣ ପଞ୍ଚୁ ପାଣ୍ଡବ ନିଜ ଅସ୍ତ୍ରଗୁଡିକୁ ଏହି ଗଛରେ ଲୁଚାଇଥିଲେ ।

ଏହି ସବୁ କାରଣ ଦୃଷ୍ଟିରୁ ସାମି ଗଛକୁ ପୂଜନୀୟ ଭାବରେ ସ୍ଵୀକାର କରଯାଇଥିଲା । ଏଥିପାଇଁ ଏହି ଗଛକୁ ଶାସ୍ତ୍ରରେ ପୂଜନୀୟ ବୋଲି ମନାଗଲା । ଏହି ସାମି ଗଛର ବ୍ୟବହାରରେ ଶନି ଦେବଙ୍କୁ ପ୍ରସନ୍ନ କରିବାର ଅନେକ ଉପାୟ ରହିଅଛି । ସେହିସବୁ ଉପାୟ ମଧ୍ୟରୁ ଗୋଟିଏ ହେଉଛି ସାମି ଗଛକୁ ପୂଜା କରିବା ।

ଶନି ଦେବଙ୍କ କ୍ରୋଧ ବିଷୟରେ ସମସ୍ତେ ନିଶ୍ଚିନ୍ତ ଜ୍ଞାନ୍ତ ଥିବେ । କାରଣ ତାଙ୍କ କୋପ ଦୃଷ୍ଟି ଯାହା ଉପରେ ପଡିଥାଏ ସେ ଛାରଖାର ହୋଇଯାଏ । ତେଣୁ ତାଙ୍କ କ୍ରୋଧରୁ ମୁକ୍ତି ପାଇବା ନିମନ୍ତେ ସାମି ଗଛକୁ ଘରେ ଲଗାଇ ପୂଜା କରିବା ଦରକାର । ଯଦି ଆପଣ ଶନି ଦେବଙ୍କ କୃପା ପାଇବା ପାଇଁ ଚାହୁଁଛନ୍ତି ତେବେ ଘରେ ଏହି ଗଛକୁ ନିଶ୍ଚିନ୍ତ ଭାବରେ ଲଗାନ୍ତୁ ।

ଏହି ସାମି ଗଛକୁ ଲଗାଇବା ସହ ଏହାର ନିୟମିତ ଭାବରେ ବିଧି ବିଧାନ ସହ ପୂଜା ମଧ୍ୟ କରନ୍ତୁ । ଏହି ଗଛକୁ ଘରର ଉତ୍ତର ପୂର୍ବ ଦିଗରେ ଲଗାଇବା ଶୁଭ ହୋଇଥାଏ । ଏହି ଗଛରେ ବହୁତ ଦେବା ଦେବୀ ବାସ କରିଥାନ୍ତି । ଯଦି ଆପଣ ମାନେ ଏହାର ଗୁଣ ବିଷୟରେ ଜାଣିବାକୁ ଚାହାଁନ୍ତି ତେବେ ଏହି ସାମି ଗଛ ଏକ ଔଷଧୀୟ ବୃକ୍ଷ ଅଟେ । ଏହି ଗଛରୁ ଅନେକ ଔଷଧ ପ୍ରସ୍ତୁତ ହୋଇଥାଏ । ଯାହା ଫଳରେ ଲୋକ ରୋଗମୁକ୍ତ ହୋଇ ସୁସ୍ଥ ଜୀବନ ଜାପନ କରନ୍ତି ।

ସାମି ଗଛ ଘରେ ରହିବା ଦ୍ଵାରା ଘରୁ ଧନର ଅଭାବ ଦୂର ହୋଇଥାଏ ।  ଏହିସବୁ କାରଣ ହେତୁ ଏହା ଏକ ଦେବ ପ୍ରିୟ ବୃକ୍ଷ ଅଟେ । ତେଣୁ ଆପଣ ମାନେ ଏହାକୁ ନିଶ୍ଚୟ ଧ୍ୟାନରେ ରଖନ୍ତୁ । ଶନିଦେବଙ୍କ କୃପା ପାଇବା ପାଇଁ ଏହାକୁ ନିଜ ଘରେ ନିଶ୍ଚିନ୍ତ ରୂପେ ଲଗାନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *