ଜାଣନ୍ତୁ ଶନିବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି କିଭଳି ହୋଇଥାନ୍ତି, ନିଶ୍ଚୟ ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ମନୁଷ୍ୟ ଜନ୍ମ ନେଇ ସଂସାରକୁ ଆସିଥିବା ବାର କିମ୍ବା  ସମୟ ସେହି ମଣିଷ ଉପରେ ସାରା ଜୀବନ ପାଇଁ ପ୍ରଭାବ ପକାଇଥାଏ । ପ୍ରତ୍ୟକ ବାରର ସ୍ଵାମୀ ଗ୍ରହ ଥାନ୍ତି । ତେଣୁ ଆପଣ ଯେଉଁ ବାରରେ ଜନ୍ମ ହୋଇଥାନ୍ତି ସେହି ବାରର ସ୍ଵାମୀ ଗ୍ରହଙ୍କ ଦୃଷ୍ଟି ଆପଣଙ୍କ ଉପରେ ରହିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ ଶନିବାର ଦିନ ଜନ୍ମ ନେଇଥିବା ଲୋକଙ୍କ ଜୀବନ କିଭଳି କଟିଥାଏ । ଏବଂ ଶନିବାର ଦିନ ଜନ୍ମ ନେଇଥିବା ଲୋକଙ୍କ ସ୍ଵଭାବ କିପରି ହୋଇଥାଏ । ଆଉ ଡେରି ନକରି ଆସନ୍ତୁ ଜାଣିବା ।

ଶନିବାର ଦିନ ଜନ୍ମ ଗ୍ରହଣ କରିଥିବା ଲୋକଙ୍କ ଉପରେ ଶନି ଦେବଙ୍କ ସାମାନ୍ୟା ପ୍ରଭାବ ରହିଥାଏ । ଯେଉଁ ଲୋକଙ୍କ ଜନ୍ମ ଶନିବାର ଦିନ ହୋଇଥାଏ ସେମାନଙ୍କ ଶୁଭ ନମ୍ବର 3,6 ଓ 9 ହୋଇଥାଏ । ଶୁଭ ରଙ୍ଗ ହୋଇଥାଏ କଳା ଓ ନାଲି । ଏବଂ ଶୁଭ ଦିନ ହୋଇଥାଏ ଶନିବାର ଓ ମଙ୍ଗଳବାର । ଶନିବାର ଦିନ ଜନ୍ମ ହୋଇଥିବା ନିଜ କଥାରେ ସମ୍ପୂର୍ଣ ଦୃଢ ହୋଇଥାନ୍ତି । କରିଥିବା ଶପଥ କେବେ ହେଲେ ଭୁଲନ୍ତି ନାହି ।

ଏମାନଙ୍କୁ ନିଜ ଜୀବନରେ ବହୁତ ଉଚ୍ଚ ନିଚ୍ଚ ପରିସ୍ଥିତିକୁ ସାମ୍ନା କରି ଗତି କରିବାକୁ ପଡିଥାଏ । କିନ୍ତୁ ଶେଷରେ ଏମାନେ ହିଁ ବିଜୟ ହାସଲ କରିଥାନ୍ତି । ଏହିଦିନ ଜନ୍ମ ହୋଇଥିବା ଲୋକ ଦେଖି ଚାହିଁ ଚାଲିବାର ଅଭ୍ୟାସ ରଖିଥାନ୍ତି । ଏହି କାରଣ ହେତୁ ଏମାନେ ବେଳେ ବେଳେ ଅଳସୁଆ ସ୍ଵଭାବର ହୋଇଥାନ୍ତି । ଏମାନଙ୍କର ବହୁତ କମ ସାଙ୍ଗ ଥାନ୍ତି । କିନ୍ତୁ ଯେତିକି ବି ସାଙ୍ଗ ଥାନ୍ତି ଏମାନେ ତାଙ୍କ ପାଇଁ ବହୁତ ସଚ୍ଚୋଟ ଥାନ୍ତି ।

ଶନିବାର ଦିନ ଜନ୍ମ ଗ୍ରହଣ କରିଥିବା ଲୋକ କ୍ରୋଧିତ ସ୍ଵଭାବର ହୋଇଥାନ୍ତି । ବହୁତ ଶୀଘ୍ର ଏମାନେ ରାଗିଯାଇଥାନ୍ତି । ନିଜେ କରିଥିବା ଭୂଲ ପାଇଁ ବହୁତ ଶୀଘ୍ର କ୍ଷମା ମଧ୍ୟ ମାଗିନିଅନ୍ତି । ଶନିବାର ଦିନ ଜନ୍ମ ହୋଇଥିବା ଲୋକ ଦେଖିବା ପାଇଁ ବହୁତ ଆକର୍ଷଣୀୟ ହୋଇଥାନ୍ତି । ପ୍ରଥମ ଦେଖାରେ ହିଁ ଏମାନେ ଲୋକଙ୍କର ପ୍ରିୟ ହୋଇଯାନ୍ତି ।

ଏହିଦିନ ଜନ୍ମ ହୋଇଥିବା ବ୍ୟକ୍ତି ସାଧାରଣତଃ ଖୁସି ମିଞ୍ଜାସର ଲୋକ ହୋଇଥାନ୍ତି । ବହୁତ ଖୋଲା ହୃଦୟର ଅଟନ୍ତି ଏହିବାରରେ ଜନ୍ମ ହୋଇଥିବା ବ୍ୟକ୍ତି । ସାମ୍ନାରେ ଥିବା ଲୋକର ହୃଦୟ କିଭଳି ଜିତିବାକୁ ହେବ ଏମାନଙ୍କୁ ବହୁତ ଭଲ ଭାବରେ ଜଣାଥାଏ । ଏହିଦିନ ଜନ୍ମ ହୋଇଥିବା ଲୋକ ଅନ୍ୟମାନଙ୍କ ସେବା କରିବାକୁ ଭଲ ପାଇଥାନ୍ତି ।

ଗରିବ ଲୋକଙ୍କୁ ସାହାର୍ଯ୍ୟ କରିବା ଏମାନଙ୍କୁ ବହୁତ ପସନ୍ଦ ହୋଇଥାଏ । ଏହିଦିନ ଜନ୍ମ ନେଇଥିବା ପିଲାଙ୍କ ଶିକ୍ଷାରେ ବହୁତ ବାଧା ଆସିବା ସତ୍ବେ ମଧ୍ୟ ଏମାନେ ନିଜ ପରିଶ୍ରମ ବଳରେ ନିଜ ଶିକ୍ଷାକୁ ପୁରା କରିଦେଇଥାନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *