ଶୋଇବା ଘରେ ପାଣି ରଖିଲେ କେଉଁ ସମସ୍ୟା ଦେଖାଦିଏ ? Ajira Anuchinta

ନମସ୍କାର ବନ୍ଧୁଗଣ,ଆପଣ ମାନେ ନିହାତି ଭାବରେ ଜାଣନ୍ତି ସୃଷ୍ଟିର ସମସ୍ତ ଜିନିଷ କାରଣ ସହ ହିଁ ଜଡିତ । ତେବେ ଆମେ କରୁଥିବା ଦୈନନ୍ଦିନର କିଛି ଭୁଲ କାମ ପାଇଁ ଆମକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ତେଣୁ ଆଜି ଆମେ ଆପଣ ମାନଙ୍କୁ ସେହି ସମସ୍ତ କାମ ବିଷୟରେ ଜଣାଇବାକୁ ଯାଉଛୁ ଯାହାକୁ ଆପଣ ନିଜ ଅଜାଣତରେ କରିଥାନ୍ତି ଏବଂ ପରେ ତାହାର ଖରାପ ପ୍ରଭାବକୁ ଭୋଗ କରିଥାନ୍ତି । ଆଉ ଡେରି ନକରି ଆସନ୍ତୁ ଜାଣିବା ଶୋଇବା ଘରେ ପାଣି ରଖିଲେ କଣ ହୋଇଥାଏ ।

ପ୍ରଥମ: ଆପଣ ଯେଉଁ ଜାଗାରେ ପଇସା ରଖୁଛନ୍ତି ସେହି ସ୍ଥାନରେ କେବେ ଅତର ବା ପରଫିଉମ ରଖିବା ଉଚିତ ହୋଇନଥାଏ । ଏହା ବହୁତ ଅଶୁଭ ହୋଇଥାଏ । ଏହା ଘରେ ଧନ ଜନିତ ସମସ୍ୟା ସୃଷ୍ଟି କରିଥାଏ । ଦିତୀୟ: ଶୋଇବା ଘରେ ଭୁଲରେ ମଧ୍ୟ ପାଣି ରଖନ୍ତୁ ନାହିଁ । ଏହାକୁ ଅଶୁଭ ମନାଯାଏ । ଏହା ଆପଣଙ୍କୁ ଧାର କରଜରେ ଡୁବେଇ ଦେଇଥାଏ ।

ତୃତୀୟ: ପ୍ରତ୍ୟକ ପୁର୍ଣିମା ଦିନ ଘରର ମୁଖ୍ୟ ଦ୍ଵାରରେ ସ୍ଵାସ୍ତିକ ଚିହ୍ନ ଆଙ୍କିବା ଉଚିତ । ଏହା ବହୁତ ଶୁଭ ହୋଇଥାଏ । ଏହାଦ୍ୱାରା ଆପଣ କରିଥିବା ଧାର କରଜ କମ ହୋଇଥାଏ । ଚତୁର୍ଥ: ଘରର ମୁଖ୍ୟ ଦ୍ଵାରର କବାଟ ଭାଙ୍ଗି ଯାଇଥିଲେ ତାହାକୁ ଶୀଘ୍ର ଠିକ କରିଦେବା ଉଚିତ । କାରଣ ଏହାଫଳରେ ଆର୍ଥିକ ଅସୁବିଧା ଦେଖାଦେଇଥାଏ ।

ପଞ୍ଚମ: ନିଜ ଘରେ ବର୍ଷକୁ ଦୁଇଥର ନିହାତି ପୂଜା କିମ୍ବା ହୋମ କରିବା ଉଚିତ । ଏହା ବହୁତ ହିଁ ଶୁଭ ହୋଇଥାଏ ଘର ପାଇଁ । ଏହା ଆପଣଙ୍କୁ ଆର୍ଥିକ ସଙ୍କଟରୁ ଉଦ୍ଧାର କରିଥାଏ ।ଷଷ୍ଠ: ଘରେ ଠାକୁର ପୂଜା କରିବା ବେଳେ ଚାଉଳରେ ହଳଦୀ ମିଶାଇ ଠାକୁରଙ୍କୁ ଅର୍ପଣ କରନ୍ତୁ । ଏହା ବହୁତ ମଙ୍ଗଳକାରୀ ହୋଇଥାଏ ଆପଣଙ୍କ ଘର ପାଇଁ । ସପ୍ତମ: ଠାକୁର ଘରେ ମୃତ ବ୍ୟକ୍ତିଙ୍କ ଫଟୋ ରଖିବା ଅନୁଚିତ । ଏହାକୁ ଅଶୁଭ ବୋଲି ମନାଯାଇଥାଏ ।

ଅଷ୍ଟମ: ଠାକୁର ଘରେ ଭାଙ୍ଗି ଯାଇଥିବା ମୂର୍ତ୍ତି ରଖନ୍ତୁ ନାହି । ଠାକୁର ଘରେ ଝାଡୁ ମଧ୍ୟ ରଖନ୍ତୁ ନାହିଁ । ଏହା ଅମଙ୍ଗଳ ହୋଇଥାଏ ଆପଣଙ୍କ ପାଇଁ । ନବମ: ଶନିବାର ଦିନ ନଦୀ ଜଳରେ ନଡିଆ ପ୍ରବାହିତ କରନ୍ତୁ । ଏହାଫଳରେ ଆପଣଙ୍କ ଘରର ସଦସ୍ୟଙ୍କ ପ୍ରଗତି ହୋଇଥାଏ । ଏବଂ କାର୍ଯ୍ୟ କ୍ଷେତ୍ରରେ ପାଦ ଦେଉ ଦେଉ ସଫଳତା ହାତ ମୁଠାକୁ ଚାଲିଆସିଥାଏ ।

ଦଶମ: ଅନେକ ଦିନ ହେବ ଯଦି କେହି ଆପଣଙ୍କ ଘରେ ରୋଗରେ ପୀଡିତ ହୋଇ କଷ୍ଟ ଭୋଗ କରୁଛନ୍ତି କିନ୍ତୁ ରୋଗ ଭଲ ହେଉନାହି । ଆପଣ ମାଟିରେ ଗୋଟିଏ ତମ୍ବା ଧାତୁ ପୋତି ଦିଅନ୍ତୁ ବହୁତ ଶୀଘ୍ର ହିଁ ଦେହ ସୁସ୍ତ ହେବାକୁ ଲାଗିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *