ଜାଣନ୍ତୁ କେଉଁଦିନ କଣ କିଣି ଘରକୁ ଆଣିବା ହୋଇଥାଏ ଶୁଭ ଓ କେଉଁଦିନ ହୋଇଥାଏ ଅଶୁଭ- Vaastu Tips

ନମସ୍କାର ବନ୍ଧୁଗଣ, ଶାସ୍ତ୍ର ଅନୁଯାୟୀ ବହୁତ କିଛି ନୀତି ନିୟମ ରହିଛି । କିନ୍ତୁ ଏହି ବ୍ୟସ୍ତତା ଜୀବନ ମଧ୍ୟରେ ଏହି ସବୁ ନୀତି ନିୟକୁ କିଛି ଲୋକ ହେଜ୍ଞାନ କରି ମାନନ୍ତି ନାହି । ଯାହାର କୁପ୍ରଭାବ ସେମାନଙ୍କ ଉପରେ ନିଶ୍ଚୟ ପଡିଥାଏ । କିନ୍ତୁ ସେମାନେ ଏହାର ଆଭାସ କରିପାରନ୍ତି ନାହି । ତେବେ ଆଜି ଆସନ୍ତୁ ଜାଣିବା କେଉଁ ଦିନ କେଉଁ ଜିନିଷ କିଣିବା ଉଚିତ ଓ ଅନୁଚିତ । ଯାହା ଫଳରେ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଲାଗି ରହିବ । ତେବେ ଆଉ ଡେରି ନକରି ଆସନ୍ତୁ ଆଲୋଚନା କରିବା ଏହା ସମ୍ପର୍କରେ ।

ରବିବାର: ଏହିଦିନ ଲାଲ ରଙ୍ଗର ଜିନିଷ, ଗହମ, ପର୍ସ, ଔଷଧ, କଇଁଚି, ଏବଂ ଆଖି ସହ ଜଡିତ ଜିନିଷ କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ । ରବିବାର ଦିନ ଲୌହ ଜନିତ କୌଣସି ଜିନିଷ କିଣିବା ଉଚିତ ହୋଇନଥାଏ । ସୋମବାର: ଏହିଦିନ ଚାଉଳ, ବାସନ, କ୍ଷୀରରେ ତିଆରି ମିଠା,ଏବଂ ଅକୁଆରିଅମ କିଣିବା ଶୁଭ ହୋଇଥାଏ ।

ସୋମବାର ଦିନ ଚାରି ଚକିଆ ଯାନ, କମ୍ପୁଟର, ସଙ୍ଗୀତ ସହ ଜଡିତ କୌଣସି ବସ୍ତୁ କିଣିବା ଅନୁଚିତ ଅଟେ । ମଙ୍ଗଳବାର: ଏହିଦିନ ଜମିବାଡି, ଲାଳ ରଙ୍ଗର ବସ୍ତୁ, ରୋଷେଇ ଘର ଜିନିଷ ଆଦି କିଣିବା ଶୁଭ ହୋଇଥାଏ । ଏବଂ ପର୍ସ, ତିଜୋରି, ଲୁହା ଜିନିଷ, ସଜାଇବା ଜିନିଷ, ମୋବାଇଲ ଇତ୍ୟାଦି କିଣିବା ଅନୁଚିତ ହୋଇଥାଏ । ବୁଧବାର: ଟେକ୍ସିନାରୀ, ଗାଡି, ଖେଳ ସହ ଜଡିତ ଜିନିଷ, ଘର ସଜାଇବା ଜିନିଷ କିଣିବା ଶୁଭ ହୋଇଥାଏ ।

ବୁଧବାର ଦିନ ବାସନ, ଚାଉଳ, ଜଳିବା ନିମନ୍ତେ ଥିବା ଜିନିଷ, ଔଷଧ ଇତ୍ୟାଦି କିଣିବା ଅନୁଚିତ ଅଟେ । ଗୁରୁବାର: ଏହିଦିନ ଇଲେକ୍ଟ୍ରି ଜିନିଷ, ଜାଗା ବାଡି, ଫନିଚର, ବସ୍ତ୍ର, ପୂଜା  ପାଠ ଆଦି ଜିନିଷ କିଣିବା ଶୁଭ ହୋଇଥାଏ । ଗୁରୁବାର ଦିନ ଆଖି ସହ ଜଡିତ କୌଣସି ଜିନିଷ, ଧାରୁଆ ଜିନିଷ, ବାସନ ଇତ୍ୟାଦି କିଣିବା ଅନୁଚିତ ଅଟେ ।

ଶୁକ୍ରବାର:  ଏହିଦିନ ତିଜୋରି, ପର୍ସ, ବସ୍ତ୍ର, ଘର ଓ ଦୋକାନ ସଜାଇବା ଜିନିଷ, ଜୋତା ଚପଲ ଆଦି କିଣିବା ଶୁଭ ହୋଇଥାଏ । ଶୁକ୍ରବାର ଦିନ ଜମିବାଡି, ପୂଜା ଜନିତ କୌଣସି ଜିନିଷ, ରୋଷେଇ ସହ ଜଡିତ କୌଣସି ଜିନିଷ କିଣିବା ଉଚିତ ହୋଇନଥାଏ । ଶନିବାର: ଏହିଦିନ ଫନିଚର, ବଗିଚା ସହ ଜଡିତ ଜିନଷ, ଘରର ପରଦା ଇତ୍ୟାଦି କିଣିବା ଦରକାର ।

ଶନିବାର ଦିନ ପର୍ସ, ଆଲମାରି, ଶସ୍ୟ, ଧାରୁଆ ଜିନିଷ, ଲୁହାର ସାମଗ୍ରୀ, ଜାଗାବାଡି, ରୋଷେଇ ଘର ସହ ଜଡିତ ଜିନିଷ ଏବଂ ଲାଲ ରଙ୍ଗର ଜିନିଷ କିଣିବା ବିଲକୁଲ ଉଚିତ ହୋଇନଥାଏ । ଏହି ସମସ୍ତ କଥାକୁ ନିଶ୍ଚୟ ଧ୍ୟାନରେ ରଖନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଲାଭକାରୀ ରହିବ ।

Leave a Reply

Your email address will not be published. Required fields are marked *