ଜାଣନ୍ତୁ ଆପଣଙ୍କ ବିବାହ ରେଖା କଣ କହିଥାଏ? କେବେ ହେବ ଆପଣଙ୍କ ବିବାହ- Hasta Rekha

ନମସ୍କାର ବନ୍ଧୁଗଣ, ହାତରେ ଅନେକ ରେଖା ରହିଛି । ହାତର ରେଖାରୁ ହିଁ ସେହି ମଣିଷର ଜୀବନରେ ଆଗକୁ ଘଟିବାକୁ ଯାଉଥିବା ଘଟଣାର ସୂଚନା ମିଳିଥାଏ । ସେହିଭଳି ହାତରେ ଏକ ବିବାହ ରେଖା ରହିଛି । ଯେଉଁଥିରୁ ବିବାହ ସମ୍ବନ୍ଧୀୟ ସମସ୍ତ କଥା ଜାଣି ହୋଇଥାଏ । ବିବାହ ସମୟ, କେଉଁ ଦିଗରେ ବିବାହ ହେବ, କିଭଳି ରହିବ ଆପଣଙ୍କ ବୈବାହିକ ଜୀବନ ଏହି ସବୁର ସୂଚନା ମିଳିଥାଏ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ସମ୍ପୂର୍ଣ ଭାବରେ ଏହା ସମ୍ପର୍କରେ ।

ହାତରେ ରହିଥିବା ସମସ୍ତ ରେଖା ମଧ୍ୟରୁ ଏକ ବିବାହ ରେଖା ମଧ୍ୟ ରହିଛି । କନିଷ୍ଠ ଆଙ୍ଗୁଠି ତଳେ ସିଧା ଗାର ଭାବରେ ବିବାହ ରେଖା ରହିଥାଏ । ଏହି ରେଖା ବୈବାହିକ ଜୀବନ ବିଷୟରେ ଆମକୁ ସୁଚାଇଥାଏ । ଏହି ରେଖା ଏହାର ସୂଚନା ଦେଇଥାଏ କି ଆପଣଙ୍କ ବିବାହ କିଭଳି ହେବ ଏବଂ ବିବାହ ପରେ ଆପଣ କେମିତି ରହିବେ ।

ହସ୍ତ ଶାସ୍ତ୍ର ଅନୁଯାୟୀ ହାତରେ ରହିଥିବା ସମସ୍ତ ରେଖା ଯଦି ସ୍ପଷ୍ଟ ଭାବରେ ଦେଖାଯାଇଥାଏ ତେବେ ଏହାକୁ ବହୁତ ଶୁଭ ବୋଲି ମନାଯାଏ । ଯଦି ଆପଣଙ୍କ ବିବାହ ରେଖା ସ୍ପଷ୍ଟ ଦେଖାଯାଉନାହିଁ ଏବଂ ମଝିରୁ ଛାଡିଗଲା ଭଳି ହୋଇଥାଏ ତେବେ ଏହାକୁ ଶୁଭ ମନାଯାଏ ନାହିଁ । ଏହି ଲୋକଙ୍କ ବିବାହିତା ଜୀବନରେ ସମସ୍ୟା ଦେଖାଦେଇଥାଏ ।

ଯଦି ଆପଣଙ୍କ ବିବାହ ରେଖା ହୃଦୟ ରେଖାର ବହୁତ ପାଖରେ ହୋଇଥାଏ ତେବେ ଆପଣଙ୍କ ବିବାହ 20 ବର୍ଷ ପୂର୍ବରୁ ହେବାର ସଙ୍କେତ ଦେଇଥାଏ । ଯଦି ଆପଣଙ୍କ ବିବାହ ରେଖା କାଣି ଆଙ୍ଗୁଠି ଏବଂ ହୃଦୟ ରେଖା ମଝିରେ ଥାଏ ତେବେ ଆପଣଙ୍କ ବିବାହ 22 ବର୍ଷରେ ହେବାର ଯୋଗ ରହିଥାଏ । ଯଦି ଆପଣଙ୍କ ହାତର ବିବାହ ରେଖା ସୂର୍ଯ୍ୟ ପର୍ବତ ଆଡକୁ ଯିବାର ଦେଖାଯାଏ ତେବେ ଏହାର ଅର୍ଥ ହେଉଛି ଆପଣଙ୍କ ଜୀବନ ସାଥି ଗୋଟିଏ ସରଳ, ସମ୍ଭ୍ରାନ୍ତ ପରିବାର ହୋଇଥିବେ ।

ଯେଉଁ ଝିଅଙ୍କ ହାତରେ ବିବାହ ରେଖା ଶେଷରେ ଦ୍ଵିପ ଭଳି ଚିହ୍ନ ଥାଏ ତେବେ ସେମାନଙ୍କୁ ବିବାହରେ ଧୋକା ମିଳିବାର ସମ୍ଭାବନା ବଢିଯାଇଥାଏ । ଯାହାର ଉଭୟ ହାତରେ ବିବାହ ରେଖା ସମାନ ରହିଥାଏ ତେବେ ସେମାନଙ୍କ ବୈବାହିକ ଜୀବନ ସୁଖମୟ ହୋଇଥାଏ । ଯଦି କୌଣସି ପୁରୁଷଙ୍କ ହାତରେ 2ଟି ବିବାହ ରେଖା ଥାଏ । ଏବଂ ଡାହାଣ ହାତରେ ଗୋଟିଏ ବିବାହ ରେଖା ରହିଥାଏ ତେବେ ଏହା ଏକ ଶୁଭ ସଙ୍କେତ ଅଟେ । ଏହି ପୁରୁଷଙ୍କ ସ୍ତ୍ରୀ  ସର୍ବଗୁଣ ସମ୍ପର୍ଣା ହୋଇଥାନ୍ତି ।

ନିଜ ସ୍ବାମୀଙ୍କର ବହୁତ ଭଲ ଭାବରେ ଯତ୍ନ ମଧ୍ୟ ରଖିଥାନ୍ତି । ଯଦି ବିବାହ ରେଖା ହୃଦୟ ରେଖାକୁ କାଟି ତଳକୁ ଯାଇଥାଏ ତେବେ ଏହାକୁ ଅଶୁଭ ମନାଯାଏ । ଏଭଳି ଲୋକଙ୍କ ବୈବାହିକ ଜୀବନ ବହୁତ ଦୁଃଖୀ ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *