ଜାଣନ୍ତୁ ମିଥୁନ ରାଶିର ସବୁଠୁ ଭଲ ଓ ଖରାପ ଜୀବନ ସାଥି Love Match

କୁହାଯାଏ ବିବାହ ଏକ ଏପରି ବନ୍ଧନ ଅଟେ ଯାହାକି ପରିବାରର ମୂଳ ମଧ୍ୟ ଅଟେ । ପତି ଓ ପତ୍ନୀ ମଧ୍ୟରୁ ଜଣେ କେହି ଦୁର୍ବଳ ପଡିଗଲେ ପୁରା ପରିବାରର ଦୁର୍ବଳ ହୋଇଯାଇଥାଏ । ତେଣୁ ରାଶି ସହ ରାଶି ମେଳ ହେଉଥିଲେ ହିଁ ବିବାହ କରିବା ଉଚିତ । ସେହିପରି ଆମେ ଜାଣିବା ମିଥୁନ ରାଶିର କେଉଁ ରାଶିର ଲୋକଙ୍କ ସହ ଭଲ ବୈବାହିକ ଜୀବନ ବ୍ୟତୀତ ହେବ ଓ କେଉଁ ମାନଙ୍କ ସହ ନୁହେଁ ।

ମିଥୁନ – ଧନୁ ରାଶି – ବହୁତ ଭଲ ଯୋଡି ଅଟନ୍ତି । ଏହି ଦୁଇ ରାଶି ନିଜ ନିଜର ବିପରୀତ ଅଟନ୍ତି । କୁହାଯାଏ ଦୁଇଟି ବିପରୀତ ଜିନିଷ ପରସ୍ପରକୁ ବହୁତ ଆକର୍ଷଣ କରିଥାନ୍ତି । ଏହାଛଡା ଏମାନଙ୍କ ମଧ୍ୟରେ ବହୁତ ସମାନତା ମଧ୍ୟ ଦେଖାଯାଏ ତେଣୁ ଏହି ଦୁଇ ରାଶି ଏକ ଭଲ ଯୋଡି ଅଟନ୍ତି ।

ମିଥୁନ – ମକର ରାଶି – ଏହା ସବୁଠାରୁ ଖରାପ ଯୋଡି ଅଟେ । ମିଥୁନ ବାୟୁ ତତ୍ୱ ରାଶି ଓ ମକର ପୃଥିବୀ ତତ୍ୱ ରାଶି । ମିଥୁନ ରାଶିର ଲୋକମାନେ ବହୁତ ଚଞ୍ଚଳ ଥିବା ବେଳେ ମକର ରାଶିର ଲୋକମାନେ ବହୁତ ଅଳସୁଆ ଅଟନ୍ତି । ଏହି ସ୍ଵଭାଵ ପାଇଁ ଏହି ଦୁଇଜଣଙ୍କର ସମ୍ଭନ୍ଧ ଏତେ ଭଲ ନୁହେଁ । ବୈବାହିକ ଜୀବନ ଠିକ ଠାକ ହୋଇଥାଏ ।

ମିଥୁନ – ମେଷ ରାଶି – ଏହି ଦୁଇ ରାଶିଙ୍କୁ ସଠିକ ମିଳନ ହୋଇ ନ ଥାଏ । ମିଥୁନ ରାଶିର ଲୋକମାନେ ସବୁ କାର୍ଯ୍ୟ ରେବହୁତ ତରତର ହେବା ବେଳେ ମେଷ ରାଶିର ଲୋକମାନେ ବହୁତ ଭାବି ବୁଝି କାର୍ଯ୍ୟ କରିଥାନ୍ତି । ଏହି କାରଣ ପାଇଁ ଏମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଭଲ ରହି ନ ଥାଏ ।

ମିଥୁନ -ବୃଷ ରାଶି – ବୃଷଭ ରାଶିର ଲୋକମାନେ ସମସ୍ୟାର ମୂଳ କୁ ଯାଇ ତାହାର ସମାଧାନ କରିଥାନ୍ତି କିନ୍ତୁ ମିଥୁନ ରାଶିର ଲୋକମାନେ ସମସ୍ୟାର ସମାଧାନ କରିବା ବଦଳରେ ଏହାକୁ ଆହୁରି ବଢାଇଥାନ୍ତି ତେଣୁ ଏହି ଦୁଇ ଜଣଙ୍କ ଯୋଡି ସଠିକ ନୁହେଁ ।

ମିଥୁନ – ମିଥୁନ ରାଶି – ଏହି ଦୁଇ ଜଣଙ୍କ ଯୋଡି ମଧ୍ୟ ଭଲ ରହିଥାଏ । ଏମାନେ ପରସ୍ପରର ସାଥି କୁ ବହୁତ ଉପଭୋଗ କରନ୍ତି । କିନ୍ତୁ ବେଳେବେଳେ ଏମାନଙ୍କ ସାମ୍ନାରେ ଅର୍ଥ ସମସ୍ୟା ଦେଖା ଦେଇ ପାରେ ।

ମିଥୁନ- କର୍କଟ ରାଶି – ମିଥୁନ ବାୟୁ ତତ୍ୱ ଓ କର୍କଟ ଜଳ ତତ୍ୱ ହୋଇଥାନ୍ତି । କର୍କଟ ରାଶିର ଲୋକମାନେ ବହୁତ ଭାବୁକ ଲ ନିଜ ସମ୍ଭନ୍ଧକୁ ନେଇକି ଗମ୍ଭୀର ଓ ସମ୍ବେଦନଶୀଳ ଥିବା ବେଳେ ମିଥୁନ ରାଶି ବହୁତ ଅସ୍ଥିର ସ୍ଵଭାଵ ହୋଇଥାନ୍ତି ଏହି ମତଭେଦ ପାଇଁ ଏହା ଏକ ସଠିକ ଯୋଡି ନୁହେଁ ।

ମିଥୁନ – ସିଂହ ରାଶି- ଏହି ଦୁଇ ଜଣଙ୍କ ସ୍ଵଭାଵ ବହୁତ ଏକା ପରି ହୋଇଥାଏ । ଏହି ଦୁଇଜଣ ପରସ୍ପରର ଦରକାରୀ ଓ ଇଛା କୁ ପୁରା କରିବାର ଦକ୍ଷତା ରଖିଥାନ୍ତି । ତେଣୁ ଏହା ଏକ ସଠିକ ମିଳନ ଅଟେ । ଏମାନେ ପରସ୍ପରର ସାଥିରେ ଖୁସିରେ ରୁହନ୍ତି ।

ମିଥୁନ -କନ୍ୟା ରାଶି -ମିଥୁନ ରାଶି ବହୁତ ଅସ୍ଥିର ସ୍ଵଭାଵ ର ହୋଇଥିବା ବେଳେ କନ୍ୟା ପୃଥିବୀ ତତ୍ୱର ରାଶି ତେଣୁ ଏମାନେ ବହୁତ ସ୍ଥିର ସ୍ୱଭାବର । ଏମାନେ ମିଥୁନ ରାଶିର ଜୀବନରେ ସ୍ଥିରତାର ଅଭାବକୁ ପୁରା କରିଥାନ୍ତି ତେଣୁ ଏମାନେ ପରସ୍ପର ଏକ ଭଲ ଯୋଡି ଅଟନ୍ତି ।

ମିଥୁନ- ତୁଲା ରାଶି – ଏହି ଦୁଇଟି ରାଶି ଯଦି ବିବାହ ବନ୍ଧନରେ ବାନ୍ଧି ହୋଇଥିବେ ତେବେ ଏହା ବହୁତ ଭଲ ଅଟେ । ଏହି ଦୁଇଟି ରାଶି ପ୍ରେମ ସମ୍ଭନ୍ଧ ପାଇଁ ହିଁ ହୋଇଥାଏ । ଏମାନଙ୍କ ପ୍ରେମ କିଛି ଲୋକଙ୍କ ପାଇଁ ପ୍ରେରଣା ମଧ୍ୟ ହୋଇପାରେ ।

ମିଥୁନ – ବିଛା ରାଶି -ଏହି ଦୁଇଟି ରାଶିରେ ମତଭେଦ ଦେଖାଦେଇଥାଏ । ଏମାନେ ପୂର୍ବ ଓ ପଶ୍ଚିମ ପରି ହୋଇଥାନ୍ତି । ଏମାନେ ଏକ ସଠିକ ଯୋଡି ନୁହଁନ୍ତି । ଏମାନଙ୍କ ବିବାହିତ ଜୀବନ ଭଲ ରହି ନ ଥାଏ ।

ମିଥୁନ – କୁମ୍ଭ ରାଶି- ଏହା ଏକ ସଠିକ ମିଳନ ଅଟେ । କାରଣ କୁମ୍ଭ ରାଶିର ଲୋକମାନେ ମାନବତାବାଦୀ ଓ ଅନ୍ୟର ଇଛାକୁ ପୁରା କରିଥାନ୍ତି । ମିଥୁନ ରାଶି ତାଙ୍କର ଦରକାରୀକୁ ବୁଝିଥାନ୍ତି ତେଣୁ ଏହା ଏକ ଭଲ ଯୋଡି ଅଟେ ।

ମିଥୁନ- ମିନ ରାଶି- ଏହି ଦୁଇ ଜଣଙ୍କ ବିବାହିତ ଜୀବନ ଭଲ ରହିବ ନାହିଁ । ମିନ ରାଶି ସହ ସାମଞ୍ଜସ୍ୟ ରଖିବାକୁ ଆପଣଙ୍କୁ ବହୁତ କଷ୍ଟ ହୋଇପାରେ । ଏମାନଙ୍କ ଜୀବନଶୈଳୀ ଓ ନିର୍ଣ୍ଣୟ ସମ୍ପୂର୍ଣ୍ଣ ଅଲଗା ଅଟେ । ତେଣୁ ଏହା ଏକ ଭଲ ଯୋଡି ନୁହେଁ ।

Leave a Reply

Your email address will not be published. Required fields are marked *