ଯେତେ ରୋଜଗାର କଲେ ମଧ୍ୟ ଏହି ୫ ଜଣ ବ୍ୟକ୍ତି କେବେ ବି ହୋଇ ପାରନ୍ତି ନାହିଁ ଧନୀ- Chanakya Niti

ବନ୍ଧୁଗଣ ଶାସ୍ତ୍ରରେ ଅନୁଯାଇ ହୋଇଥିବା ନିୟମ ଗୁଡିକୁ ଯେଉଁ ମାନେ ପାଳନ କରନ୍ତି ସେମାନଙ୍କୁ ତାଙ୍କ ଜୀବନରେ ବହୁତ ଶୀଘ୍ର ସଫଳତା ମିଳିଥାଏ । ଶାସ୍ତ୍ରରେ ମାନବ ଜୀବନ ଶୈଳୀକୁ ନେଇ ଅନେକ ନୀତି ନିୟମ ଉଲେଖ କରାଯାଇଛି ।

ଯଦି ଏହି ସମସ୍ତ ନୀତିକୁ ଜଣେ ବ୍ୟକ୍ତି ନିଜ ଜୀବନରେ ପାଳନ କରିଥାଏ ତା ହେଲେ ସେହି ବ୍ୟକ୍ତିକୁ ନିଜ ଜୀବନରେ ଅନେକ ସୁଖ ଶାନ୍ତି ମିଳିଥାଏ । ଏହି ଦୁନିଆର ସମସ୍ତ ମଣିଷ ଧନୀ ହେବା ପାଇଁ ଚାହିଁଥାନ୍ତି । ଏଥିପାଇଁ ସେମାନେ ରାତି ଦିନ କଷ୍ଟ କରିଥାନ୍ତି ।

ହେଲେ ଲୋକମାନେ ଅଜଣାତରେ ଏପରି କିଛି ଭୁଲ କରିଥାନ୍ତି ଯାହାଦ୍ଵାରା ସେମାନେ ନିଜ ଜୀବନରେ କେବେହେଲେ ଧନୀ ହୋଇପାରନ୍ତି ନାହିଁ ଏବଂ ଯେତେ ଟଙ୍କା ରୋଜଗାର କରିଲେ ମଧ୍ୟ ସେମାନେ ସେହି ଟଙ୍କାକୁ ସଞ୍ଚୟ କରିପାରନ୍ତି ନାହିଁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ବ୍ୟକ୍ତି ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଯେତେ ଅଧିକ ଟଙ୍କା ଅର୍ଜନ କରିଲେ ମଧ୍ୟ ନିଜ ଜୀବନରେ କେବେହେଲେ ଧନୀ ହୋଇପାରନ୍ତି ନାହିଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ ବ୍ୟକ୍ତିଙ୍କ ବିଷୟରେ ।

୧. ମଇଳା ପୋଷାକ ପିନ୍ଧୁଥିବା ବ୍ୟକ୍ତି- ଯେଉଁ ମାନଙ୍କର ସଫା ଓ ସୁନ୍ଦର ପୋଷାକ ଥାଇ ମଧ୍ୟ ସେମାନେ ମଇଳା ଏବଂ ଚିରା ଫଟା ପୋଷାକ ପିନ୍ଧିଥାନ୍ତି ସେମାନେ ନିଜ ଜୀବନରେ କେବେହେଲେ ଧନୀ ହୋଇପାରନ୍ତି ନାହିଁ । କାରଣ ମା ଲକ୍ଷ୍ମୀ କେବେହେଲେ ଏହି ପରିକା ବ୍ୟକ୍ତିଙ୍କ ଜୀବନକୁ ଆସନ୍ତି ନାହିଁ । ଯେଉଁମାନେ ସବୁବେଳେ ଅପରିଷ୍କାରରେ ରହିବା ପାଇଁ ଚାହିଁଥାନ୍ତି ସେମାନଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା କେବେହେଲେ ରହିନଥାଏ । ଏହି ଲୋକମାନଙ୍କୁ ସମାଜରେ ପସନ୍ଦ କରାଯାଇନଥାଏ ଓ ଏହିପରି ଲୋକ ମାନଙ୍କୁ ଆଗାମୀ ଜୀବନରେ ଅପମାନିତ ହେବାକୁ ପଡିଥାଏ ।

୨. କଟୁ ଶବ୍ଦ ବ୍ଯବହାର କରୁଥିବା ବ୍ୟକ୍ତି:- ଯେଉଁ ବ୍ୟକ୍ତି କଟୁ ଶବ୍ଦ କୁହନ୍ତି ସେ ଯେତେ ଚେଷ୍ଟା କଲେ ମଧ୍ୟ ଧନୀ ହୋଇପାରନ୍ତି ନାହିଁ । ଯେଉଁ ବ୍ୟକ୍ତି ନିଜ ଶବ୍ଦ ଦ୍ଵାରା ଅନ୍ୟକୁ ଆଘାତ ଦେଇଥାଏ ସେ କେବେବି ମାତା ଲକ୍ଷ୍ମୀଙ୍କ କୃପା ପାଇ ପାରେ ନାହିଁ ।

୩. ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସୋଇ ରହୁଥିବା ବ୍ୟକ୍ତି:-ଯେଉଁ ବ୍ୟକ୍ତି ଦିନ ସାରା ସୋଇରହୁଥାଏ ସେହି ବ୍ୟକ୍ତି ନିଜ ଜୀବନରେ କେବେବି ସଫଳତା ପାଇନଥାଏ । ସେହି ବ୍ୟକ୍ତି ଉପରେ ମାତା ଲକ୍ଷ୍ମୀ କେବେବି ପ୍ରସନ୍ନ ରୁହନ୍ତି ନାହିଁ । ବିନା କାରଣରେ ସୋଇବା ମନୁଷ୍ୟ ପାଇଁ କ୍ଷତିକାରକ ହୋଇଥାଏ । ଏହି ବ୍ୟକ୍ତି ମାନେ ସବୁବେଳେ ଦାରିଦ୍ର୍ୟ ହୋଇ ରୁହନ୍ତି ।

୪. ଯେଉଁ ବ୍ୟକ୍ତି ନିଜ ଦାନ୍ତକୁ ସଫା ରଖନ୍ତି ନାହିଁ- ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ନିଜ ଦାନ୍ତକୁ ସଫା ରଖନ୍ତି ନାହିଁ ସେହି ବ୍ୟକ୍ତି ମାନଙ୍କୁ ଦରିଦ୍ରତାର ସମ୍ମୁଖୀନ ହେବାକୁ ପଡିଥାଏ । କୁହାଯାଏ ମା ଲକ୍ଷ୍ମୀ ମଇଳା ଦାନ୍ତ ଥିବା ବ୍ୟକ୍ତିଙ୍କ ପାଖକୁ ଆସନ୍ତି ନାହିଁ । ମା ଲକ୍ଷ୍ମୀଙ୍କ କୃପା ସର୍ବଦା ଦାନ୍ତ ସଫା ରଖୁଥିବା ବ୍ୟକ୍ତିଙ୍କ ଉପରେ ରହିଥାଏ । ତେଣୁ ଯେଉଁ ବ୍ୟକ୍ତି ନିଜ ଦାନ୍ତକୁ ସାଫା ରଖି ନଥାଏ ସେ କେବେହେଲେ ନିଜ ଜୀବନରେ ଧନୀ ହୋଇପାରେ ନାହିଁ । ତେଣୁ ବନ୍ଧୁଗଣ ଆପଣ ମାନେ ସବୁବେଳେ ନିଜ ଦାନ୍ତକୁ ସଫା ରଖନ୍ତୁ ।

୫. ଭୋକ ଠାରୁ ଅଧିକ ଭୋଜନ କରୁଥିବା ବ୍ୟକ୍ତି- ଜୀବନ ଶାସ୍ତ୍ର ଅନୁସାରେ ଭୋକ ଠାରୁ ଅଧିକ ଖାଦ୍ଯରେ ସେବନ କରୁଥିବା ବ୍ୟକ୍ତି ମାନେ କେବେହେଲେ ଧନୀ ହୋଇପାରିବେ ନାହିଁ । ଦାରିଦ୍ରା ହିଁ ମଣିଷକୁ ଦରିଦ୍ରତାରେ ପରିଣତ କରିଥାଏ ଏବଂ ସେହି ସମୟରେ ଅଧିକ ଖାଉଥିବା ବ୍ୟକ୍ତି କେବେହେଲେ ଜୀବନରେ ସୁଖରେ ରହିପାରି ନଥାଏ । ତେଣୁ ବନ୍ଧୁଗଣ ସବୁବେଳେ ଭୋକ ଅନୁଯାଇ ଉଚିତ ଭୋଜନର ସେବନ କରିବା ଉଚିତ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *