Vishnu Puran- ଯେଉଁ ସ୍ଵାମୀ-ସ୍ତ୍ରୀ ଏହି 5ଟି କାମ ଅଧିକ ସମୟ ପର୍ଯ୍ୟନ୍ତ କରନ୍ତି ସେମାନେ ସାରା ଜୀବନ ଦରିଦ୍ର ହିଁ ରୁହନ୍ତି

ବିଷ୍ଣୁ ପୁରାଣ ଗ୍ରନ୍ଥ ହିନ୍ଦୁ ଧର୍ମର ସବୁ ଗ୍ରନ୍ଥଙ୍କ ମଧ୍ୟରୁ ଅନ୍ୟତମ । ବିଷ୍ଣୁ ପୁରାଣ ବେଦବ୍ୟାସ ଙ୍କ ଦ୍ଵାରା ରଚିତ ଏକ ଗ୍ରନ୍ଥ ଅଟେ । ଏଥିରେ ମାନବ ଜୀବନ କିପରି ସୁଖମୟ ହେବ ସେହାକୁ ନେଇ ବିଭିନ୍ନ କଥା ଓ ଉପାୟ ରଚିତ ହୋଇଛି ।

ଏହି ଧାର୍ମିକ ଗ୍ରନ୍ଥ ରେ ଭଗବାନ ବିଷ୍ଣୁଙ୍କ ର ଅନେକ ରୂପର ବହୁତ ଭଲ ଭାବେ ବିସ୍ତାର ବା ବର୍ଣ୍ଣନା କରା ଯାଇଛି । ଏଥିରେ ଏପରି ମଧ୍ୟ କିଛି କଥା କୁହା ଯାଇଛି ଯାହାକୁ ଘରର ପୁରୁଷ ଓ ସ୍ତ୍ରୀ କରିବା ଉଚିତ ନୁହେଁ । ତେବେ ଆଜି ଜାଣିବା କଣ ସେହି ୫ ଟି କାର୍ଯ୍ୟ ଯାହାକୁ କି ଘରର ସ୍ତ୍ରୀ ଓ ପୁରୁଷ ବେଶୀ ସମୟ ପର୍ଯ୍ୟନ୍ତ କରିବା ଉଚିତ ନୁହେଁ । ଏପରି କରିବା ଦ୍ୱାରା ଘରେ ନକାରତ୍ମକ, କ୍ଳେଶ, ଓ ଦାରିଦ୍ରତା ଭଳି ପରିସ୍ଥିତି ଦେଖା ଦେଇଥାଏ ।

ଯାହାକି ମନୁଷ୍ୟ ର ଜୀବନକୁ ଅସ୍ତବ୍ୟସ୍ତ କରି ଦେଇଥାଏ । ବିଷ୍ଣୁ ପୁରାଣ ରେ ଏହିପରି କାର୍ଯ୍ୟ ଅଛି ଯାହାକୁ ଘରର ସ୍ତ୍ରୀ ବା ପୁରୁଷ ବେଶୀ ସମୟ ପର୍ଯ୍ୟନ୍ତ କରିବା ଦ୍ୱାରା ସେମାନଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ମଧ୍ୟ ହେବାକୁ ପଡିଥାଏ । ଏହାଛଡା ସେମାନଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇ ପାରେ । ଘରର ସ୍ତ୍ରୀ ମାନଙ୍କ ଉଦେଶ୍ୟ ଏହା ରହିବା ଦରକାର କି କୌଣସି କାର୍ଯ୍ୟ ଦ୍ୱାରା ମା ଲଷ୍ମୀଙ୍କ କ୍ରୋଧ ଦ୍ରୁଷ୍ଟି ତାଙ୍କ ପରିବାର ରେ ପଡିବ ।

ଘରର ସ୍ତ୍ରୀ ଓ ଝିଅ ମାନେ ହେଉଛନ୍ତି ମା ଲଷ୍ମୀଙ୍କ ଅଂଶ ତେଣୁ କେବେବି କେଉଁ ନାରୀଙ୍କୁ ବି ଅପଶବ୍ଦ କହିବେ ନାହିଁ ନହେଲେ ଆପଣଂକୁ ଦାରିଦ୍ରତା ର ଶିକାର ହେବାକୁ ପଡିବ । ଘରର ପୁରୁଷ ଓ ମହିଳା କେବେବି ବେଶୀ ସମୟ ଧରି ସ୍ନାନ କରିବା ଉଚିତ ନୁହେଁ । କାହିଁ କିନା ଏପରି କୁହାଯାଏ କି ଯେଉଁ ବ୍ୟକ୍ତି ବେଶୀ ସମୟ ଧରି ସ୍ନାନ କରନ୍ତି ସେମାନଙ୍କୁ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖା ଯାଇଥାଏ ।

ବିଷ୍ଣୁ ପୁରାଣ ରେ କୁହା ଯାଇଛି ଯେ ଘରର ସ୍ତ୍ରୀ ଓ ପୁରୁଷ ସୂର୍ଯ୍ୟଦୋୖୟ ପୂର୍ବରୁ ସ୍ନାନ କରିବା ଉଚିତ ସୂର୍ଯ୍ୟ ଦେବତା ଓ ମା ଲଷ୍ମୀ ପ୍ରସନ୍ନ ହୋଇ ଥାନ୍ତି । ବେଶୀ ସମୟ ପର୍ଯ୍ୟନ୍ତ ଶୋଇବା ଦ୍ୱାରା ଘରେ ଅଶାନ୍ତି ଓ ଆଳସ୍ୟପଣ ଆସିଥାଏ । ବୈଜ୍ଞାନିକଙ୍କ ମତରେ ମଧ୍ୟ ବେଶୀ ସମୟ ପର୍ଯ୍ୟନ୍ତ ଶୋଇବା ଭଲ ନୁହେଁ । ତେଣୁ ସକାଳୁ ଶୀଘ୍ର ଉଠିବା ଉଚିତ । କାମ କ୍ରିୟା ବିଷ୍ଣୁ ପୁରାଣ ଅନୁସାରେ କୌଣସି ସ୍ତ୍ରୀ ବା ପୁରୁଷ କୁ ବେଶୀ ସମୟ ପର୍ଯ୍ୟନ୍ତ କାମ କ୍ରିୟା କରିବା ଉଚିତ ନୁହେଁ ଧାର୍ମିକ ଗ୍ରନ୍ଥ ରେ ଏହାକୁ ଅଶୁଭ ମଣାଯାଏ ।

ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖରାପ, କାମ କ୍ରିୟା ପରେ ଆପଣ ସ୍ନାନ ନିଶ୍ଚିତ କରିବା ଉଚିତ । କାମ କ୍ରିୟା ପରେ ପୂଜାପାଠ କରିବା ଉଚିତ ନୁହେଁ, କାରଣ ଏହି କାର୍ଯ୍ୟ ରେ ପୁରୁଷ ଓ ମହିଳା ଅପବିତ୍ରତା ହୋଇ ଥାନ୍ତି । ରାତିରେ କେବେବି ଡେରି ରେ ଶୋଇବା ଉଚିତ ନୁହେଁ, ମା ଲଷ୍ମୀ ରୋଷ କରିଥାନ୍ତି । ବେଶୀ ସମୟ ପର୍ଯ୍ୟନ୍ତ ବ୍ୟାୟାମ କରିବା ଉଚିତ ନୁହେଁ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଖରାପ ଅଟେ । ତେଣୁ ଏହି ୫ ଟି କାର୍ଯ୍ୟ କେବେବି କରନ୍ତୁ ନାହିଁ ଏହା କରିବା ଦ୍ୱାରା ମା ଲଷ୍ମୀ କ୍ରୋଧ କରିଥାନ୍ତି ।

Leave a Reply

Your email address will not be published. Required fields are marked *