” ଝିଟିପିଟି ” – ଘରେ ଦେଖୁଛନ୍ତି ! ତାହାର ସାଙ୍ଘାତିକ ଅର୍ଥ, ଜଲଦି ଜାଣନ୍ତୁ- Sakuna Shastra

ମଣିଷ ଜୀବନରେ କେତେବେଳେ କଣ ଘଟିବ ତାହା କେହି ଜାଣି ନାହାନ୍ତି । କିଛି ଜୀବଜନ୍ତୁଙ୍କ ଦ୍ଵାରା ବେଳେବେଳେ ବ୍ୟକ୍ତିକୁ ଆଗାମୀ ଭବିଷ୍ୟତ ବିଷୟରେ ସଂକେତ ମିଳିଥାଏ । ଯେପରି ଝିଟିପିଟି ଦେଖିଲେ କିଛି କ୍ଷେତ୍ରରେ ଶୁଭ ହୋଇଥାଏ ତ ଆଉ କିଛି କ୍ଷେତ୍ରରେ ଅଶୁଭ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ଝିଟିପିଟି ଦେଖିଲେ କେଉଁ ଭଳି ସଂକେତ ମିଳିଥାଏ ସେହି ବିଷୟରେ କହିବାକୁ ଯାଉଛୁ । ଯଦି ବ୍ୟକ୍ତି ନୂଆ ଗୃହରେ ପ୍ରବେଶ କରିବା ସମୟରେ ମୃ-ତ ଝିଟିପିଟି ବା ଝିଟିପିଟି ଦେହରେ ମାଟି ଲାଗିଥିବାର ଦେଖନ୍ତି ତେବେ ତାହା ଶୁଭ ହୋଇଥାଏ । କାରଣ ସେହି ଘରେ ପ୍ରବେଶ କରିଲେ ବ୍ୟକ୍ତିର ଶାରୀରିକ ସମସ୍ଯା ସୃଷ୍ଟି ହୋଇଥାଏ ।

ଯଦି ଝିଟିପିଟି ଏକତ୍ର ହୋଇ ଝଗଡା କରିବାର ଦେଖାଯାଏ ତେବେ ଆପଣଙ୍କର ମଧ୍ୟ କାହା ସହ କଳହ ହୋଇପାରେ । ଯଦି ଝିଟିପିଟିକୁ ଆପଣ ଅଲଗା ହେବାର ଦେଖନ୍ତି ତେବେ ଆପଣ କୌଣସି ପ୍ରିୟଜନଙ୍କ ଠାରୁ ଅଲଗା ହୋଇ ପାରନ୍ତି । ଏହା ସହ ଖାଇବା ସମୟରେ ଯଦି ଝିଟିପିଟି ଶବ୍ଦ କରେ ତେବେ କୌଣସି ଶୁଭ ସମାଚାର ଶୁଣିବାକୁ ମିଳିଥାଏ ବା କୌଣସି ସଫଳତା ମିଳିଥାଏ । ମୁଣ୍ଡରେ ଝିଟିପିଟି ପଡିଲେ ଏହା ଧନ ଆସିବାର ସଂକେତ ଦେଇଥାଏ । କିନ୍ତୁ ଚୁଟି ଉପରେ ପଡିଲେ ଏହା ମୃ-ତ୍ୟୁର କାରଣ ହୋଇଥାଏ । ଝିଟିପିଟି ଡାହାଣ କାନରେ ପଡିଲେ ଆଭୁଷଣ ପ୍ରାପ୍ତ ହୋଇଥାଏ । ଯଦି ବାମ କାନରେ ପଡିଥାଏ ତେବେ ଆୟୁଷ ବୃଦ୍ଧି ପାଇଥାଏ ।

ଯଦି ଝିଟିପିଟି ନାକ ଉପରେ ପଡେ ତେବେ ବହୁତ ଜଲ୍ଦି ଭାଗ୍ୟ ଉଦୟ ହୋଇଥାଏ । ଯଦି ମୁହଁ ଉପରେ ଝିଟିପିଟି ପଡେ ତେବେ ସ୍ଵାଦିଷ୍ଟ ଭୋଜନ ଖାଇବାକୁ ମିଳିଥାଏ । ଯଦି ବାମ ଗଳାରେ ଝିଟିପିଟି ପଡେ ତେବେ କୌଣସି ପୁରୁଣା ମିତ୍ରଙ୍କ ସହ ଭେଟ ହୋଇପାରେ । ଡାହାଣ ଗାଲରେ ଝିଟିପିଟି ପଡିବାର ଅର୍ଥ ବ୍ୟକ୍ତିର ଆୟୁଷ ବୃଦ୍ଧି ହୋଇଥାଏ । ଯଦି ବେକ ଉପରେ ଝିଟିପିଟି ପଡେ ତେବେ ଆପଣ ନିକଟ ଭବିଷ୍ୟତରେ କୌଣସି କ୍ଷେତ୍ରରୁ ସମ୍ମାନିତ ହୋଇ ପାରନ୍ତି । ଦାଢି ଉପରେ ଝିଟିପିଟି ପଡିଲେ ଆପଣଙ୍କ ଉପରେ ଭୟଙ୍କର ବିପଦ ପଡିବାକୁ ଯାଉଛି ।

ଡାହାଣ ଆଖିରେ ଝିଟିପିଟି ପଡିଲେ ବନ୍ଧୁଙ୍କ ସହ ଭେଟ ହୋଇପାରେ । କିନ୍ତୁ ବାମ ଆଖିରେ ପଡିଲେ କୌଣସି କ୍ଷତି ସୂଚନା ମିଳିଥାଏ । ଛାତିର ଡାହାଣ ଭାଗରେ ଝିଟିପିଟି ପଡିଲେ ବହୁତ ଜଲ୍ଦି ଖୁସି ଖବର ଶୁଣିବାକୁ ମିଳିଥାଏ । ବାମ ପଟରେ ପଡିଲେ ଗୃହରେ କୌଣସି ଅସୁବିଧାର ସମୁଖିନ୍ନ ହେବାକୁ ପଡିଥାଏ । ତେବେ ଏହା ଥିଲା ଝିଟିପିଟି ପଡିଲେ କଣ ସବୁ ଶୁଭ ଓ ଅଶୁଭ ସଂକେତ ମିଳିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ଲେଖାଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *