ଆଣ୍ଠୁଗଣ୍ଠି ବିନ୍ଧାକୁ ସବୁଦିନ ପାଇଁ ଠିକ କରିବାର ଘରୋଇ ଉପାୟ- Joint Pain Home Remedy

ନମସ୍କାର ବନ୍ଧୁଗଣ, ଆଜିର ସମୟରେ ଆଣ୍ଠୁଗଣ୍ଠି ସମସ୍ୟା ଏକ ସାଧାରଣ ସମସ୍ୟା ହୋଇଗଲାଣି । ଛୋଟ ବଡ ସମସ୍ତଙ୍କଠାରେ ଏହି ସମସ୍ୟା ଦେଖିବାକୁ ମିଳୁଅଛି । ଅନେକ ଲୋକ ଏବେବି ଆଣ୍ଠୁଗଣ୍ଠି ସମସ୍ୟା ପାଇଁ ଚିନ୍ତିତ ଅଟନ୍ତି । ଆଜି ଆମେ ଆପଣଙ୍କୁ ଏମିତି ଘରୋଇ ଉପଚାର ବିଷୟରେ ଜଣାଇବୁ ଯାହାର ପ୍ରୟୋଗରେ ଆପଣଙ୍କ ଆଣ୍ଠୁଗଣ୍ଠି ପୀଡା ଦୂର ହୋଇଯିବ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ଆପଣଙ୍କ ଓଜନ ବଢିଗଲେ ଆପଣଙ୍କ ଆଣ୍ଠୁ ଉପରେ ବହୁତ ଚାପ ପଡିଥାଏ । ଯେଉଁ କାରଣରୁ ଆପଣଙ୍କ ଆଣ୍ଠୁଗଣ୍ଠି ବିନ୍ଧା ହୋଇଥାଏ । ତେଣୁ ପ୍ରଥମେ ନିଜ ଓଜନକୁ କଣ୍ଟ୍ରୋଲରେ ରଖନ୍ତୁ । କ୍ୟାଲସିୟମର ମାତ୍ରା ଅଧିକ ନିଅନ୍ତୁ । ପ୍ରତି ଦୁଇ ଘଣ୍ଟାରେ ଥରେ କୌଣସି ପୁଷ୍ଟିକର ଖାଦ୍ୟ ଖାନ୍ତୁ । ଏବଂ ପ୍ରତିଦିନ କିଛି ସମୟ ଚାଲନ୍ତୁ । ଉପଚାରଟି ଜାଣନ୍ତୁ, ସର୍ବ ପ୍ରଥମେ ବନାନ୍ତୁ ହଳଦୀ କ୍ଷୀର । ଏହା ଇମୁନିଟିକୁ ବଢାଇଥାଏ ।

ଏହି କ୍ଷୀରକୁ ସମସ୍ତ ବୟସର ବ୍ୟକ୍ତି ପିଇପାରିବେ । ଏହି ହଳଦୀ କ୍ଷୀର ବନେଇବା ପାଇଁ ଆପଣ ଏକ ପତ୍ରରେ ଦେଢ କପ କ୍ଷୀର ନିଅନ୍ତୁ । ଏବେ ଆପଣ ସେଥିରେ ଛୋଟ ଚାମଚରେ ଏକ ଚାମଚ ହଳଦୀ ଗୁଣ୍ଡ ପକାନ୍ତୁ । ଏବଂ ସେଥିରେ ଅଧା ଚାମଚରୁ ଟିକେ କମ ଶୁଣ୍ଠି ପାଉଡର ପକାନ୍ତୁ ଯାହାକୁ ଆମେ ଅଦା ଗୁଣ୍ଡ କହିଥାଉ । ଯଦି ଆପଣଙ୍କ ପଖେ ଏହା ନାହିଁ ତେବେ ଆପଣ ଅଦାକୁ ଛେଚି ବ୍ୟବହାର କରିପାରିବେ । ଏବଂ ସେଥିରେ କିଛି ଗୋଲମରୀଚ ଗୁଣ୍ଡ ପକେଇଦିଅନ୍ତୁ ।

ଏହି ସମସ୍ତ ସାମଗ୍ରୀକୁ ଭଲ ଭାବେ ମିକ୍ସ କରିଦିଅନ୍ତୁ । ଏବଂ କ୍ଷୀରକୁ ଏକ କପ ହେବା ପର୍ଯ୍ୟନ୍ତ ସିଝାନ୍ତୁ । କ୍ଷୀର ଫୁଟିସାରିବା ପରେ ତାହାକୁ ଛାଣି ନିଅନ୍ତୁ । ଏବେ ଆପଣଙ୍କ ହଳଦୀ କ୍ଷୀର ପ୍ରସ୍ତୁତ ହୋଇସାରିବା ପରେ ଏହାକୁ ମିଠା କରିବା ପାଇଁ ଆପଣ ଚାହିଁଲେ ମହୁ ବା ଚିନିର ପ୍ରୟୋଗ କରିପାରିବେ । ଏବଂ ଏବେ ଆପଣ ଏହାକୁ ସେବନ କଲେ ଆପଣଙ୍କ ଆଣ୍ଠୁ ବିନ୍ଧାରୁ ଆପଣଙ୍କୁ ଆରାମ ମିଳିବ ।

ଦିତୀୟ ଉପାୟଟି ହେଉଛି, ମେଥି ଚା: ଏକ ପାତ୍ରରେ ଦେଢ କପ ପଣି ନେଇ ସେଥିରେ ଏକ ଚାମଚ ମେଥି ଦାନା ପକାନ୍ତୁ । ଏହାକୁ ଏକ କପ ହେବା ପର୍ଯ୍ୟନ୍ତ ଫୁଟାନ୍ତୁ । ଫୁଟିସାରିଲା ପରେ ଏହାକୁ ଏକ କପକୁ ଛାଣି ନିଅନ୍ତୁ । ବଳି ପଡିଥିବା ମେଥିକୁ ନ ଫିଙ୍ଗି ଆପଣ ସେଥିରେ କିଛି ପାଣି ଦେଇ ଫ୍ରିଜରେ ରଖିଦିଅନ୍ତୁ । ଆଉଥରେ ତାହାର ପ୍ରୟୋଗ କରି ଏହି ଚାହା ବନେଇ ପାରିବେ ।

ଏବଂ ରହିଥିବା ଚାହାରେ ଏକ ଚାମଚ ହିସାବରେ ଲେମ୍ବୁ ଚୁପୁଡନ୍ତୁ । ଏଥିରେ ଏକ ଚାମଚ ମହୁ ମିଶାନ୍ତୁ । ଚିନି ମଧ୍ୟ ମିଶାଇ ପାରିବେ । ଏହିସବୁକୁ ଭଲ ଭାବେ ମିଶାଇ ଏହାର ସେବନ କରନ୍ତୁ । ନିଶ୍ଚୟ ଆପଣଙ୍କୁ କଷ୍ଟରୁ ଆରାମ ମିଳିବ । ଯଦି ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *